Explore

Search

March 29, 2026 6:24 pm

ହ୍ଵାଟ୍ସଆପ ଆଣିଲା ନୂଆ ଫିଚର : ୧୫ ମିନିଟରେ ମେସେଜ ହୋଇଯିବ ଗାଏବ

ଡିଜିଟାଲ ଯୁଗରେ ବ୍ୟକ୍ତିଗତ ଆଲୋଚନାରୁ ଆରମ୍ଭ କରି ଅଫିସ କାମ ପର୍ଯ୍ୟନ୍ତ ସମସ୍ତ କାମ ପାଇଁ ଏବେ ଲୋକମାନେ ହ୍ଵାଟ୍ସଆପ ଉପରେ ଭରସା କରୁଛନ୍ତି । ଫଟୋ, ଭିଡିଓ, ଡକ୍ୟୁମେଣ୍ଟ ସହ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଏହି ଆପରେ ଆଦାନ-ପ୍ରଦାନ ହେଉଥିବାରୁ ୟୁଜରଙ୍କ ପ୍ରାଇଭେସିକୁ ନଜରରେ ରଖି କମ୍ପାନୀ ସମୟ ସମୟରେ ନୂଆ ଫିଚର ଆଣୁଛି ।

ଏହି ପର୍ଯ୍ୟାୟରେ,ହ୍ଵାଟ୍ସଆପ ଖୁବଶୀଘ୍ର ଏକ ନୂତନ ପ୍ରାଇଭେସି ବୈଶିଷ୍ଟ୍ୟ ଆଣିବାକୁ ଯାଉଛି । ଏହି ଫିଚର ଅନୁସାରେ, ୟୁଜର ଯେଉଁ ମେସେଜ ପାଇବେ, ସେହି ମେସେଜ ପଢ଼ିବା ପରେ ଆପେଆପେ ଡିଲିଟ ହୋଇଯିବ। ଏହାକୁ “ଆଫ୍ଟର ରିଡିଂ” ଫିଚର ଭାବେ ଜଣାଯାଉଛି, ଯାହା ବ୍ୟବହାରକାରୀଙ୍କୁ ଚାଟ ଉପରେ ଅଧିକ ନିୟନ୍ତ୍ରଣ ଦେବ।

ରିପୋର୍ଟ ଅନୁଯାୟୀ, ଏହି ଫିଚରଟି ଆଣ୍ଡ୍ରଏଡ ବିଟା ସଂସ୍କରଣରେ ଦେଖାଯାଇଛି। ଏଥିରେ ମେସେଜ ଖୋଲିବା ସହିତ ୧୫ ମିନିଟର କାଉଣ୍ଟଡାଉନ ଆରମ୍ଭ ହେବ ଏବଂ ସମୟ ଶେଷ ହେଲେ ମେସେଜଟି ପଠାଇଥିବା ଓ ପାଇଥିବା ଦୁଇଜଣଙ୍କ ଚାଟରୁ ହଟିଯିବ।

ଯଦି କୌଣସି ମେସେଜ ଖୋଲା ଯାଇନଥାଏ, ତେବେ ଏହା ୨୪ ଘଣ୍ଟା ପର୍ଯ୍ୟନ୍ତ ଚାଟରେ ରହିବ ଏବଂ ପରେ ସ୍ୱୟଂଚାଳିତ ଭାବେ ଡିଲିଟ ହୋଇଯିବ। ବର୍ତ୍ତମାନ ଏହି ବୈଶିଷ୍ଟ୍ୟ ଡେଭଲପମେଣ୍ଟ ଷ୍ଟେଜରେ ରହିଛି ଏବଂ ସାଧାରଣ ୟୁଜରଙ୍କ ପାଇଁ ଉପଲବ୍ଧ ହୋଇନାହିଁ।

ଏହି ନୂତନ ବ୍ୟବସ୍ଥା ବିଶେଷକରି ସେମାନଙ୍କ ପାଇଁ ଉପକାରୀ ହେବ ଯେଉଁମାନେ OTP, ପାସୱାର୍ଡ କିମ୍ବା ଅନ୍ୟ ଗୋପନୀୟ ସୂଚନା ସେୟାର କରନ୍ତି। ବର୍ତ୍ତମାନ ହ୍ଵାଟ୍ସଆପରେ ମେସେଜ ଗୁଡ଼ିକ ଚାଟରେ ରହିଯାଏ, କିନ୍ତୁ ଏହି ଫିଚର ଆସିଲେ ସେହି ସମସ୍ୟାର ସମାଧାନ ମିଳିପାରିବ।

ଏହା ସହିତ, ଆଗରୁ ଥିବା disappearing messages ବିକଳ୍ପ ୨୪ ଘଣ୍ଟା, ୭ ଦିନ ଓ ୯୦ ଦିନର ସମୟସୀମା ଦେଇଥିବାବେଳେ, ନୂତନ ଫିଚର ମାଧ୍ୟମରେ ମାତ୍ର ୧୫ ମିନିଟ ମଧ୍ୟରେ ମେସେଜ ହଟିଯିବ।

ତେବେ, ଏହି ଫିଚର କେବେ ସାଧାରଣ ୟୁଜରଙ୍କ ପାଇଁ ଆସିବ, ସେଥିପାଇଁ ହ୍ଵାଟ୍ସଆପ ପକ୍ଷରୁ କୌଣସି ଆନୁଷ୍ଠାନିକ ଘୋଷଣା ହୋଇନାହିଁ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score