ଏଣିକି ମାଗଣାରେ ମିଳିବ ସର୍ଭିକାଲ କ୍ୟାନ୍ସର ଟିକା । ଏଥର କ୍ୟାନ୍ସର ଚିକିତ୍ସା ପାଇଁ ଆଉ ଖର୍ଚ୍ଚ କରିବାକୁ ପଡ଼ିବନି ପଇସା । ଦେଶରେ କିଶୋରୀମାନଙ୍କ ପାଇଁ ବଡ଼ ସ୍ୱାସ୍ଥ୍ୟ ସୁବିଧା ଆସୁଛି । ସର୍ଭିକାଲ କ୍ୟାନ୍ସର ପ୍ରତିରୋଧ ପାଇଁ HPV ଟିକା ଏବେ ମାଗଣାରେ ଦିଆଯିବ । ଆସନ୍ତା ଫେବୃଆରୀ ୨୮ ତାରିଖରୁ ସାରା ଦେଶରେ ଏହି ଟିକାକରଣ ଅଭିଯାନ ଆରମ୍ଭ ହେବ। କେନ୍ଦ୍ରସରକାର ପକ୍ଷରୁ ଏନେଇ ସ୍ପଷ୍ଟ ନିର୍ଦ୍ଦେଶିକା ଜାରି କରାଯାଇଛି ।
ନିର୍ଦ୍ଦେଶିକା ଅନୁଯାୟୀ, ୧୪ ବର୍ଷ ପର୍ଯ୍ୟନ୍ତ ଝିଅମାନଙ୍କୁ ଏକମାତ୍ର ଡୋଜ ଦିଆଯିବ । ୧୪ ବର୍ଷ ଊର୍ଦ୍ଧ୍ୱ କିଶୋରୀମାନଙ୍କୁ ତିନୋଟି ଡୋଜ ଦେବା ବ୍ୟବସ୍ଥା ରହିଛି । ପୂର୍ବରୁ ଏହି ଟିକା କେବଳ ଘରୋଇ ହସ୍ପିଟାଲରେ ଉପଲବ୍ଧ ଥିଲା, କିନ୍ତୁ ଏବେ ସରକାରୀ ହସ୍ପିଟାଲରେ ମାଗଣାରେ ମିଳିବ । ଯେଉଁ ହସ୍ପିଟାଲରେ କୋଲ୍ଡ ଚେନ ସୁବିଧା ରହିଛି, ସେଠାରେ ପ୍ରଥମ ପର୍ଯ୍ୟାୟରେ ଏହା ଦିଆଯିବ।
ଏହି କାର୍ଯ୍ୟକ୍ରମକୁ ଆଭାସୀ ମାଧ୍ୟମରେ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ଏହାସହ ୨୦୨୬-୨୭ ଆର୍ଥିକ ବର୍ଷରେ “ମୁଖ୍ୟମନ୍ତ୍ରୀ କର୍କଟ ଚିକିତ୍ସା ଅଭିଯାନ” ଆରମ୍ଭ କରାଯିବାକୁ ଯୋଜନା ରହିଛି । ଏଥିପାଇଁ ୩୧୧ କୋଟି ଟଙ୍କା ବ୍ୟୟ ହେବାକୁ ଥିବା ବେଳେ, ସମସ୍ତ ପ୍ରକାର କର୍କଟ ରୋଗ ପ୍ରତିରୋଧ ଓ ଚିକିତ୍ସାରେ ଗୁରୁତ୍ୱ ଦିଆଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି।
ପ୍ରଥମ ପର୍ଯ୍ୟାୟରେ ମହିଳା ଜନସଂଖ୍ୟାର ପ୍ରାୟ ୧ ଶତାଂଶକୁ ଟିକା ଦିଆଯିବ। ପରେ ପର୍ଯ୍ୟାୟକ୍ରମେ ୪୦ ବର୍ଷ ପର୍ଯ୍ୟନ୍ତ ମହିଳାମାନଙ୍କୁ ଏହି ସୁବିଧା ଦେବା ଯୋଜନା ରହିଛି । ଓଡ଼ିଶାରେ ପ୍ରାୟ ୨.୫ ଲକ୍ଷ ମହିଳାଙ୍କୁ ଏହି ଟିକା ଦିଆଯିବାକୁ ଲକ୍ଷ୍ୟ ରଖାଯାଇଛି । ସମସ୍ତ ଜିଲ୍ଲାକୁ ଟିକା ପଠାଯାଇ ସାରିଛି ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି । ସ୍ୱାସ୍ଥ୍ୟ ବିଭାଗର ମତାନୁସାରେ, ଏହି ଟିକା ସୁରକ୍ଷିତ ଓ ଗୁରୁତର ପାର୍ଶ୍ୱପ୍ରତିକ୍ରିୟା ନଥିବାରୁ କିଶୋରୀମାନଙ୍କ ପାଇଁ ଏହା ବଡ଼ ସୁରକ୍ଷା କବଚ ହେବ।
ସର୍ଭାଇକାଲ କ୍ୟାନ୍ସରକୁ ରୋକିବା ପାଇଁ HPV ଟୀକାକୁ ଏବେ ସରକାରୀ ବ୍ୟବସ୍ଥାରେ ମାଗଣାରେ ଉପଲବ୍ଧ କରାଯାଉଛି। ପୂର୍ବରୁ ଏହି ଟୀକା କେବଳ ବେସରକାରୀ ହସ୍ପିଟାଲରେ ମିଳୁଥିଲା, ଯାହା ଅନେକଙ୍କ ପାଇଁ ଅର୍ଥନୈତିକ ଭାବେ ଭାରସାମ୍ୟ ହୋଇପାରୁନଥିଲା । ଏବେ ଏହା ସରକାରୀ ହସ୍ପିଟାଲରେ ନିଶୁଳ୍କ ଭାବେ ଦିଆଯିବ।
ଆସନ୍ତା ଫେବୃଆରୀ ୨୮ ତାରିଖରେ ଏହି ଟିକାକରଣ ଅଭିଯାନର ଶୁଭାରମ୍ଭ ହେବ । ଭିଡିଓ କନ୍ଫରସିଂ ମାଧ୍ୟମରେ ଏହାକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ।
ସ୍ୱାସ୍ଥ୍ୟ ବିଭାଗ ମତାନୁସାରେ, ଏହି ଟିକା ସୁରକ୍ଷିତ ଓ ଗୁରୁତର ପାର୍ଶ୍ୱପ୍ରତିକ୍ରିୟା ବିହୀନ। ପ୍ରଥମ ତିନି ମାସ ଧରି ବିଶେଷ ଅଭିଯାନ ଭାବେ ଟିକାକରଣ ଚାଲିବ । ପରେ ଧୀରେ ଧୀରେ ଏହାକୁ ବିସ୍ତାର କରାଯିବ। ଓଡ଼ିଶାରେ ପ୍ରାୟ ୨.୫ ଲକ୍ଷ ମହିଳାଙ୍କୁ ଏହି ଟିକା ଦେବାକୁ ଲକ୍ଷ୍ୟ ରହିଛି । ସମସ୍ତ ଜିଲ୍ଲାକୁ ଆବଶ୍ୟକ ଟିକା ପଠାଯାଇସାରିଛି ବୋଲି ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
