Explore

Search

February 27, 2026 3:35 am

ବିଶ୍ୱକପରୁ ବିଦା ହେବ ଟିମ ଇଣ୍ଡିଆ !

ଟି-୨୦ ବିଶ୍ୱକପରେ ଆଜି ଭାରତୀୟ ଦଳ ପାଇଁ ନିର୍ଣ୍ଣାୟକ ସମୟ। ଆଜିର ମ୍ୟାଚରେ ହାରିଲେ ସେମିଫାଇନାଲ ସ୍ୱପ୍ନ ଧୁସର ହୋଇଯିବ। ଏପରିକି ବିଶ୍ୱକପରୁ ବିଦା ହେବ ଟିମ ଇଣ୍ଡିଆ । ଚେନ୍ନାଇର ମଇଦାନରେ ଭାରତ ଆଜି ଜିମ୍ବାୱେଙ୍କ ସହ ମୁକାବିଲା କରିବ। ଦଳ ପାଇଁ ଏହା ‘କର ବା ମର’ ପରିସ୍ଥିତି ସୃଷ୍ଟି କରିଛି।

ଗତ ମ୍ୟାଚରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ମିଳିଥିବା ପରାଜୟର ସ୍ୱାଦ ଭାରତୀୟ ଶିବିରକୁ ଅସ୍ଥିର କରିଦେଇଛି। ସେହି ପରାଜୟରେ ପଏଣ୍ଟ ଟେବୁଲରେ ଦଳର ସ୍ଥିତି ଅବନତି ଘଟିଛି ଓ ସେମିଫାଇନାଲ ପାଇଁ ରାସ୍ତା କଷ୍ଟକର ହୋଇପଡ଼ିଛି । ବର୍ତ୍ତମାନ ନେଟ ରନ ରେଟକୁ ମଧ୍ୟ ଧ୍ୟାନରେ ରଖି ଭାରତକୁ ବଡ଼ ବ୍ୟବଧାନରେ ଜିତିବା ଆବଶ୍ୟକ।

କୋଚିଂ ଟିମ ଓ ଖେଳାଳିମାନେ ଆଜିର ମ୍ୟାଚ ପାଇଁ ବିଶେଷ ପ୍ରସ୍ତୁତି କରିଛନ୍ତି । ବ୍ୟାଟିଂ ଓ ବୋଲିଂ ଦୁହିଁ ବିଭାଗରେ ସୁଧାର ଆଣିବା ଉପରେ ଜୋର ଦିଆଯାଇଛି। ଶୀର୍ଷ କ୍ରମର ବ୍ୟାଟରମାନେ ଦୃଢ଼ ଆରମ୍ଭ ଦେଲେ ଦଳ ମଜବୁତ ସ୍କୋର ଗଢ଼ିପାରିବ । ସେହିପରି ବୋଲରମାନେ ଆରମ୍ଭରୁ ଜିମ୍ବାୱେ ଦଳକୁ ଚାପରେ ରଖିବାକୁ ପ୍ରୟାସ କରିବେ ।

ସମସ୍ତଙ୍କ ନଜର ଆଜିର ମୁକାବିଲା ଉପରେ ରହିଛି । ଭାରତ ପାଇଁ ଏହି ମ୍ୟାଚ କେବଳ ଜିତିବା ନୁହେଁ, ବରଂ ଭଲ ବ୍ୟବଧାନରେ ବିଜୟ ହାସଲ କରି ସେମିଫାଇନାଲ ଆଶାକୁ ଜୀବନ୍ତ ରଖିବା ମୁଖ୍ୟ ଲକ୍ଷ୍ୟ ହେବ।

ଟ୍ୱେଣ୍ଟି-୨୦ ବିଶ୍ୱକପର ସୁପର-୮ ପର୍ଯ୍ୟାୟରେ ଭାରତୀୟ ଦଳ ପାଇଁ ସମୀକରଣ ଏବେ ଅତ୍ୟନ୍ତ କଠିନ ହୋଇପଡ଼ିଛି। କେବଳ ଆଜିର ମୁକାବିଲା ନୁହେଁ, କୋଲକାତାର ଐତିହାସିକ ଇଡେନ ଗାର୍ଡେନ୍ସ ମଇଦାନରେ ହେବାକୁ ଥିବା ୱେଷ୍ଟଇଣ୍ଡିଜ ବିପକ୍ଷରେ ଶେଷ ସୁପର-୮ ମ୍ୟାଚରେ ମଧ୍ୟ ବଡ଼ ବ୍ୟବଧାନରେ ଜିତିବା ଭାରତ ପାଇଁ ଅତ୍ୟାବଶ୍ୟକ ହୋଇପଡ଼ିଛି।

ଚଳିତ ICC Men’s T20 World Cup ଆରମ୍ଭ ପୂର୍ବରୁ ଭାରତକୁ ଶୀର୍ଷ ଦାବିଦାର ଭାବେ ଦେଖାଯାଉଥିଲା। ଦଳର ସନ୍ତୁଳିତ ସଂଘଟନ ଓ ତାରକା ଖେଳାଳିମାନଙ୍କ ଉପସ୍ଥିତି ନେଇ ଭକ୍ତମାନଙ୍କ ଆଶା ବହୁତ ଉଚ୍ଚ ଥିଲା। କିନ୍ତୁ ସୁପର-୮ ପର୍ଯ୍ୟାୟରେ ଅସ୍ଥିର ପ୍ରଦର୍ଶନ ଦଳକୁ ସଙ୍କଟରେ ପକାଇ ଦେଇଛି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score