Explore

Search

March 20, 2026 11:29 pm

ଲିଙ୍କଡିନ୍‌ ପରି ଚାକିରି ଦେବ Open AI !

ଚାକିରି ଦେବ Open AI । ଚାକିରି ଖୋଜା ପ୍ରକ୍ରିୟାକୁ ଆଉ ଟିକେ ସହଜ ଓ ସ୍ମାର୍ଟ କରିବା ଦିଗରେ ବଡ଼ ପଦକ୍ଷେପ ନେଇଛି Open AI । କମ୍ପାନୀ ଏକ ନୂତନ AI-ଆଧାରିତ ନିଯୁକ୍ତି ପ୍ଲାଟଫର୍ମ ଆଣିବାକୁ ଯୋଜନା କରୁଛି । ଯାହା ନିଯୁକ୍ତି ଓ ନିଯୁକ୍ତିଦାତାଙ୍କ ମଧ୍ୟରେ ସଠିକ ମେଳ ସୃଷ୍ଟି କରିବ। ସୂଚନା ଅନୁଯାୟୀ, ଏହି ନୂତନ ପ୍ଲାଟଫର୍ମ ୨୦୨୬ ମଧ୍ୟଭାଗରେ ଲୋକଙ୍କ ପାଇଁ ଉପଲବ୍ଧ ହେବ ।

ଏହି AI ଭିତ୍ତିକ ଜବ ପ୍ଲାଟଫର୍ମ ଲୋକଙ୍କ ଦକ୍ଷତା, ଅନୁଭବ ଓ ରୁଚିକୁ ବିଶ୍ଳେଷଣ କରି ସେହି ଅନୁସାରେ ଚାକିରି ସୁପାରିଶ କରିବ। ଏଥିରେ ନୂତନ ଠାରୁ ଅନୁଭବୀ ପେଶାଦାର ପର୍ଯ୍ୟନ୍ତ ସମସ୍ତେ ନିଜ ଯୋଗ୍ୟତା ଅନୁଯାୟୀ ଅବସର ପାଇପାରିବେ। ବିଶେଷକରି ଛୋଟ ବ୍ୟବସାୟ ଓ ସ୍ଥାନୀୟ ସଂଗଠନମାନେ ସହଜରେ ଯୋଗ୍ୟ ପ୍ରାର୍ଥୀ ଖୋଜିପାରିବେ ବୋଲି କମ୍ପାନୀ ଆଶା ବ୍ୟକ୍ତ କରିଛି।

ଏହାସହିତ, ବଡ଼ କର୍ପୋରେଟ ଓ ଶିଳ୍ପ ସଂସ୍ଥାମାନଙ୍କୁ ମଧ୍ୟ ଏହି ପ୍ଲାଟଫର୍ମ ସହିତ ଯୋଡ଼ାଯିବ। ଭିନ୍ନ-ଭିନ୍ନ କ୍ଷେତ୍ରରେ ଚାକିରି ସୂଚନା ଉପଲବ୍ଧ ହେବାରୁ ଚାକିରି ସୁବିଧା ଆଉ ଅଧିକ ବିସ୍ତୃତ ହେବ। ଏହି ପ୍ରୟାସ ମାଧ୍ୟମରେ OpenAI ପ୍ରଚଳିତ ପ୍ରୋଫେସନାଲ୍ ନେଟୱର୍କିଂ ସାଇଟ LinkedIn ସହିତ ସିଧାସଳଖ ପ୍ରତିସ୍ପର୍ଦ୍ଧାରେ ଯିବାକୁ ପ୍ରସ୍ତୁତ।

ଏପରିକି, AI ଦକ୍ଷତାକୁ ବୃଦ୍ଧି କରିବା ପାଇଁ କମ୍ପାନୀ ଏକ ଶିକ୍ଷାମୂଳକ ପ୍ଲାଟଫର୍ମ ମଧ୍ୟ ଆଣୁଛି । “OpenAI Academy” ନାମରେ ପରିଚିତ ଏହି ମାଧ୍ୟମରେ ଲୋକମାନେ ମୌଳିକ ଠାରୁ ଆଡ଼ଭାନସ ଏଆଇ କୌଶଳ ଶିଖିପାରିବେ। ପ୍ରମ୍ପ୍ଟ ଇଞ୍ଜିନିୟରିଂ ଭଳି ଆଧୁନିକ ବିଷୟରେ ମଧ୍ୟ ଏଠାରେ ପ୍ରଶିକ୍ଷଣ ମିଳିବ।

କମ୍ପାନୀ ଦୀର୍ଘକାଳୀନ ଲକ୍ଷ୍ୟ ଭାବେ ୨୦୩୦ ସୁଦ୍ଧା ଲକ୍ଷାଧିକ ଲୋକଙ୍କୁ AI ସମ୍ପର୍କିତ ପ୍ରମାଣପତ୍ର ଦେବାକୁ ଯୋଜନା କରିଛି। ଏହା ମାଧ୍ୟମରେ ନିଯୁକ୍ତିଦାତାମାନେ ଦକ୍ଷ ପ୍ରାର୍ଥୀଙ୍କୁ ସହଜରେ ଚିହ୍ନଟ କରିପାରିବେ।

ବର୍ତ୍ତମାନ ସମୟରେ AI ପ୍ରାୟ ସମସ୍ତ କ୍ଷେତ୍ରରେ ପ୍ରବେଶ କରିଛି। କାର୍ଯ୍ୟ ପ୍ରଣାଳୀରୁ ଆରମ୍ଭ କରି ନିଯୁକ୍ତି ପ୍ରକ୍ରିୟା ପର୍ଯ୍ୟନ୍ତ AIର ପ୍ରଭାବ ଦେଖାଯାଉଛି। ଏହି ପରିବର୍ତ୍ତନକୁ ମନେ ରଖି OpenAI ଏମିତି ପ୍ଲାଟଫର୍ମ ଗଢ଼ୁଛି । ଯାହା ଲୋକଙ୍କୁ ନୂତନ ଦକ୍ଷତା ଶିଖିବା ସହିତ ଚାକିରି ସୁଯୋଗ ସହିତ ସିଧାସଳଖ ଯୋଡ଼ିଦେବ।

ସମଗ୍ର ଭାବେ, ଏହି ନୂତନ ପ୍ରୟାସ ଭବିଷ୍ୟତର ନିଯୁକ୍ତି ବ୍ୟବସ୍ଥାକୁ ଆଉ ଅଧିକ ସ୍ମାର୍ଟ, ଦ୍ରୁତ ଓ ସ୍ପଷ୍ଟ କରିବାରେ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ ହିସାବରେ ଦେଖାଯାଉଛି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score