Explore

Search

February 28, 2026 3:35 pm

ଆମେରିକାକୁ ଝଟକା : ଫେଲ ହେଲା ଟ୍ରମ୍ପଙ୍କ ଟାରିଫ, ପଡ଼ିବନି ଭାରତୀୟ ଅର୍ଥନୀତି ଉପରେ ପ୍ରଭାବ

ଆମେରିକା : ଫେଲ ହେଲା ଟ୍ରମ୍ପଙ୍କ ଟାରିଫଙ୍କ ଯୋଜନା । ଆଉ ଟ୍ରମ୍ପଙ୍କ ଟାରିଫଙ୍କ ଯୋଜନା ଫେଲ ହେବାପରେ ବାଉଳା ହେଉଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ । ନିକଟରେ ଆମେରିକା ଭାରତ ଉପରେ ୫୦ ପ୍ରତିଶତ ଟାରିଫ ଲଗାଇଥିଲା। ଆଉ ଯାହାକୁ ନେଇ ଚିନ୍ତାରେ ଥିଲା ଭାରତ। ଏଭଳି ସ୍ଥିତିରେ ଅଷ୍ଟ୍ରେଲିଆର ନୂଆ ନିଷ୍ପତ୍ତି ଆଣିଛି ଭାରତ ପାଇଁ ବଡ଼ ଆଶ୍ଵସ୍ତି । ଆଉ ଭାରତ ସହ ବାଣିଜ୍ୟ ନେଇ ଅଷ୍ଟ୍ରେଲିଆର ଏହି ନିଷ୍ପତ୍ତି ଏବେ ଆମେରିକାକୁ ଶକ୍ତ ଝଟକା ଦେଇଛି । ଅଷ୍ଟ୍ରେଲିଆ ସହ ଭାରତର ବଡ଼ ବାଣିଜ୍ୟ ଚୁକ୍ତି ପୂର୍ବରୁ ନ୍ୟୁଜିଲାଣ୍ଡ ସହ ମଧ୍ୟ ଚୁକ୍ତି ହୋଇଛି ।

ଚଳିତ ବର୍ଷ ଡିସେମ୍ବର ୨୨ ତାରିଖରେ ଭାରତ-ନ୍ୟୁଜିଲାଣ୍ଡ ବାଣିଜ୍ୟ ଚୁକ୍ତିକୁ ଅନ୍ତିମ ରୂପ ଦେଇଥିଲେ । ଯାହାଦ୍ଵାରା ନ୍ୟୁଜିଲାଣ୍ଡକୁ ରପ୍ତାନୀ ହେଉଥିବା ୯୫ ପ୍ରତିଶତ ସାମଗ୍ରୀରେ କୌଣସି ଶୁଳ୍କ ଦେବାକୁ ପଡ଼ିବ ନାହିଁ । ପଡ଼ିବନି ଭାରତୀୟ ଅର୍ଥନୀତି ଉପରେ ପ୍ରଭାବ ।

ଭାରତ ଉପରେ ଆମେରିକା ୫୦ ପ୍ରତିଶତ ଟାରିଫ ଲଗାଇଛି ସତ। କିନ୍ତୁ ତାର ପ୍ରଭାବ ଭାରତୀୟ ଅର୍ଥନୀତି ଉପରେ ନାହିଁ । ଯାହାର ବଡ଼ କାରଣ ହେଉଛି, ମୋଦି ସରକାରଙ୍କ ରଣନୀତି । ଗୋଟିଏ ପରେ ଗୋଟିଏ ଦେଶ ସହ ଭାରତ ଜିରୋ ଟାରିଫ ଡିଲ କରିବାରେ ସଫଳ ହେଉଛି । ଭାରତ-ଅଷ୍ଟ୍ରେଲିଆର ସହମତି କ୍ରମେ ୨୦୨୬ ଜାନୁଆରୀ ୧ରୁ ସମସ୍ତ ଭାରତୀୟ ରପ୍ତାନୀ ପାଇଁ କୌଣସି ଶୁଳ୍କ ଦେବାକୁ ପଡ଼ିବ ନାହିଁ ।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପ ନିଜର ଟାରିଫ ନୀତିକୁ ସବୁବେଳେ ଠିକ୍ ବୋଲି ବାରମ୍ବାର ଦାବି କରି ଆସୁଛନ୍ତି । ତାଙ୍କ ମତରେ ଏହାଦ୍ବାରା ଆମେରିକାର ରେଭିନ୍ୟୁରେ ବୃଦ୍ଧି ହୋଇଛି। ତେବେ ବାସ୍ତବିକରେ ଏହା କିନ୍ତୁ ପୁରା ଓଲଟା। ରିପୋର୍ଟ ଅନୁସାରେ, ଆମେରିକାର କମ୍ପାନୀ ଦେବାଳିଆ ହେବାର ମାମଲା ଲଗାତାର ବଢିବାରେ ଲାଗିଛି। କମ୍ପାନୀ ଗୁଡିକ ଏହାର ବଡ଼ କାରଣ ଟ୍ରମ୍ପଙ୍କ ଟାରିଫ ବୋଲି କହୁଛନ୍ତି। ଏହାଛଡା ମୁଦ୍ରାସ୍ପିତି ହାର ବୃଦ୍ଧି ଏହି ସ୍ଥିତିକୁ ଆହୁରି ମଧ୍ୟ ବିଗିଡିବାର କାମ କରୁଛି । ୨୦୨୫ରେ ଆମେରିକୀୟ କମ୍ପାନୀ ଦେବାଳିଆ ହେବାରେ ବୃଦ୍ଧି ଦେଖିବାକୁ ମିଳିଛି। ଏହା ବିଗତ ୧୫ ବର୍ଷର ରେକର୍ଡ ଭାଙ୍ଗିଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score