Explore

Search

March 20, 2026 11:18 pm

ସରକାରଙ୍କ ନୂଆ ଘୋଷଣା : ବକେୟା ଇ-ଚାଲାଣରେ ବଡ଼ ରିଲିଫ, ୫୦% ପର୍ଯ୍ୟନ୍ତ ଛାଡ଼

ଭୁବନେଶ୍ୱର : ରାଜ୍ୟର ହଜାର ହଜାର ଗାଡ଼ି ଚାଳକଙ୍କ ପାଇଁ ଆସିଛି ବଡ଼ ଖୁସିଖବର । ବର୍ଷ ବର୍ଷ ଧରି ବକେୟା ରହିଥିବା ଇ-ଚାଲାଣ ଓ ଟ୍ରାଫିକ ଜରିମାନାରୁ ମୁକ୍ତି ଦେବାକୁ ରାଜ୍ୟସରକାର ଏକ ବୃହତ ସୁବିଧା ଯୋଜନା ଘୋଷଣା କରିଛନ୍ତି । ଏହା ଅନୁସାରେ, ପୁରୁଣା ଚାଲାଣ ମାମଲାରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ଛାଡ଼ ଦିଆଯିବ।

ଗୃହ ବିଭାଗର ନୂତନ ନିର୍ଦ୍ଦେଶ ଅନୁଯାୟୀ, ଆସନ୍ତା ଜାତୀୟ ଲୋକ ଅଦାଲତରେ ଏହି ରିହାତି ଲାଗୁ ହେବ। ଦୀର୍ଘ ସମୟ ଧରି ଅଦାଲତରେ ଅପେକ୍ଷାରତ ରହିଥିବା ଟ୍ରାଫିକ ମାମଲାକୁ ସହଜରେ ସମାଧାନ କରିବା ଓ ନ୍ୟାୟାଳୟର ଚାପ କମେଇବା ପାଇଁ ‘ୱାନ ଟାଇମ ସେଟେଲମେଣ୍ଟ’ (ଓଟିଏସ) ବ୍ୟବସ୍ଥା ଆଣାଯାଇଛି।

ଏହି ଯୋଜନାରେ ଲାଭ ଉଠାଇ ଚାଳକମାନେ କମ ଅର୍ଥ ପ୍ରଦାନ କରି ନିଜର ପୁରୁଣା ଚାଲାଣକୁ ସର୍ବଦା ପାଇଁ ନିରାକରଣ କରିପାରିବେ। ଯଦି କୌଣସି ମାମଲା କୋର୍ଟରେ ବିଚାରାଧୀନ ଅଛି, ତେବେ ଲୋକ ଅଦାଲତରେ ଜରିମାନା ଦେବା ପରେ ସେହି ମାମଲାକୁ ପ୍ରତ୍ୟାହାର କରାଯିବ ବୋଲି ସ୍ପଷ୍ଟ କରାଯାଇଛି। ଏହି ପଦକ୍ଷେପ ରାଜ୍ୟ ସରକାର ସହିତ ନାଲସାଙ୍କ ନିର୍ଦ୍ଦେଶନାମା ଅନୁସାରେ କାର୍ଯ୍ୟକରୀ ହେବ।

ସୂଚନା ଅନୁଯାୟୀ, ସମଗ୍ର ଦେଶରେ ଲକ୍ଷାଧିକ ଟ୍ରାଫିକ ମାମଲା ଅପେକ୍ଷାରତ ରହିଥିବା ବେଳେ ଓଡ଼ିଶାରେ ମାତ୍ର ସାତ ଲକ୍ଷ ମାମଲା ଏବେ ବି ବିଚାରାଧୀନ ଅଛି। ଏହି ନୂଆ ବ୍ୟବସ୍ଥା ଦ୍ୱାରା ଏହି ସମସ୍ୟାର ସମାଧାନ ହେବା ସହିତ ଗାଡ଼ି ଚାଳକମାନେ ବହୁତ ଆଶ୍ୱସ୍ତି ପାଇବେ ବୋଲି ଆଶା କରାଯାଉଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score