ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ପୁରଣ ହୋଇଛି ୧୦୦ ବର୍ଷ l ଏହି ଅବସରରେ ସଙ୍ଗଠନର ମୁଖ୍ୟ ମୋହନ ଭାଗବତ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅନ୍ୟାନ୍ୟ ନେତା ଅଭିନନ୍ଦନ ଜଣାଇଥିଲେ। ଏଥିସହିତ ବେଲୁଚିସ୍ତାନକୁ ପାକିସ୍ତାନରୁ ଏକ ପୃଥକ ଦେଶ ଭାବରେ ଗଠନ କରିବାକୁ ଦାବି କରିଥିବା ନେତା ମୀର ୟାର ଆରଏସଏସର ୧୦୦ ବର୍ଷ ପୂରଣ କରିବାକୁ ନେଇ ଅଭିନନ୍ଦନ ଜଣାଇଛନ୍ତି। ମୀର ୟାର ସୋସିଆଲ ମିଡିଆ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, “ଆରଏସଏସର ୧୦୦ତମ ବାର୍ଷିକୀରେ ସମ୍ମାନ ଏବଂ ଏକତାର ଶୁଭେଚ୍ଛା ଜଣାଉଛି। ୨୦୨୫ ଅକ୍ଟୋବର ୨ରେ ଏହି ଐତିହାସିକ ଅବସରରେ ଆମେ ଆରଏସଏସର ପ୍ରତିଷ୍ଠାତା, ନେତୃତ୍ୱ ଏବଂ ପ୍ରତ୍ୟେକ ସଦସ୍ୟଙ୍କୁ ହୃଦୟର ସହିତ ଅଭିନନ୍ଦନ ଜଣାଉଛୁ। ଆରଏସଏସରର କାର୍ଯ୍ୟ ନୀତି ନିସ୍ୱାର୍ଥପରତାର ସର୍ବଦା ଆତ୍ମାକୁ ପ୍ରେରଣା ଦେଇଥାଏ।”
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
