Explore

Search

February 16, 2026 12:40 am

ମଉଳିଲା ପଦକ ଆଶା :୨-୩ ଗୋଲରେ ଜର୍ମାନୀ ଠାରୁ ହାରିଲା ଭାରତ

Paris Olympic 2024

ପ୍ୟାରିସ ଅଲିମ୍ପିକ୍ସ ପୁରୁଷ ହକିରେ ବଡ ପଦକ ମିଳିବା ଆଶା ଆଶାରେ ରହିଯାଇଛି । ୪୪ ବର୍ଷ ମଧ୍ୟରେ ପ୍ରଥମ ଥର ଅଲିମ୍ପିକ୍ସରେ ହକି ଫାଇନାଲ ମ୍ୟାଚରେ ପ୍ରବେଶ କରିବାର ମଉକା ଥିଲେ ମଧ୍ୟ ଭାରତକୁ ଏହା ହାତଛଡା କରିବାକୁ ପଡିଛି । ସେମି ଫାଇନାଲରେ ଭାରତ ୨-୩ ଗୋଲରେ ଜର୍ମାନୀଠାରୁ ପରାଜିତ ହୋଇ ରୌପ୍ୟ ଓ ସ୍ବର୍ଣ୍ଣ ଦୌଡରୁ ବାଦ୍ ପଡିଛି । ଆସନ୍ତା ୮ ତାରିଖରେ ବ୍ରୋଞ୍ଜ ପାଇଁ ସ୍ପେନ ସହ ଲଢିବେ ପୁରୁଷ ହକି ଟିମ୍

ତେବେ ସୂଚନା ଥାଉ କି ପ୍ରଥମ କ୍ବାର୍ଟରରୁ ହିଁ ଭାରତ ନିଜର ଦମଦାର ପ୍ରୟାସ ଜାରି ରଖିଥିଲା। ମଙ୍ଗଳବାର ରେଡ କାର୍ଡ ପାଇଁ ବାଦ୍ ପଡିଥିବା ପ୍ରମୁଖ ଡିଫେଣ୍ଡର ଅମିତ ରୋହିଦାସ ଅନୁପସ୍ଥିତିରେ ମ୍ୟାଚ ଖେଳିଥିଲା ଭାରତ । ୭ ମିନିଟରେ ମିଳିଥିଲା ପ୍ରଥମ ପେନାଲ୍ଟି କର୍ଣ୍ଣରଅଧିନାୟକ ହରମନପ୍ରୀତ ସିଂ ଏହାକୁ ଗୋଲରେ ରୂପାନ୍ତରିତ କରି ଦଳକୁ ୧-୦ରେ ଅଗ୍ରଣୀ କରାଇଥିଲେ । ପ୍ରଥମ ପର୍ଯ୍ୟାୟରେ ଦଳ ଆଉ ୬ଟି ପିସି ପାଇଥିଲା । ପ୍ରଥମ କ୍ବାର୍ଟର ଶେଷ ସୁଦ୍ଧା ଭାରତ ୧-୦ ଗୋଲରେ ଆଗୁଆ ରହିଥିଲା । କିନ୍ତୁ ଦ୍ୱିତୀୟ କ୍ୱାର୍ଟରରେ ଏକ ପେନାଲ୍ଟି କର୍ଣ୍ଣରକୁ ଗୋଲରେ କନର୍ଭଟ କରିଥିଲେ ଜର୍ମାନୀର ଗୁଞ୍ଜାଲୋ ପିଲାଟ୍‌। ଯାହାଫଳରେ ମ୍ୟାଚ୍‌ ୧-୧ରେ ବରାବର ହୋଇଥିଲା । ମାତ୍ର ୨୭ତମ ମିନିଟ୍‌ରେ ଏକ ପେନାଲ୍ଟି ସଟ୍‌କୁ ଗୋଲରେ କନର୍ଭଟ କରିଥିଲେ କ୍ରିଷ୍ଟୋଫର ରୁର୍‌ । ଏହି ଗୋଲ ସହ ଦ୍ୱିତୀୟ କ୍ୱାର୍ଟର ସୁଦ୍ଧା ଜର୍ମାନୀ ୨-୧ରେ ଆଗୁଆ ରହିଥିଲା । ହେଲେ ଅନ୍ତିମ କ୍ୱାର୍ଟରରେ ଭାରତ ପ୍ରଦର୍ଶନ ନୈରାଶ୍ୟଜନକ ରହିଥିଲା । ଶେଷ କ୍ୱାର୍ଟରରେ ଜର୍ମାନୀ ଆଉ ଏକ ଗୋଲ ଦେଇଥିବା ବେଳେ ଭାରତ କିନ୍ତୁ କୌଣସି ଗୋଲ କରିପାରିନଥିଲା । ଫଳରେ ୨-୩ ଗୋଲରେ ବିଜୟ ଲାଭ କରିଥିଲା ଜର୍ମାନୀ ଓ ଭାରତର ପଦ ପଦକ ଆଶା ମଉଳି ଯାଇଥିଲା ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score