Explore

Search

February 28, 2026 8:25 pm

ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ହେବ ଦଣ୍ଡ ବିଧାନ: ବୈଠକ ଅନୁଷ୍ଠିତ

ଗତକାଲି ଶ୍ରୀମନ୍ଦିରରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ହୋଇଯାଇଛି ବୈଠକ ଯହିଁରେ ଶ୍ରୀମନ୍ଦିର ସୁରକ୍ଷା ନେଇ ସରକାରଙ୍କୁ ଦଣ୍ଡବିଧାନ ପାଇଁ ପ୍ରସ୍ତାବ ଦିଆଯାଇଛି। ମୁଖ୍ୟ ରୂପରେ ୪ଟି ବିନ୍ଦୁ ଉପରେ ପ୍ରସ୍ତାବ ଦିଆଯାଇଥିବା ବୋଲି ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ସୂଚନା ଦେଇଛନ୍ତି।

ଅନଧିକୃତ ବ୍ୟକ୍ତି ଚିତ୍ର ଉତ୍ତୋଳନ କଲେ ଦଣ୍ଡ ବିଧାନ ପ୍ରସ୍ତାବ ରହିବ। ମହାପ୍ରଭୁଙ୍କ ସଂସ୍କୃତି, ଗରିମା କ୍ଷୁଣ୍ଣ କଲେ ୭ ବର୍ଷର ଜେଲ୍ ଦଣ୍ଡ ପ୍ରସ୍ତାବ। ଜାମିନବିହୀନ ଗିରଫ ପରୱାନ ସହ ୭ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ପ୍ରସ୍ତାବ ଦିଆଯିବ। ଡ୍ରୋନ ଉଡ଼ାଇଲେ, ଇଲେକ୍ଟ୍ରୋନିକ ଡିଭାଇସ ନେଲେ ତୁରନ୍ତ ତଦନ୍ତ ପାଇଁ ପ୍ରସ୍ତାବ ରହିବ। ଶ୍ରୀଜଗନ୍ନାଥ ଆଇନରେ ସଂଶୋଧନ କରି ଦଣ୍ଡବିଧାନ ପ୍ରସ୍ତାବ ଦିଆଯିବ। ସଂଶୋଧନ ପରେ ଖିଲାପକାରୀଙ୍କୁ ୩ ବର୍ଷ ପର୍ଯ୍ୟନ୍ତ ଦଣ୍ଡ ବିଧାନ ପ୍ରସ୍ତାବ ରହିବ।ଏନେଇ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି, ଅନୁମୋଦନକୁ ଅପେକ୍ଷା ରହିଛି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ସୁରକ୍ଷା ଦୃଷ୍ଟି କୋଣରୁ ଅଧିକୃତ ବ୍ୟକ୍ତି ମୋବାଇଲ୍ ଫୋନ୍ ବ୍ୟବହାର କରିପାରିବେ। ମାତ୍ର ଖୋଲାଖୋଲି ଭାବେ ନୁହେଁ ନିର୍ଦିଷ୍ଟ ରୂପେ ଧାର୍ଯ୍ୟ ସ୍ଥାନରେ ରହି ବ୍ୟବହାର କରିପାରିବେ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score