Explore

Search

March 25, 2026 1:31 am

‘ହର ଘର ଜଳ’ ଲକ୍ଷ୍ୟ ପାଇଁ ଓଡିଶାରେ ସ୍ପଷ୍ଟ ଯୋଜନା ପ୍ରସ୍ତୁତ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡିଶାରେ ଜଳ ଜୀବନ ମିଶନ ୨.୦ କାମକୁ ଆଗକୁ ବଢାଇବା ପାଇଁ ନୂଆଦିଲ୍ଲୀରେ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରାଳୟ ଓ ଓଡିଶା ସରକାର ମଧ୍ୟରେ ଏକ ଚୁକ୍ତି (MoU) ସ୍ୱାକ୍ଷର ହୋଇଛି।

ଏହି କାର୍ଯ୍ୟକ୍ରମଟି ଅନଲାଇନ ମାଧ୍ୟମରେ ହୋଇଥିଲା। ଭୁବନେଶ୍ୱରର ଲୋକସେବା ଭବନରୁ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଯୋଗଦେଇଥିଲେ । ଏହି ଚୁକ୍ତି ପରେ ଏବେ ରାଜ୍ୟରେ ଘରେ ଘରେ ପାଣି ପହଞ୍ଚାଇବା କାମ ଆହୁରି ଦ୍ରୁତ ହେବ ବୋଲି ଆଶା କରାଯାଉଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଜଳ ଜୀବନ ମିଶନ କାମକୁ ସ୍ୱାଗତ କରି ଧନ୍ୟବାଦ ଜଣାଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ଦେଶର ପ୍ରାୟ ୭୭ ଶତାଂଶରୁ ଅଧିକ ପରିବାର ଟ୍ୟାପ ଜଳ ସଂଯୋଗର ସୁବିଧା ପାଇଛନ୍ତି । ଏହାସହିତ, କେନ୍ଦ୍ର କ୍ୟାବିନେଟ ଦ୍ୱାରା ଏହି ଯୋଜନାକୁ ୨୦୨୮ ପର୍ଯ୍ୟନ୍ତ ବଢ଼ାଇବାକୁ ଅନୁମୋଦନ ମିଳିଥିବା ଏବଂ ‘ହର ଘର ଜଳ’ ଲକ୍ଷ୍ୟ ପୂରଣରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ସେ ମତ ପ୍ରକାଶ କରିଥିଲେ । ତେବେ ଜଳ ଜୀବନ ମିଶନ ୨.୦ ଅନୁଯାୟୀ ରାଜ୍ୟ ସରକାର ଏକ ସ୍ପଷ୍ଟ ରୋଡମ୍ୟାପ ପ୍ରସ୍ତୁତ କରିଛନ୍ତି ।

ସେହିପରି ସୁଜଳମ ଭାରତ ପ୍ଲାଟଫର୍ମ ମାଧ୍ୟମରେ ପ୍ରାୟ ୫,୦୦୦ ଗ୍ରାମୀଣ ପାଇପ ଜଳ ପ୍ରକଳ୍ପକୁ ପଞ୍ଜିକୃତ କରାଯାଇଛି । ସେଗୁଡିକର ଅର୍ଥନୈତିକ ପରିଚାଳନା ସୁଚାରୁ ଭାବେ ସମନ୍ୱୟ କରାଯାଇଛି । ଓଡିଶାରେ ପ୍ରତ୍ୟେକ ଲୋକଙ୍କ ପାଇଁ ଦିନକୁ ୭୦ ଲିଟର ପିଇବା ପାଣି ଯୋଗାଣର ବ୍ୟବସ୍ଥା ହୋଇଥିବା ବେଳେ, ଏହି ଯୋଜନାରେ ରାଜ୍ୟସରକାର ପ୍ରାୟ ୪୦ ଶତାଂଶ ଅର୍ଥ ଭାର ବହନ କରୁଛନ୍ତି ।

ଏହାସହିତ, ବସୁଧା ହେଲ୍ପଲାଇନ, ହ୍ୱାଟସଆପ ସେବା ଓ ଡିଜିଟାଲ ଅଭିଯୋଗ ବ୍ୟବସ୍ଥା ମାଧ୍ୟମରେ ଲୋକମୁଖୀ ସେବାକୁ ଆହୁରି ସୁଦୃଢ଼ କରାଯାଇଛି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score