Explore

Search

January 15, 2026 1:41 pm

ରାଜ୍ୟରେ ବହୁଛି ଶୀତର ଲହରୀ, ତଳକୁ ଖସୁଛି ପାରଦ

winter in odisha

ଭୁବନେଶ୍ବର: ରାଜ୍ୟରେ ଗତ କିଛି ଦିନ ହେବ ପାରଦ ତଳ ମୁହାଁ ହେବାରେ ଲାଗିଛି l ବିଭିନ୍ନ ସ୍ଥାନରେ ସର୍ବନିମ୍ନ ଓ ସର୍ବୋଚ୍ଚ ତାପମାତ୍ରାରେ ୨ରୁ ୪ ଡିଗ୍ରୀ ହ୍ରାସ ପାଇଛି । ଆସନ୍ତା ୩ ଦିନ ମଧ୍ୟରେ ତାପମାତ୍ରାରେ ଆହୁରି ୨ରୁ ୩ ଡିଗ୍ରୀ କମିପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ପାଣିପାଗ ବିଭାଗ ପକ୍ଷରୁ ଜାରି ରିପୋର୍ଟ ଅନୁଯାୟୀ ରବିବାର ରାଜ୍ୟର ଗୋଟିଏ ଦୁଇଟି ସ୍ଥାନକୁ ବାଦ ଦେଲେ ଅନ୍ୟ ସମସ୍ତ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ୨୦ ଡିଗ୍ରୀ ସେଲସିୟସରୁ କମ୍ ରେକର୍ଡ କରାଯାଇଛି l ଫୁଲବାଣୀରେ ୧୧.୦ ଡିଗ୍ରୀ, ଦାରିଙ୍ଗବାଡିରେ ୧୨.୦ ଡିଗ୍ରୀ, ଭବାନୀପାଟଣା ଓ ଅନୁଗୋଳରେ ୧୩.୦ ଡିଗ୍ରୀ ଏବଂ ରାଉରକେଲାରେ ୧୩.୧ ଡିଗ୍ରୀ ସେଲସିୟସ୍ ରହିଥ‌ିଲା। ଅନ୍ୟପଟେ ପାରଳାଖେମୁଣ୍ଡି ଓ ମାଲକାନଗିରିରେ ସର୍ବଧିକ ତାପମାତ୍ରା ୩୨.୪ ଡିଗ୍ରୀ ସେଲସିୟସ୍ ରହିଥିଲା। ତେବେ ଜି.ଉଦୟଗିରି ସର୍ବନିମ୍ନ ତାପମାତ୍ରା ୭. ୮ ଡିଗ୍ରୀ ରହିବା ସହିତ କନ୍ଧମାଳ ଜିଲ୍ଲାର ଜି.ଉଦୟଗିରି ସହର ପ୍ରବଳ ଶୀତରେ ଥରୁଛି। ପ୍ରବଳ ଶୀତ ସାଙ୍ଗକୁ ଘନକୁହୁଡି ଯୋଗୁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହେଉଛି ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ ଘରୁ ବାହାରକୁ ବାହାରିବା କଷ୍ଟକର ହୋଇପଡ଼ୁଛି। ସନ୍ଧ୍ୟାରୁ ପୁଣି ଶୀତ ମାଡିଆସୁଛି। ଘନ କୁହୁଡ଼ି ଯୋଗୁ କଳିଙ୍ଗା ଘାଟିରେ ଯାନବାହନ ଚଳାଚଳରେ ଅସୁବିଧା ହେଉଛି। ଶୀତରୁ ରକ୍ଷା ପାଇଁ ଲୋକେ ସକାଳୁ ଚା’ ଦୋକାନ ଓ ନିଆଁ ଚାରିପାଖେ ବସି ରହୁଥ‌ିବା ଦେଖିବାକୁ ମିଳୁଛି l

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score