Explore

Search

June 1, 2025 9:08 pm

Genres

ଅର୍ଥନୈତିକ ପ୍ରଗତିରେ ଜାପାନକୁ ଟପିଲା ଭାରତ

ବିଶ୍ୱର ବିଶାଳ ଅର୍ଥନୈତିକ ରାଷ୍ଟ୍ର ଜାପାନକୁ ପଛରେ ପକାଇ ବିଶ୍ବର ସର୍ବବୃହତ ଚତୁର୍ଥ ଅର୍ଥନୈତିକ ଦେଶ ହେଲା ଭାରତ l ସୂଚନାଙ୍କ ରେ ଜାପାନକୁ ଟପି ପଞ୍ଚମରୁ ଚତୁର୍ଥ ସ୍ଥାନକୁ ଉଠିଲା ଭାରତ l ଏନେଇ ସୂଚନା ଦେଲେ ନୀତି ଆୟୋଗ ସିଇଓ l ଆମେରିକା, ଚୀନ, ଜର୍ମାନୀ ପରେ ଭାରତ ଏହି ସ୍ଥାନ ହାସଲ କରିଛି l ସୂଚନଯୋଗ୍ୟ ଯେ, ୧୦ ବର୍ଷ ତଳେ ଭାରତର ସ୍ଥାନ ଥିଲା ୧୦ମ । ୧୦ ବର୍ଷ ଭିତରେ ଭାରତ ସବୁ ଦେଶକୁ ଅତିକ୍ରମ କରି ପଞ୍ଚମ ଆଉ ଏବେ ଚତୁର୍ଥରେ ପହଞ୍ଚିଛି । କିଛି ବର୍ଷ ଭିତରେ ତୃତୀୟ ସ୍ଥାନରେ ପହଞ୍ଚିବ ବୋଲି ଅର୍ଥନୀତି ବିଶେଷଜ୍ଞ ମାନେ ମତ ପ୍ରକାଶ କରିଛନ୍ତି l ଯାହାଦ୍ୱାରା ଆଗାମୀ ଦିନରେ ବିକାଶ, ନିଯୁକ୍ତି ପ୍ରକ୍ରିୟା, ଅଭିବୃଦ୍ଧି ହାର, ଜାତୀୟ ହାର, ବିଦେଶୀ ପୁଞ୍ଜି ନିବେଶ ଇତ୍ୟାଦିରେ ଅନେକ ବୃଦ୍ଧି ହେବା ସହିତ ବିକଶିତ ରାଷ୍ଟ୍ର ଭାବରେ ଭାରତର ଗଣନା ହେବ ଏହାର କୌଣସି ଦ୍ୱିମତ ନାହିଁ l

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score