ଭୁବନେଶ୍ବର : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି । ସନ୍ଧ୍ୟାରେ ଭୁବନେଶ୍ୱର ବିମାନବନ୍ଦରରେ ଅବତରଣ କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ବିମାନବନ୍ଦରରେ ତାଙ୍କୁ ବିଜେପି ନେତା ଓ ପ୍ରଶାସନିକ ଅଧିକାରୀମାନେ ସ୍ୱାଗତ କରିବେ । ଏହି ଗସ୍ତ ସମୟରେ ସେ ଓଡିଶାର କଟକ ଓ ଭୁବନେଶ୍ବରରେ ଆୟୋଜିତ ଅନେକ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବେ।
ଆସନ୍ତାକାଲି କଟକ ନିକଟସ୍ଥ ମୁଣ୍ଡଳୀରେ ଆୟୋଜିତ Central Industrial Security Force (ସିଆଇଏସଏଫ) ର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ସେ ମୁଖ୍ୟଅତିଥି ଭାବେ ଯୋଗଦେବେ। ମୁଣ୍ଡଳୀରେ ଅବସ୍ଥିତ ସିଆଇଏସଏଫର ଖାରବେଳ ରିଜିଓନାଲ ଟ୍ରେନିଂ ସେଣ୍ଟର ଦେଶର ଶିଳ୍ପ ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଆସୁଛି ।
କଟକର କାର୍ଯ୍ୟକ୍ରମ ସରିବା ପରେ ସେ ପୁଣି ଭୁବନେଶ୍ବରକୁ ଫେରିବେ। ଭୁବନେଶ୍ବରର ଇନଫୋଭାଲିରେ ଏନଏଫଏସୟୁ ଓ ସିଏଫଏସଏଲରର ସ୍ଥାୟୀ କ୍ୟାମ୍ପସ ପାଇଁ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗଦେବେ। ଏହି ପ୍ରକଳ୍ପ ମାଧ୍ୟମରେ ରାଜ୍ୟରେ ଫରେନସିକ ଶିକ୍ଷା, ଗବେଷଣା ଓ ଅପରାଧ ତଦନ୍ତ ପ୍ରକ୍ରିୟାକୁ ଆହୁରି ସୁଦୃଢ଼ କରାଯିବାର ଆଶା ରହିଛି ।
ଏହାସହିତ ଫରେନସିକ କ୍ଷେତ୍ରରେ ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଇ-ଟ୍ରାଞ୍ଜିଟ କ୍ୟାମ୍ପସର ଉଦଘାଟନ ମଧ୍ୟ କରିବେ। ସେଥିପାଇଁ ଏହି ଗସ୍ତ ସମୟରେ ଇଫକୋ-ପାରାଦୀପର ୟୁନିଟର ସଲଫ୍ୟୁରିକ ଏସିଡ ପ୍ଲାଣ୍ଟ ଉଦଘାଟନ କରିବେ ବୋଲି ସୂଚନା ମିଳିଛି । ଅପରାହ୍ଣରେ ଜଟଣୀ ଠାରେ ଜାତୀୟ ଫୋରେନସିକ୍ ବିଜ୍ଞାନ ବିଶ୍ୱବିଦ୍ୟାଳୟ ଏବଂ କେନ୍ଦ୍ରୀୟ ଫୋରେନସିକ୍ ବିଜ୍ଞାନ ପରୀକ୍ଷାଗାର, ଭୁବନେଶ୍ୱର କ୍ୟାମ୍ପସ ପାଇଁ ଭୂମି ପୂଜନ କରିବେ ।
କେନ୍ଦ୍ର ଗୃହମନ୍ତ୍ରୀଙ୍କ ଏହି ଦୁଇ ଦିନିଆ ଗସ୍ତକୁ ନେଇ ରାଜ୍ୟରେ ପ୍ରଶାସନିକ ଓ ରାଜନୈତିକ ମହଲରେ ବିଶେଷ ଚର୍ଚ୍ଚା ଚାଲିଛି ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
