Explore

Search

January 14, 2026 8:38 pm

ରାତି ପାହିଲେ ରକ୍ଷା ବନ୍ଧନ ଚଳଚଞ୍ଚଳ ରାକ୍ଷୀ ବଜାର : ଉତ୍ତରପ୍ରଦେଶରେ ସ୍ଵତନ୍ତ୍ର ଭେଟି

ରାତି ପାହିଲେ ରାକ୍ଷୀ ପୂର୍ଣ୍ଣିମା l ଭାଇ ହାତରେ ଭଉଣୀ ବାନ୍ଧିବ ରକ୍ଷା କବଚ l ସେଥିପାଇଁ ବଜାରରେ ଚାଲିଛି ଜୋରଦାର୍ ରାକ୍ଷୀ, ମିଠା, ଚକୋଲେଟ୍ ଓ ଅନ୍ୟାନ୍ୟ ସାମଗ୍ରୀ l ବିଭିନ୍ନ ପ୍ରକାରର ରାକ୍ଷୀ ବିକ୍ରୟ ଚାଲିଥିବା ବେଳେ ଭଳିକି ଭଳି ସୁନା, ରୂପା, ମୋତି ଓ ଷ୍ଟୋନ୍ ରାକ୍ଷୀର ଅନେକ ଚାହିଦା ଦେଖିବାକୁ ମିଳିଛି l

ପାଗ ଅନୁକୂଳ ଥିବାରୁ ଆଗକୁ ଆହୁରି ଭଲ ବେପାର ହେବାର ସମ୍ଭାବନା ରହିଛି l ସେହିପରି ଉତ୍ତରପ୍ରଦେଶରେ ପବିତ୍ର ରକ୍ଷା ବନ୍ଧନରେ ମହିଳାଙ୍କ ପାଇଁ ମାଗଣା ଯାତ୍ରାର ପରମ୍ପରା ଦେଖିବାକୁ ମିଳିଛି। ୮ ରୁ ୧୦ ଅଗଷ୍ଟ ପର୍ଯ୍ୟନ୍ତ ମହିଳା ଏବଂ ଝିଅମାନଙ୍କୁ ମାଗଣା ଯାତ୍ରା ସୁବିଧା ପ୍ରଦାନ କରିବ ପରିବହନ ବିଭାଗ । ଏହା ସହିତ ପ୍ରତ୍ୟେକ ମହିଳାଙ୍କ ସହିତ ଯାଉଥିବା ଜଣେ ସହଯାତ୍ରୀଙ୍କୁ ମଧ୍ୟ ବିନା ଟିକେଟରେ ଯାତ୍ରା କରିବାର ଛାଡ଼ ଦିଆଯାଇଛି। ଏହି ସୁବିଧା ରୋଡୱେଜ୍ ଏବଂ ସହରାଞ୍ଚଳ ବସ୍ ସେବା ବସ୍‌ରେ ଉପଲବ୍ଧ ହେବ।

ଏହି ପଦକ୍ଷେପ ୨୦୧୭ ମସିହାରେ ଆରମ୍ଭ ହୋଇଥିଲା। ରକ୍ଷା ବନ୍ଧନରେ ଭଉଣୀମାନଙ୍କୁ ଆର୍ଥିକ ବୋଝରୁ ମୁକ୍ତ ରଖି ସେମାନଙ୍କ ଘରକୁ କିମ୍ବା ଭାଇମାନଙ୍କୁ ପହଞ୍ଚିବାର ସୁଯୋଗ ଦେବା ପାଇଁ ରୋଡୱେଜ୍‌ରେ ମାଗଣା ଯାତ୍ରା ଘୋଷଣା କରିଥିଲେ ସରକାର। ସରକାରଙ୍କ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଆଠ ବର୍ଷରେ ୧.୨୩ କୋଟିରୁ ଅଧିକ ମହିଳା ଏହି ଯୋଜନା ଅଧୀନରେ ଲାଭବାନ ହୋଇଛନ୍ତି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score