ଭୁବନେଶ୍ୱର: ଆଉ ବାହାରେ ଅଳିଆ ପକେଇ ପାରିବେନି କି କୋଇଲା ଜାଳି ପାରିବେନି ଭୁବନେଶ୍ବରିଆ । ଆଉ ଏମିତି ଯଦି ହୁଏ ତାହାଲେ ଅଳିଆ ଉଠାଇବା ପାଇଁ ବିଏମସିକୁ ଟଙ୍କା ଦେବେ ଭୁବନେଶ୍ବରିଆ । ଏଣିକି ଅଳିଆ ଉଠା ପାଇଁ ବିଏମସି ଆଦାୟ କରିବ ୟୁଜର ଫି ବା ଉପଭୋକ୍ତା ଦେୟ । ଘର, ହୋଟେଲ, ସପିଂ ମଲ, କାଫେ, ହାଟ, ଶିକ୍ଷାନୁଷ୍ଠାନ, ମଦ ଦୋକାନ, ଢ଼ାବା, କ୍ଲାଉଡ କିଚେନ, ଗୋଦାମ, ରୋଡ ସାଇଟ ଭେଣ୍ଡର, ଗେଷ୍ଟ ହାଉସ, ହଷ୍ଟେଲରୁ ମଧ୍ୟ ଆଦାୟ ହେବ ୟୁଜର ଫି । ଏବେ ରାଜଧାନୀ ଭୁବନେଶ୍ୱର ପୁରା ପ୍ରଦ୍ୟୁଷଣ ହୋଇଗଲାଣି । ତେଣୁ ସହରକୁ ପ୍ରଦ୍ୟୁଷଣ ମୁକ୍ତ କରିବା ପାଇଁ ବିଏମସି ନେଇଛି ଏଭଳି ପଦକ୍ଷେପ । ଖାଲି ସେତିକି ନୁହେଁ ଢାବା କିମ୍ବା ହୋଟେଲରେ ମଧ୍ୟ ଆଉ କେହି କୋଇଲା ଜାଳି ପାରିବେ ନାହିଁ । ଏ ସବୁ ଉପରେ ମଧ୍ୟ ବିଏମସି ଲଗେଇଛି କଟକଣା ।
ସେପଟେ ଓଡିଶାକୁ ପ୍ରଦ୍ୟୁଷଣମୁକ୍ତ କରିବା ପାଇଁ ରାସ୍ତା ଘାଟରେ ପାଣି ସିଞ୍ଚନ ହେବ । ଜାତୀୟ ରାଜପଥ ଉପରେ ଦିନକୁ ୩ ଥର ପାଣି ସିଞ୍ଚନ କରାଯିବ । ସେହିପରି ମହାନଗର ନିଗମ ଅଞ୍ଚଳରେ କୌଣସି ଭଙ୍ଗାରୁଜା କାର୍ଯ୍ୟ ହୋଇ ପାରିବ ନାହିଁ । ସହର ମଧ୍ୟରେ ଟ୍ରକ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବ ।
ସୂଚନାଅନୁସାରେ ଭୁବନେଶ୍ଵର ସମେତ ରାଜ୍ୟର ବିଭିନ୍ନ ଜିଲ୍ଲା ଅନୁଗୁଳ, ବାଲେଶ୍ଵର, ତାଳଚେରରେ ଏବେ ପ୍ରଦୂଷଣ ମାତ୍ରା ଅଧିକ ରହିଛି । ଏୟାର କ୍ଵାଲିଟି ଇଣ୍ଡେକ୍ସ (AQI) ୩୦୦ ଉପରେ ରହିବା ଏବେ ଚିନ୍ତାଜନକ ପାଲଟିଛି । ଯାହା ସ୍ୱାସ୍ଥ୍ୟ ପାଇଁ ଖୁବ ହାନିକାରକ । ଆଉ ଏମିତି ଯଦି ଲାଗି ରୁହେ ତେବେ ସମସ୍ତେ ଅସୁସ୍ଥ ହୋଇପଡିବେ । ତେଣୁ ଏବେ ଠୁ ସତର୍କ ନହେଲେ ଆଗକୁ ସ୍ଥିତି ସଙ୍ଗୀନ ହେବ ବୋଲି ଭୁବନେଶ୍ୱର ମେୟର ଶ୍ରୀମତୀ ସୁଲୋଚନା ଦାସ କହିଛନ୍ତି ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
