Explore

Search

November 21, 2025 8:35 am

ବ୍ରହ୍ମପୁର ସମବାୟ କେନ୍ଦ୍ରୀୟ ବ୍ୟାଙ୍କ ଦେଉଛି କୃଷି ଓ କୃଷକଙ୍କ ଉନ୍ନତିକୁ ଗୁରୁତ୍ବ

ବ୍ରହ୍ମପୁର : ବ୍ରହ୍ମପୁର ସମବାୟ କେନ୍ଦ୍ରୀୟ ବ୍ୟାଙ୍କ ଦେଉଛି କୃଷି ଓ କୃଷକଙ୍କ ଉନ୍ନତିକୁ ଗୁରୁତ୍ବ । ଗଞ୍ଜାମ ଓ ଗଜପତି ଜିଲ୍ଲାରେ କୃଷି ଓ କୃଷକଙ୍କ ପାଇଁ ଶହେ ବର୍ଷରୁ ଊର୍ଦ୍ଧ୍ୱ ନିରବିଚ୍ଛିନ୍ନ କାର୍ଯ୍ୟ କରି ଆସୁଛି ବ୍ରହ୍ମପୁର ସମବାୟ କେନ୍ଦ୍ରୀୟ ବ୍ୟାଙ୍କ। ଏହି ଦୁଇ ଜିଲ୍ଲାର ଚାଷୀଙ୍କ ଅଭିବୃଦ୍ଧିକୁ ଦୃଷ୍ଟିରେ ରଖି ବ୍ରହ୍ମପୁର କେନ୍ଦ୍ରୀୟ ସମବାୟ ବ୍ୟାଙ୍କ କାର୍ଯ୍ୟ କରି ଆସୁଥିବା ଦେଖାଯାଇଛି । ଏହି ଧାରା ଆଗାମୀ ଦିନରେ କିପରି ଜାରି ରହିବ, ତାହାକୁ ନେଇ ଦୁଇ ଜିଲ୍ଲାର ବିଭିନ୍ନ ସ୍ଥାନରେ ରହିଥିବା କର୍ମକର୍ତ୍ତା ଏବଂ ନିର୍ଦ୍ଦେଶକଙ୍କ ଉପସ୍ଥିତିରେ କରାଯାଇଛି ଗୁରୁତ୍ୱପୂର୍ଣ୍ଣ ଆଲୋଚନା । ଗଞ୍ଜାମ ଓ ଗଜପତି ଜିଲ୍ଲାରେ ୩୧୯ଟି ସୋସାଇଟି ଓ ୧୭ ଟି କୃଷି ଭିତ୍ତିିକ ଶାଖା ସାଙ୍ଗକୁ ମୋଟ ୨୩ଟି ଶାଖାକୁ ନେଇ କାର୍ଯ୍ୟ କରୁଛି ବ୍ରହ୍ମପୁର କେନ୍ଦ୍ରୀୟ ସମବାୟ ବ୍ୟାଙ୍କ । ଉଭୟ ଜିଲ୍ଲାରେ ଖରିଫ ଓ ରବି ଋତୁ ଦୁଇଟି କୃଷି ଋଣ ପ୍ରଦାନଠାରୁ ଆରମ୍ଭ କରି ଚାଷୀଙ୍କ ଅଭିବୃଦ୍ଧି ସାଙ୍ଗକୁ ବ୍ୟାଙ୍କର ବିକାଶ ନିମନ୍ତେ ଉଦ୍ୟମ ଜାରି ରଖିଛି ରାଜ୍ୟର ବ୍ରହ୍ମପୁରର ବିସିସି ବ୍ୟାଙ୍କ ।

୧୯୧୬ ମସିହାର ଅକ୍ଟୋବର ୮ ତାରିଖରେ ସ୍ଥାପିତ ହୋଇଥିବା ବ୍ରହ୍ମପୁର ସମବାୟ କେନ୍ଦ୍ର ବ୍ୟାଙ୍କ ଦୀର୍ଘ 109 ବର୍ଷରୁ ଅଧିକ ସମୟ ଧରି ଗ୍ରାମାଞ୍ଚଳ ଅର୍ଥନୀତିର ବିକାଶ ସହିତ ମୁଖ୍ୟତଃ ଗଞ୍ଜାମ ଓ ଗଜପତି ଜିଲ୍ଲାର କୃଷି ଓ କୃଷକ ମାନଙ୍କ ପାଇଁ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରି ଆସୁଅଛି । ସବୁଠାରେ ପରିଚିତ ଏହି ବିସିସି ବ୍ୟାଙ୍କ । ଭାରତୀୟ ଭିଜର୍ଭ ବ୍ୟାଙ୍କ ଠାରୁ ବ୍ୟାଙ୍କିଙ୍ଗ ଲାଇସେନ୍ସ ପ୍ରାପ୍ତ ହୋଇ ଓଡ଼ିଶାରେ ନିଜର ସମ୍ମାନ ଲଗାତାର ବଜାୟ ରଖିଥିବା କୁହାଯାଉଛି। ମୁଖ୍ୟତଃ ଚାଷୀମାନଙ୍କୁ ଖରିଫ, ରବି ଫସଲ ଋଣ ପ୍ରଦାନ କରିବା ଠାରୁ ଆରମ୍ଭ କରି ଟ୍ରାକ୍ଟର, ପାଣି ପମ୍ପ ଓ ଅନ୍ୟାନ୍ୟ କୃଷି ଉପକରଣ ସହିତ ଗାଈ, ମଇଁଷି, ଛେଳି, କୁକୁଡ଼ା, ମତ୍ସ୍ୟଚାଷ ଇତ୍ୟାଦି ରଣ ମଧ୍ୟ ଯୋଗାଇ ଦେଇ ଆସୁଅଛି ବ୍ରହ୍ମପୁରର ବିସିସି ବ୍ୟାଙ୍କ । ଏତତ୍ ବ୍ୟତୀତ କ୍ଷୁଦ୍ର ବ୍ୟବସାୟୀ ମାନଙ୍କୁ ଋଣ ପ୍ରଦାନ, ନୂତନ ବାସଗୃହ ଓ ବାସଗୃହ ମରାମତି ଋଣ ଓ ଓଡ଼ିଶା ସରକାରଙ୍କ ସହାୟତାରେ ମିଶନ ଶକ୍ତି ସ୍କୁଟର, ମୋ ଘର ଓ ବଳରାମ ଯୋଜନା ମାଧ୍ୟମରେ ମଧ୍ୟ ବିଭିନ୍ନ ରଣ ଯୋଗାଇ ଦେଇଆସୁଛି ।

ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପରିବାରର ଉନ୍ନତି ପାଇଁ ବିଶେଷ କରି ଗ୍ରାମାଞ୍ଚଳର ପୁରୁଷ ଓ ମହିଳାମାନଙ୍କୁ ନେଇ ସମିତି ଓ ବ୍ୟାଙ୍କ ଶାଖା ମାଧ୍ୟମରେ ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ମିଳିତ ଦେୟ ଗୋଷ୍ଠି ମାନଙ୍କୁ ରଣ ପ୍ରଦାନ କରି ସେମାନଙ୍କ ଆର୍ଥିକ ମାନଦଣ୍ଡରେ ଅଭିବୃଦ୍ଧି କରି ଆସୁଛି ଏହି ବ୍ୟାଙ୍କ ।

ଗତ ଶହେ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ବ୍ୟାଙ୍କ ସେବା ଯୋଗାଇ ଆସୁଥିବା ବ୍ରହ୍ମପୁରର ଏହି ବିସିସି ବ୍ୟାଙ୍କର ଗତ ଦୁଇ ତିନି ବର୍ଷର କାରବାରକୁ ଅନୁଧ୍ୟାନ କଲେ ଜଣାପଡେ ଗତ ୨୦୨୨ – ୨୩ ଆର୍ଥିକ ବର୍ଷରେ ନିଟ୍ ଲାଭ – ୪ କୋଟି ୧୨ ଲକ୍ଷ ୮୧ ହଜାର ଟଙ୍କା ଥିଲା । ୨୦୨୩ – ୨୪ ଆର୍ଥିକ ବର୍ଷରେ ଏହା ୪ କୋଟି ୭୮ ଲକ୍ଷ ୯୧ ହଜାର ଟଙ୍କାରେ ପହଞ୍ଚିଥିବା ବେଳେ ୨୦୨୪ -୨୫ ଆର୍ଥିକ ବର୍ଷରେ ଏହା ଖସି ଆସି ୧ କୋଟି ୫୪ ଲକ୍ଷ ୦୬ ହଜାର ଟଙ୍କାରେ ପହଞ୍ଚିଛି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score