ଅଗଷ୍ଟ ୧ରୁ ଭାରତ ଉପରେ ଆମେରିକା ୨୫% ଟାରିଫ ଲଗାଇବା ଆରମ୍ଭ କରିଥିଲା। ଏବେ ଆଉ ୨୫% ଟାରିଫ ଲାଗୁ ହୋଇଛି। ଭାରତରୁ ଆମେରିକାକୁ ରପ୍ତାନୀ ହେଉଥିବା ସାମଗ୍ରୀ ଉପରେ ଆଉ ୨୫% ଟାରିଫ ଲଗାଇଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଟାରିଫ ବୃଦ୍ଧି ଧମକର ୨୪ ଘଣ୍ଟା ମଧ୍ୟରେ ଟ୍ରମ୍ପ ଏପରି ପଦକ୍ଷେପ ନେଇଛନ୍ତି। ରୁଷ ଠାରୁ ଭାରତ ତେଲ କିଣିବା ଜାରି ରଖିଥିବାରୁ ଟ୍ରମ୍ପ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏହାକୁ ମିଶାଇ ଏବେ ଭାରତ ଉପରେ ଲାଗୁ ହେଉଥିବା ମୋଟ ଟାରିଫ ବା ଶୁଳ୍କ ପରିମାଣ ୫୦%କୁ ବୃଦ୍ଧି ପାଇଛି।
ଜୁନ ୩୦ରେ ଟ୍ରମ୍ପ ଘୋଷଣା କରିଥିବା ଟାରିଫ ଅଗଷ୍ଟ ୭ରୁ ଲାଗୁ ହେବ। ଅର୍ଥାତ ଅଗଷ୍ଟ ୭ରୁ ଭାରତୀୟ ଦ୍ରବ୍ୟ ଗୁଡ଼ିକ ଉପରେ ଆମେରିକା ୨୫% ଟାରିଫ ଲଗାଇବ। ଆଜି ଲାଗୁ ହୋଇଥିବା ଅତିରିକ୍ତ ୨୫% ଟାରିଫ ୨୧ ଦିନ ପରେ ଅର୍ଥାତ ଅଗଷ୍ଟ ୨୭ରୁ ଲାଗୁ ହେବ। ମୋଟ ଉପରେ ଅଗଷ୍ଟ ୨୭ରୁ ଭାରତରୁ ରପ୍ତାନୀ ହେଉଥିବା ଜିନିଷ ଉପରେ ୫୦% ଟାରିଫ ଲାଗୁ ହେବ।

Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |