Explore

Search

April 13, 2026 11:07 pm

୨୦୩୦ ସୁଦ୍ଧା ବଦଳିବ ଅଫିସର ଚିତ୍ର : ‘ପ୍ରମ୍ପ୍ଟ’ ହେବ କାର୍ଯ୍ୟର ପ୍ରଧାନ ଭାଷା

ନୂଆଦିଲ୍ଲୀ : ଯୁଗ ବଦଳୁଛି । ତା’ସହ ସମୟ ବି ବଦଳୁଛି । ଦିନଥିଲା ସବୁ କାର୍ଯ୍ୟାଳୟରେ ଲୋକଙ୍କ ହିସାବରେ କାମ ହେଉଥିଲା। ହେଲେ ଏବେ ବଦଳିଯିବ ଅଫିସର ଚିତ୍ର । କର୍ମୀ ବା ସହକର୍ମୀଙ୍କ ଜାଗାରେ ‘ପ୍ରମ୍ପ୍ଟ’ ହେବ କାର୍ଯ୍ୟର ପ୍ରଧାନ ଭାଷା । ଆସନ୍ତା ୨୦୩୦ ସୁଦ୍ଧା ବଦଳି ଯାଇଥିବା ସବୁ ଅଫିସର ଚିତ୍ର । ସମ୍ଭବତଃ ଆପଣଙ୍କ ପାଖରେ କାମ କରୁଥିବା ସହକର୍ମୀ ଆଉ ମଣିଷ ନୁହେଁ, ଏକ ଉନ୍ନତ ମାନବାକୃତି ରୋବୋଟ ହୋଇପାରେ। ଆପଣଙ୍କ ଇମେଲ୍, ରିପୋର୍ଟ ଓ ଦୈନନ୍ଦିନ କାମକୁ ଏଆଇ ଆଧାରିତ ସ୍ମାର୍ଟ ସିଷ୍ଟମ୍ ଆପଣଙ୍କ ଆବଶ୍ୟକତା ଅନୁଯାୟୀ ସଜାଇଦେବ। ଯାହାକୁ ଆମେ ଏବେ କଳ୍ପନା ବୋଲି ଭାବୁଛୁ, ସେହିପରି ଦୃଶ୍ୟ ୨୦୩୦ ସୁଦ୍ଧା ସତ୍ୟ ହେବାର ଆଶା ରହିଛି।

ଏପରି ରୋଚକ ତଥ୍ୟ ଏକ ପ୍ରସିଦ୍ଧ ଅନୁସନ୍ଧାନ ସଂସ୍ଥାର ଅଧ୍ୟୟନରେ ଉଲ୍ଲେଖ ହୋଇଛି ଯେ, ଆଗାମୀ ସମୟରେ ଅଫିସର କାମକୁ ମଣିଷ ଓ ମେସିନର ପ୍ରତିସ୍ପର୍ଧା ଭାବେ ନୁହେଁ, ବରଂ ଦୁହେଁ ଦୁହିଁଙ୍କର ସହଯୋଗ ଓ ସହଭାଗିତା ଭାବେ ଦେଖାଯିବ। ଏବେ ଅଫିସରେ ପାରମ୍ପାରିକ କାର୍ଯ୍ୟ ସହ ମେସିନକୁ ନିର୍ଦ୍ଦେଶ ଅର୍ଥାତ ‘ପ୍ରମ୍ପ୍ଟ’ ଦେବା ଭବିଷ୍ୟତରେ ନୂଆ ବୈଶ୍ଵିକ ଭାଷା ପାଲଟିଛି । ଭବିଷ୍ୟତରେ ଏହା ବଦଳିଯିବ।

ଭବିଷ୍ୟତରେ କେମିତି ବଦଳିବ କାମ ?

ଆସନ୍ତା ସମୟରେ କାର୍ଯ୍ୟ ପ୍ରଣାଳୀରେ ବଡ଼ ପରିବର୍ତ୍ତନ ଦେଖାଯିବ ବୋଲି ବିଭିନ୍ନ ଅଧ୍ୟୟନରେ ଉଲ୍ଲେଖ ମିଳିଛି । ଏକ ସୌର ଉର୍ଜା କେନ୍ଦ୍ର ଓ ବ୍ୟବସାୟିକ ସ୍ଥାନକୁ ଉଦାହରଣ ଭାବେ ଧରି ଦେଖାଯାଇଛି ଯେ, ଆଗାମୀ ଦିନରେ କାମ କରିବାର ଶୈଳୀ କିପରି ନୂଆ ରୂପ ନେବ।

ଭବିଷ୍ୟତରେ ସୌର ପାୱାର ପ୍ଲାଣ୍ଟ ଭଳି ସ୍ଥାନରେ ସାଧାରଣ ମରାମତି କାମ ପାଇଁ ମଣିଷଙ୍କୁ ସିଧାସଳଖ ଯିବାକୁ ପଡିବ ନାହିଁ। ପ୍ରଥମେ ଡ୍ରୋନ ଓ ରୋବୋଟ ସେଠାରେ ଯାଇ ସମସ୍ୟା ଚିହ୍ନଟ କରିବେ। ଏଆଇ ଆଧାରିତ ପ୍ରଣାଳୀ ଖରାପ ଅଂଶକୁ ଚିହ୍ନଟ କରି ତଥ୍ୟ ଯୋଗାଇଦେବ। ତାପରେ ମଣିଷ ଏକ ପର୍ଯ୍ୟବେକ୍ଷକ ଭାବେ ସମସ୍ତ ତଥ୍ୟ ଆଧାରରେ ଶେଷ ନିଷ୍ପତ୍ତି ନେବେ। ଶାରୀରିକ କଷ୍ଟର କାମ ରୋବୋଟ୍ କରିବ । ଆଉ ଯେତେବେଳେ ଯୋଜନା, ବିଚାର ଓ ନିଷ୍ପତ୍ତି ନେବାର ଦାୟିତ୍ୱ ଆସିବ ତାହା ମଣିଷଙ୍କ ହାତରେ ରହିବ।

ଦରମା ହ୍ରାସ ପାଇବ କି?

ସୂତ୍ର ଅନୁସାରେ ମଣିଷର ଦକ୍ଷତା ଓ ଜ୍ଞାନ ପାଇଁ ଆଗାମୀ ଦିନରେ ମଧ୍ୟ ଭଲ ଚାହିଦା ରହିବ । ପ୍ରାୟ ୭୦ ପ୍ରତିଶତ କାମ ମଣିଷ ଉପରେ ନିର୍ଭର କରିବ ବୋଲି କୁହାଯାଇଛି । ଏପରିକି ଯେଉଁ କର୍ମଚାରୀମାନେ ଏଆଇ ଟୁଲ୍ ଓ ରୋବୋଟିକ୍ସ ସହିତ ସମଯୋଜନ କରି କାମ କରିପାରିବେ, ସେମାନଙ୍କ ପାଇଁ ଅଧିକ ଦରମା ଓ ଭଲ ସୁଯୋଗ ଥିବ। ତେଣୁ ଭବିଷ୍ୟତରେ ଦରମା କମିବା ପେକ୍ଷା, ଦକ୍ଷତା ଅନୁଯାୟୀ ଆୟ ବୃଦ୍ଧି ପାଇବାର ସମ୍ଭାବନା ଅଧିକ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score