Explore

Search

March 1, 2026 8:53 pm

ଆଜି ଓଡିଆ ପକ୍ଷର ତୃତୀୟ ଦିବସରେ ଆମ ପୋଷାକ, ଆମ ପରିଚୟ

ଆଜି ଓଡିଆ ପକ୍ଷର ତୃତୀୟ ଦିବସରେ ଆମ ପୋଷାକ, ଆମ ପରିଚୟ

ସମଗ୍ର ରାଜ୍ଯରେ ଚାଲିଛି ଓଡିଆ ପକ୍ଷ l ଏହାର ତୃତୀୟ ଦିନର ବିଷୟ ରହିଛି ଆମ ପୋଷାକ, ଆମ ପରିଚୟ l ଓଡ଼ିଶାର ସଂସ୍କୃତିକୁ ବହନ କରୁଥିବା ସମ୍ବଲପୁରୀ, ବୋମକେଇ, କୋଟପାଡ ଶାଢ଼ୀର ପ୍ରଚାର ପ୍ରସାର ତଥା ଏହାକୁ ପିନ୍ଧି ନିଜତ୍ୱ ଅନୁଭବ କରିବା ଉଦ୍ଦେଶ୍ଯରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀଙ୍କ ଆହ୍ଵାନକ୍ରମେ ସ୍ବଦେଶୀ ଓଡ଼ିଆ ପାରମ୍ପରିକ ପୋଷାକର ପ୍ରଚାର ପ୍ରସାର ନିମନ୍ତେ ଏହି ଦିନଟି ଉତ୍ସର୍ଗୀକୃତ କରିବାକୁ ଅନୁରୋଧ କରିଛନ୍ତିl। ସ୍ୱାଭିମାନ ଓ ପରିଚୟ ବହନ କରୁଥିବା ଓଡ଼ିଆ ପାରମ୍ପରିକ ପୋଷାକ ପରିଧାନ କରି ନିଜ ନିଜର କର୍ମକ୍ଷେତ୍ରକୁ ଓହ୍ଲାଇବା ସହିତ ବୟନିକା, ଉତ୍କଳିକା, ଅମ୍ଳାନ ସମ୍ବଲପୁରୀ ବସ୍ତ୍ରାଳୟ ପରିସରରେ ଆଜି ବିଭିନ୍ନ ପ୍ରକାରର ପାରମ୍ପରିକ ପୋଷାକର ଆସର ଜମିଛି l କେବଳ ସେତିକି ନୁହେଁ ଏପ୍ରିଲ ୧ ତାରିଖରୁ ୧୪ ପର୍ଯ୍ୟନ୍ତ ଚାଲୁ ଥିବା ଓଡିଆ ପକ୍ଷରେ ବିଭିନ୍ନ ହସ୍ତତନ୍ତ ପୋଷାକ ଉପରେ କ୍ରୟ ଉପରେ ଗ୍ରାହକମାନଙ୍କୁ ୩୦% ପର୍ଯ୍ୟନ୍ତ ରିହାତି ମିଳିବାର ବ୍ୟବସ୍ଥା କରାଯାଇଛି ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି l

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score