Explore

Search

January 15, 2026 5:28 pm

ଆଜିଠୁ ହେବ ମୁମ୍ବାଇରେ ନିବେଶକ ସମ୍ମିଳନୀ: ଶିଳ୍ପକ୍ଷେତ୍ରରେ ଅଭିବୃଦ୍ଧି ପାଇଁ ହେବ ଓ୍ବାନ ଟୁ ଓ୍ବାନ ଆଲୋଚନା

Breaking Business News

ଆଜି ମୁମ୍ବାଇରେ ହେବ ନିବେଶକ ସମ୍ମିଳନୀ ଓ ରୋଡ୍ ସୋ’। ଏଥିରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆଜି ଓ ଆସନ୍ତାକାଲି ଦୁଇ ଦିନ ଧରି ନିବେଶକ ସମ୍ମିଳନୀ ଆୟୋଜିତ ହେବ। ଏଥିରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ ଓ ରାଜ୍ୟର ଅନ୍ୟ ବରିଷ୍ଠ ଅଧିକାରୀ ଯୋଗଦେବେ। ଶିଳ୍ପାୟନ କ୍ଷେତ୍ରରେ ରାଜ୍ୟକୁ ଅଧିକ ପୁଞ୍ଜି ଆଣିବା ଲକ୍ଷ୍ୟରେ ଦିଲ୍ଲୀ ପରେ ମୁମ୍ବାଇରେ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଯେଉଁଥିରେ ନିବେଶକଙ୍କ ସହ ଆଲୋଚନା କରିବେ ରାଜ୍ୟ ସରକାର। ବଡ଼ ବଡ଼ ନିବେଶକଙ୍କ ସହ ଓ୍ବାନ ଟୁ ଓ୍ବାନ ଆଲୋଚନା କରିବା ସହ ଓଡ଼ିଶାରେ ଶିଳ୍ପର ବୃହତ ସୁଯୋଗ, ସମ୍ଭାବନା ବିଷୟରେ ଆଲୋଚନା ମଧ୍ୟ କରିବେ। ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପମନ୍ତ୍ରୀ ଓ ରାଜ୍ୟ ସରକାରଙ୍କ ପ୍ରତିନିଧି ମଣ୍ଡଳୀ ନିବେଶକଙ୍କୁ ଭେଟି ଓଡ଼ିଶା ଆସିବାକୁ ଆମନ୍ତ୍ରଣ କରିବେ। ରାଉଣ୍ଡ ଟେବୁଲ ବୈଠକ ସହ B2B ବୈଠକ ଓ ରୋଡ ସୋ’ ରହିଛି।

ଏହି କାର୍ଯ୍ୟକ୍ରମରେ ବିଭିନ୍ନ କମ୍ପାନୀର ୩୦୦ରୁ ଅଧିକ ପ୍ରତିନିଧି ଯୋଗ ଦେବାର କାର୍ଯ୍ୟକ୍ରମ ମଧ୍ୟ ରହିଛି। ବିଶେଷ କରି ଆଦାନୀ ଗ୍ରୁପ୍, ରିଲାଏନ୍ସ ପେଟ୍ରୋ କେମିକାଲ୍ସ, ଆଦିତ୍ୟ ବିର୍ଲା, ୱେଲସ୍ପୁନ ଟେକ୍ସ ଟାଇଲ କମ୍ପାନୀ, ଜେଏସଡବ୍ଲ୍ୟୁ , ମହିନ୍ଦ୍ରା, ଲାରସେନ ଆଣ୍ଡ ଟବ୍ରୋ, ବେଦାନ୍ତ, ନିଲକମଲ, ଆପାର ଇଣ୍ଡଷ୍ଟ୍ରି, ୱାରୀ ଭଳି ବଡ କମ୍ପାନୀର ପ୍ରତିନିଧି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ରାଜ୍ୟରେ ଶିଳ୍ପାୟନ ଲାଗି ଦିଲ୍ଲୀ ପରେ ମୁମ୍ବାଇରେ ନିବେଶକ ଓ ପୁଞ୍ଜି ନିବେଶକଙ୍କ ସହ ରାଜ୍ୟ ସରକାର ଆଲୋଚନା କରିବେ। ଏଥିସହିତ ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ଆୟୋଜିତ ହେବାକୁ ଥିବା ଇଣ୍ଡିଆ କେମ୍ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସାମିଲ ହେବେ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score