Explore

Search

March 24, 2026 3:16 am

ବିଦେଶ ମାଟିରେ ଓଡ଼ିଆ ପୁଅଙ୍କ ଜଲୱା : ମୁଖ୍ୟମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା

ହାଇଦ୍ରାବାଦ : ବିଦେଶ ମଞ୍ଚରେ ପୁଣିଥରେ ଦେଖାଦେଇଛି ଭାରତୀୟ ଖେଳାଳିଙ୍କ ଦମଦାର ପ୍ରଦର୍ଶନ । ସ୍ପେନର ଭିଟୋରିଆରେ ଆୟୋଜିତ ‘ସ୍ପାନିସ ପାରା ବ୍ୟାଡମିଣ୍ଟନ ଇଣ୍ଟରନ୍ୟାସନାଲ–୨୦୨୬’ରେ ଭାରତ ଦଳ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ଏହି ଟୁର୍ଣ୍ଣାମେଣ୍ଟରେ ଓଡ଼ିଶାର ପାରାଲମ୍ପିକ ସ୍ୱର୍ଣ୍ଣ ବିଜେତା ପ୍ରମୋଦ ଭଗତ ଚମତ୍କାର ଖେଳ ଦେଖାଇ ଦୁଇଟି ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ଜିତି ଦେଶର ଗୌରବ ବଢ଼ାଇଛନ୍ତି । ସେହିପରି ସୁକାନ୍ତ କଦମ ମଧ୍ୟ ଦୁଇଟି ପଦକ (ସ୍ୱର୍ଣ୍ଣ ଓ ରୌପ୍ୟ) ହାସଲ କରି ଭାରତ ପାଇଁ ସଫଳତାର ନୂଆ ଅଧ୍ୟାୟ ଲେଖିଛନ୍ତି ।

ପ୍ରମୋଦଙ୍କ ପାଇଁ ଏହି ପ୍ରତିଯୋଗିତା ବିଶେଷ ଉଲ୍ଲେଖନୀୟ ରହିଛି । ପୁରୁଷ ସିଙ୍ଗଲ୍ସ ବର୍ଗର ଫାଇନାଲରେ ସେ ଦେଶର ଅନ୍ୟ ଖେଳାଳି ନୀତିଶ କୁମାରଙ୍କ ସହ ଦୃଢ଼ ପ୍ରତିସ୍ପର୍ଧା କରିଥିଲେ । ଏହି ରୋମାଞ୍ଚକର ମ୍ୟାଚ ପ୍ରାୟ ୫୧ ମିନିଟ ଧରି ଚାଲିଥିବା ବେଳେ ପ୍ରମୋଦ ୨୧-୧୭, ୧୦-୨୧ ଓ ୨୧-୧୮ ସେଟରେ ବିଜୟ ହାସଲ କରି ସ୍ୱର୍ଣ୍ଣ ପଦକ ଜିତିଥିଲେ ।

ପ୍ରମୋଦଙ୍କ ଏହି ଉଲ୍ଲେଖନୀୟ ସଫଳତା ପରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହାସହ ମୁଖ୍ୟମନ୍ତ୍ରୀ କହିଛନ୍ତି ପ୍ରମୋଦଙ୍କ ଅଦମ୍ୟ ସଂଘର୍ଷ ଓ ନିଷ୍ଠା ଯୁବପୀଢ଼ି ପାଇଁ ପ୍ରେରଣା । ତାଙ୍କର ଅବିରତ ପରିଶ୍ରମ ଓ ସମର୍ପଣ ଓଡ଼ିଶାକୁ ଅନ୍ତର୍ଜାତୀୟ ମଞ୍ଚରେ ଅଧିକ ପରିଚିତ କରିଛି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score