Explore

Search

March 25, 2026 11:52 pm

ଶେଷ ହେବ ଗ୍ୟାସ ସଙ୍କଟ : ଭାରତକୁ ଆସୁଛି ୬୨ ଲକ୍ଷ LPG ସିଲିଣ୍ଡର

ଆସନ୍ତା ୪୮ରୁ ୬୦ ଘଣ୍ଟା ମଧ୍ୟରେ ଦୁଇଟି LPG ଟ୍ୟାଙ୍କର ଭାରତରେ ପହଞ୍ଚିବାକୁ ଥିବା ସୂଚନା ମିଳିଛି । ମଧ୍ୟପ୍ରାଚ୍ୟରେ ଚାଲୁଥିବା ଯୁଦ୍ଧ ପରିସ୍ଥିତି ପରେ ସୃଷ୍ଟି ହୋଇଥିବା LPG ସଙ୍କଟ ମଧ୍ୟରେ ଏହା ଦେଶ ପାଇଁ କିଛିଟା ଆଶ୍ୱସ୍ତି ନେଇଆସିବ ବୋଲି ଆଶା କରାଯାଉଛି ।

‘ପାଇନ ଗ୍ୟାସ’ ଓ ‘ଜଗ ବସନ୍ତ’ ନାମକ ଏହି ଦୁଇଟି ଟ୍ୟାଙ୍କର ଯୁଦ୍ଧ ପାଇଁ ହର୍ମୁଜ ପ୍ରଣାଳୀକୁ ସୁରକ୍ଷିତ ଭାବେ ପାର କରିସାରିଛନ୍ତି । ସମୁଦ୍ର ମାର୍ଗରେ ଯାତ୍ରା ସମୟରେ ଭାରତୀୟ ନୌସେନା ପକ୍ଷରୁ ଏହି ଜାହାଜ ଗୁଡ଼ିକୁ ନିରାପତ୍ତା ଯୋଗାଯାଉଛି ।

ଏହି ଦୁଇଟି LPG ଜାହାଜ ଭାରତରେ ପହଞ୍ଚିବା ପରେ ଗ୍ୟାସ ସ୍ଥିତିରେ ସୁଧାର ଆସିବା ସହ ଗ୍ରାହକମାନେ କିଛି ଆସ୍ୱସ୍ଥି ଅନୁଭବ କରିବେ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି । ଭାରତ ଅଭିମୁଖେ ଆସୁଥିବା ପାଇନ୍ ଗ୍ୟାସ୍ ୪୫ ହଜାର ଟନ୍ ଏଲପିଜି ବହନ କରୁଛି । ମୋଟ ୬୨ ଲକ୍ଷରୁ ୬୩ ଲକ୍ଷ ଘରୋଇ ଏଲପିଜି ସିଲିଣ୍ଡର ପୂରଣ କରାଯାଇପାରିବ ।

ବର୍ତ୍ତମାନ ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ସରକାର ଦେଶରେ LPG ଉପଲବ୍ଧତା ଉପରେ କଢ଼ା ନଜର ରଖିଛନ୍ତି । ସରକାରୀ ତଥ୍ୟ ଅନୁଯାୟୀ, ଅନଲାଇନ LPG ବୁକିଂ ହାର ୮୪% ରୁ ବଢ଼ି ୯୩% ପର୍ଯ୍ୟନ୍ତ ପହଞ୍ଚିଛି, ଯାହା ଡିଜିଟାଲ ସେବା ପ୍ରତି ଲୋକଙ୍କ ଆସ୍ଥାକୁ ପ୍ରକାଶ କରୁଛି ।

ଏପରି ସମୟରେ ‘ପ୍ୟାନିକ ବୁକିଂ’ରେ ସ୍ପଷ୍ଟ ହ୍ରାସ ଦେଖାଯାଇଛି, ଯାହା ସ୍ଥିତି ସାଧାରଣ ହେଉଥିବାର ସଙ୍କେତ ଦେଉଛି । ସରକାର ମଧ୍ୟ ନିଶ୍ଚିତ କରିଛନ୍ତି ଯେ ଘରୋଇ LPG ଯୋଗାଣ ସ୍ଥିର ଅଛି ଏବଂ ଦେଶର କୌଣସି ଅଞ୍ଚଳରୁ ସିଲିଣ୍ଡର ଅଭାବ ସମ୍ପର୍କିତ କୌଣସି ଅଭିଯୋଗ ମିଳିନାହିଁ ।

ସମଗ୍ର ଦେଶରେ LPG ବିତରଣ ପ୍ରକ୍ରିୟା ସ୍ୱାଭାବିକ ଭାବରେ ଚାଲିଥିବା ବେଳେ, ଗ୍ରାହକମାନେ ଅନାବଶ୍ୟକ ଭାବେ ଭୟଭୀତ ନହେବାକୁ ସରକାର ପକ୍ଷରୁ ଆହ୍ୱାନ କରାଯାଇଛି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score