ଭୁବନେଶ୍ୱର : ରାଜ୍ୟର ୩୧୮ଟି ବସଷ୍ଟାଣ୍ଡକୁ ‘ଅଟଳ ବସଷ୍ଟାଣ୍ଡ’ ଭାବେ ଉନ୍ନତ କରାଯିବ। ଏହା ମାଧ୍ୟମରେ ଲୋକମାନେ ଗୋଟିଏ ସ୍ଥାନରୁ ଭଲ ଓ ସମନ୍ୱିତ ସାର୍ବଜନୀନ ସେବା ପାଇପାରିବେ। ଏହି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ରାଜ୍ୟ କ୍ୟାବିନେଟ ବୈଠକରେ ଅନୁମୋଦନ ମିଳିଛି।
ଲୋକସେବା ଭବନରେ ବୈଠକ ସମାପ୍ତ ପରେ ମୁଖ୍ୟଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ସୂଚନା ଦେଇ କହିଛନ୍ତି ଯେ, ୨୦୩୧-୩୨ ସୁଦ୍ଧା ଏହି ଯୋଜନା ପାଇଁ ପ୍ରାୟ ୩ ହଜାର ୪୦୦ କୋଟି ଟଙ୍କା ବ୍ୟୟ କରାଯିବ। ଏହି ଯୋଜନା ଅନୁସାରେ ଜିଲ୍ଲା ମୁଖ୍ୟାଳୟ, ଉପଖଣ୍ଡ, ବ୍ଲକ, ପର୍ଯ୍ୟଟନ ସ୍ଥଳ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଆଧୁନିକ ବସଷ୍ଟାଣ୍ଡ ଗଠନ କରାଯିବ। ଏହା ଏକ ନୂତନ ଓ ପରିବର୍ତ୍ତନମୂଳକ ପଦକ୍ଷେପ ଭାବେ ଗ୍ରହଣ କରାଯାଇଛି।
ଏହା ଦ୍ୱାରା ପରିବେଶ ସୁରକ୍ଷା, ସାମାଜିକ ସମ୍ମିଳନ, ଆର୍ଥିକ ବିକାଶ ଓ ସମାନ ସୁଯୋଗ ସୃଷ୍ଟିରେ ସହଯୋଗ ମିଳିବ। ସମସ୍ତ ପୁରୁଣା ଓ ନୂଆ ବସ୍ଷ୍ଟାଣ୍ଡକୁ ଏହି ଯୋଜନା ଅଧୀନରେ ଆଣି ଏକ ସମାନ ପରିଚାଳନା ବ୍ୟବସ୍ଥା କରାଯିବ। ଏଥିରେ ଉନ୍ନୟନ, ରକ୍ଷାବେକ୍ଷଣ ଓ ପରିଚାଳନା ସହଜ ଓ ସୁଚାରୁ ହେବ।
‘ଅଟଳ ବସଷ୍ଟାଣ୍ଡ’ ଯୋଜନାରେ ବସଷ୍ଟାଣ୍ଡ ଗୁଡ଼ିକୁ କ, ଖ ଓ ଗ ଶ୍ରେଣୀରେ ବିଭକ୍ତ କରାଯିବ । ଲୋକଙ୍କ ଆବଶ୍ୟକତା ଅନୁଯାୟୀ ପର୍ଯ୍ୟାପ୍ତ ବସ ସେବା ଓ ଭଲ ଯୋଗାଯୋଗ ବ୍ୟବସ୍ଥା କରାଯିବ। ସମସ୍ତ ବସଷ୍ଟାଣ୍ଡକୁ ସାର୍ବଜନୀନ ପରିବହନର ମୁଖ୍ୟ କେନ୍ଦ୍ର ଭାବେ ଗଢ଼ି ଉଠାଯିବ ଏବଂ ସେଠାରେ ସରକାରୀ ଓ ବେସରକାରୀ ଦୁଇ ପ୍ରକାର ବସ ସେବା ଚାଲିପାରିବ, ଯାହା ଫଳରେ ଲୋକମାନେ ସହଜରେ ସୁବିଧା ପାଇପାରିବେ।
ଏହି ଯୋଜନାକୁ ବାଣିଜ୍ୟ ଓ ପରିବହନ ବିଭାଗ ଅଧୀନରେ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ଦ୍ୱାରା କାମରେ ଲାଗୁ କରାଯିବ। ରାଜ୍ୟର ସମସ୍ତ ବସଷ୍ଟାଣ୍ଡର ନିର୍ମାଣ, ଉନ୍ନତି, ନବୀକରଣ ଓ ସଠିକ ପରିଚାଳନା ପାଇଁ ସରକାର ୨୦୩୧-୩୨ ପର୍ଯ୍ୟନ୍ତ ୩,୪୦୦ କୋଟି ଟଙ୍କା ବ୍ୟୟ କରିବାକୁ ମଞ୍ଜୁର କରିଛନ୍ତି ବୋଲି ମୁଖ୍ୟ ସଚିବ ଶ୍ରୀମତୀ ଅନୁ ଗର୍ଗ କହିଛନ୍ତି ।
‘ଅଟଳ ବସଷ୍ଟାଣ୍ଡ’ ଯୋଜନାରେ ବସଷ୍ଟାଣ୍ଡ ଗୁଡ଼ିକୁ କ, ଖ ଓ ଗ ଶ୍ରେଣୀରେ ବିଭକ୍ତ କରାଯିବ। ଲୋକଙ୍କ ଆବଶ୍ୟକତା ଅନୁଯାୟୀ ପର୍ଯ୍ୟାପ୍ତ ବସ୍ ସେବା ଓ ଭଲ ଯୋଗାଯୋଗ ବ୍ୟବସ୍ଥା କରାଯିବ। ସମସ୍ତ ବସଷ୍ଟାଣ୍ଡକୁ ସାର୍ବଜନୀନ ପରିବହନର ମୁଖ୍ୟ କେନ୍ଦ୍ର ଭାବେ ଗଢ଼ି ଉଠାଯିବ ଏବଂ ସେଠାରେ ସରକାରୀ ଓ ବେସରକାରୀ ଦୁଇ ପ୍ରକାର ବସ ସେବା ଚାଲିପାରିବ, ଯାହା ଫଳରେ ଲୋକମାନେ ସହଜରେ ସୁବିଧା ପାଇପାରିବେ।
ଏହି ଯୋଜନାକୁ ବାଣିଜ୍ୟ ଓ ପରିବହନ ବିଭାଗ ଅଧୀନରେ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ଦ୍ୱାରା କାମରେ ଲାଗୁ କରାଯିବ । ରାଜ୍ୟର ସମସ୍ତ ବସଷ୍ଟାଣ୍ଡର ନିର୍ମାଣ, ଉନ୍ନତି, ନବୀକରଣ ଓ ସଠିକ ପରିଚାଳନା ପାଇଁ ସରକାର ୨୦୩୧-୩୨ ପର୍ଯ୍ୟନ୍ତ ୩,୪୦୦ କୋଟି ଟଙ୍କା ବ୍ୟୟ କରିବାକୁ ମଞ୍ଜୁର କରିଛନ୍ତି ବୋଲି ମୁଖ୍ୟ ସଚିବ ଅନୁ ଗର୍ଗ କହିଛନ୍ତି ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
