Explore

Search

March 17, 2026 11:42 pm

ସାରା ଦେଶରେ ଧୂରନ୍ଧର-୨ର ମାନିଆ : ରିଲିଜ ପୂର୍ବରୁ ହିଁ ରେକର୍ଡ ଭାଙ୍ଗିବାର ସଙ୍କେତ

ଦେଶବ୍ୟାପୀ ଚଳଚ୍ଚିତ୍ର ପ୍ରେମୀମାନଙ୍କ ମଧ୍ୟରେ ବଢ଼ୁଛି ଉତ୍ସାହ। ବହୁ ପ୍ରତିକ୍ଷା ପରେ ଆସୁଥିବା ଆକ୍ସନ ମୁଭି ‘ଧୁରନ୍ଧର-୨’ ଏବେ ସିନେମା ହଲରେ ଧମାକା କରିବାକୁ ପ୍ରସ୍ତୁତ । ପୂର୍ବରୁ ବ୍ଲକବଷ୍ଟର ସଫଳତା ପାଇଥିବା ପ୍ରଥମ ଭାଗ ପରେ, ଏହି ସିକ୍ବେଲକୁ ନେଇ ଦର୍ଶକମାନଙ୍କ ଆଶା ଆକାଶଛୁଆଁ ହୋଇଛି ।

ଆସନ୍ତା ମାର୍ଚ୍ଚ ୧୯ ତାରିଖରେ ଇଦ ଅବସରରେ ମୁକ୍ତିଲାଭ କରିବାକୁ ଯାଉଥିବା ଏହି ଫିଲ୍ମ, ରିଲିଜ ପୂର୍ବରୁ ହିଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇପାରିଛି । ଏହାପୂର୍ବରୁ ଦେୟଯୁକ୍ତ ପ୍ରିଭ୍ୟୁ ସୋ’ ମାଧ୍ୟମରେ ଫିଲ୍ମଟି ପ୍ରେକ୍ଷକଙ୍କ ଆଗରେ ଆସିବାକୁ ଯାଉଛି ।

ଆଶ୍ଚର୍ଯ୍ୟଜନକ ଭାବେ, ମୁକ୍ତି ପୂର୍ବରୁ ହିଁ ଫିଲ୍ମଟି ରେକର୍ଡ ସୃଷ୍ଟି କରିବାର ସଙ୍କେତ ଦେଇଛି । ପ୍ରିଭ୍ୟୁ ସୋ’ର ଟିକେଟ ବିକ୍ରିରୁ ଏପର୍ଯ୍ୟନ୍ତ କୋଟି କୋଟି ଟଙ୍କାର ବ୍ୟବସାୟ ହୋଇଥିବା ସୂଚନା ମିଳିଛି, ଯାହା ଆଗାମୀ ଦିନରେ ଆହୁରି ବଢ଼ିବା ଆଶା ରହିଛି।

ଚଳଚ୍ଚିତ୍ର ବିଶେଷଜ୍ଞଙ୍କ ମତରେ, ପ୍ରଥମ ଦିନରେ ଏହି ଫିଲ୍ମ ବକ୍ସ ଅଫିସରେ ଏକ ନୂଆ ଇତିହାସ ରଚିପାରେ। ବିଶେଷ କରି ହିନ୍ଦୀ ସିନେମାର ପୂର୍ବତନ ରେକର୍ଡ ଗୁଡ଼ିକୁ ଏହା ଚ୍ୟାଲେଞ୍ଜ କରିପାରିବ ବୋଲି ଆକଳନ କରାଯାଉଛି ।

ନିର୍ଦ୍ଦେଶକ ଆଦିତ୍ୟ ଧରଙ୍କ ନିର୍ମାଣରେ ତିଆରି ହୋଇଥିବା ଏହି ଆକ୍ସନ ଭରପୂର ଚଳଚ୍ଚିତ୍ରରେ ରହିଛି ଦମଦାର କାହାଣୀ, ରୋମାଞ୍ଚକର ଦୃଶ୍ୟ ଓ ନାଟକୀୟ ମୋଡ଼। ବିଦେଶୀ ବଜାରରେ ମଧ୍ୟ ଏହା ପାଇଁ ଦର୍ଶକମାନଙ୍କ ଆଗ୍ରହ ଦେଖିବାକୁ ମିଳୁଛି।

ସମଗ୍ର ଭାବେ ଦେଖିଲେ, ମୁକ୍ତି ଦିନରେ ଦେଶ ଓ ବିଦେଶରେ ଫିଲ୍ମଟି ଶତାଧିକ କୋଟି ଟଙ୍କାର ବ୍ୟବସାୟ କରିପାରିବ ବୋଲି ଅନୁମାନ । ଏହା ସଫଳ ହେଲେ ‘ଧୁରନ୍ଧର-୨’ ହିନ୍ଦୀ ସିନେମାରେ ଏକ ନୂଆ ମାଇଲଷ୍ଟୋନ ସୃଷ୍ଟି କରିପାରିବ। ଏବେ ସମସ୍ତଙ୍କ ଦୃଷ୍ଟି ରହିଛି ପ୍ରଥମ ଭାଗର ସଫଳତାକୁ ଏହି ସିକ୍ବେଲ ଟପିପାରିବ କି ନାହିଁ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score