ସ୍ମୃତି ମନ୍ଧାନା କଲେ ପୁଣି ବଡ଼ ରେକର୍ଡ । ଭାରତୀୟ ମହିଳା କ୍ରିକେଟ ଦଳର ଓପନର ସ୍ମୃତି ମନ୍ଧାନା ଅନ୍ତର୍ଜାତୀୟ କ୍ରିକେଟରେ ୧୦ ହଜାର ରନ ପୂରଣ କରିଛନ୍ତି । ମନ୍ଧାନା ୧୦ ହଜାର ରନ ହାସଲ କରିବାରେ ଦ୍ୱିତୀୟ ଭାରତୀୟ ମହିଳା କ୍ରିକେଟର ହୋଇଛନ୍ତି । ଏହାସହିତ ସେ ଏହି ସଫଳତା ହାସଲ କରିବାରେ ବିଶ୍ୱର ଚତୁର୍ଥ ମହିଳା ଖେଳାଳି ମଧ୍ୟ ହୋଇଛନ୍ତି । ତିରୁବନ୍ତପୁରମରେ ଶ୍ରୀଲଙ୍କା ବିପକ୍ଷ ଚତୁର୍ଥ ଟି-ଟ୍ବେଣ୍ଟିରେ ୮୦ ରନର ବିସ୍ଫୋରକ ଇନିଂସ ଖେଳିବା ସହ ଏହି ସଫଳତା ପାଇଛନ୍ତି । ୨୮୧ ଇନିଂସରୁ ଦ୍ରୁତ ୧୦ ହଜାର ରନ ସଂଗ୍ରହ କରିଛନ୍ତି । ମିତାଲି ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ୧୦ହଜାର ୮୬୮ ରନ କରିଛନ୍ତି । ୧୦ ହଜାର ଅନ୍ତର୍ଜାତୀୟ ରନ କରିବାରେ ସେ ବିଶ୍ବରେ ଚତୁର୍ଥ କ୍ରିକେଟର ।
୨୦୨୫ ବର୍ଷଟି ସ୍ମୃତିଙ୍କ ପାଇଁ ବେଶ ସଫଳ ରହିଛି । ସେ ଏହି ବର୍ଷ ଦିନିକିଆରେ ସର୍ବାଧିକ ୧୩୬୨ ରନ ସଂଗ୍ରହ କରିବା ସହ ଭାରତକୁ ବିଶ୍ୱକପ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ଏହି ମାଇଲଖୁଣ୍ଟ ଅତିକ୍ରମ କରିବାରେ ସେ ଦ୍ୱିତୀୟ ଭାରତୀୟ ଏବଂ ବିଶ୍ୱର ଚତୁର୍ଥ ମହିଳା ଖେଳାଳି ହୋଇଛନ୍ତି । ମନ୍ଧାନାଙ୍କ ବ୍ୟାଟିଂ ଶ୍ରୀଲଙ୍କା ବୋଲରମାନଙ୍କୁ ଚାପରେ ପକାଇଥିଲା ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
