Explore

Search

February 16, 2026 12:58 am

ଭିନେଶ ଫୋଗାଟଙ୍କ ଜବରଦସ୍ତ ଏଣ୍ଟ୍ରି :ସେମି ଫାଇନାଲରେ ରେସଲର୍‌ ଭିନେଶ

Sports News

କୁସ୍ତିରେ ଚମତ୍କାର ପ୍ରଦର୍ଶନ କରି ସେମି ଫାଇନାଲ୍‌ରେ ଏଣ୍ଟ୍ରି କରିଛନ୍ତି ଭାରତର ତାରକା ରେସଲର ଭିନେଶ ଫୋଗାଟଭିନେଶ ଚଳିତ ଅଲିମ୍ପିକ୍ସରେ ଭାରତର ପ୍ରଥମ ରେସଲର ଭାବେ ୫୦ କେଜି ବର୍ଗର ସେମି ଫାଇନାଲରେ ପହଞ୍ଚି ଯାଇଛନ୍ତି। ସେ ପ୍ରଥମ ମ୍ୟାଚ୍‌ରେ ଟୋକିଓ ଅଲିମ୍ପିକ୍ସର ସ୍ୱର୍ଣ୍ଣ ବିଜେତା ଜାପାନର ସୁସାକିଙ୍କୁ ୩-୨ରେ ହରାଇଥିଲେ। ଏହା ପରେ କ୍ୱାର୍ଟର ଫାଇନାଲ୍‌ରେ ୟୁକ୍ରେନର ଓକ୍ସାନା ଲିଭାଚକୁ ୭-୫ରେ ହରାଇଛନ୍ତି I ଆଜି ରାତି ୧୦ଟା ୧୦ଟା ୧୫ ମିନିଟରେ ଗୁଜମାନ ଲୋପେଜଙ୍କ ସହ ସେମି ଫାଇନାଲ୍ ମୁକାବିଲ ବିଲା ହେବ।

ତେବେ ସୂଚନା ଥାଉ କି ଏହା ପୂର୍ବରୁ ପ୍ରଥମ ରାଉଣ୍ଡରେ ହିଁ ଡିଫେଣ୍ଡିଂ ଅଲିମ୍ପିକ୍ସ ଚାମ୍ପିଅନଙ୍କୁ ହରାଇଥିଲେ ଭିନେଶ । ଫ୍ରିଷ୍ଟାଇଲ କୁସ୍ତି ମୁକାବିଲାରେ ଜାପାନର ୟୁଇ ସୁସାକିଙ୍କୁ ୩-୨ରେ ହରାଇ କ୍ଵାର୍ଟର ଫାଇନାଲରେ ପହଞ୍ଚିଥିଲେ|ପ୍ରାରମ୍ଭରେ ଭିନେଶ ୪ ପଏଣ୍ଟ ହାସଲ କରିଥିଲେ। ଏହାପରେ ସେ ନିଜର ପଏଣ୍ଟ ନେବା ଜାରି ରଖିଥିଲେ। ଶେଷ ବେଳକୁ ଲିଓ୍ବାଚ୍ ଉଦ୍ୟମ କରିଥିଲେ ବି ଭିନେଶଙ୍କୁ ଟପିପାରିନଥିଲେ । ଏହା ପୂର୍ବରୁ ସେ ଜାପାନର ଯୁବି ସୁସାକିଙ୍କୁ ପରାସ୍ତ କରି କ୍ବାର୍ଟରରେ ପ୍ରବେଶ କରିଥିଲେ ।

ତେବେ ଶେଷ କିଛି ସେକେଣ୍ଡ ପୂର୍ବରୁ ଓକସାନା ଆକ୍ରମଣ କରି ୪ ପଏଣ୍ଟ ହାତେଇଥିଲେ। ଭିନେଶ ମଧ୍ୟ ଆଉ ୨ ପଏଣ୍ଟ ପାଇଥିଲା। ତେବେ ଓକସାନା ପାଇଥିବା ଶେଷ ୨ ପଏଣ୍ଟକୁ ଭିନେଶ ଚ୍ୟାଲେଞ୍ଜ କରି ବିଫଳ ହେବାରୁ ଅତିରିକ୍ତ ଗୋଟିଏ ପଏଣ୍ଟ ୟୁକ୍ରେନ ଖେଳାଳିଙ୍କୁ ମିଳିଥିଲା। ତଥାପି ଭିନେଶ ନିଜର ଦମ ଦେଖାଇ ମ୍ୟାଚ୍‌କୁ ୭-୫ରେ ଜିତି ନେଇଥିଲେ ଏବଂ ସେମିରେ ପ୍ରବେଶ କରିଥିଲେ। ତେବେ ଆଗକୁ କିପରି ରହିବ ତାଙ୍କର ପ୍ରଦର୍ଶନ କେତେଦୂର ସତ ହେବ ମେଡ଼ାଲ ଜିତିବାର ଆଶା ତାହା ଦେଖିବା ବାକି ରହିଲା।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score