ଭୁବନେଶ୍ବର : ଫେବୃଆରୀ ୧୯ ତାରିଖରେ ମାଟ୍ରିକ ପରୀକ୍ଷା । ଆସନ୍ତା ଫେବୃଆରୀ ୧୯ରୁ ଆରମ୍ଭ ହେବାକୁ ଯାଉଛି ମାଟ୍ରିକ ପରୀକ୍ଷା । ଏହା ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଘୋଷଣା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ହୋଇଛି । ତେବେ ସକାଳ ୯ଟାରୁ ଦିନ ୧୧ଟା ୩୦ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା । ପ୍ରଥମ ଦିନ ଅର୍ଥାତ ଫେବୃୟାରୀ ୧୯ ତାରିଖରେ ମାତୃ ଭାଷା ପରୀକ୍ଷା ହେବ । ସେହିପରି ୨୦ ତାରିଖରେ ସଂସ୍କୃତ ବ୍ୟାକରଣ ଓ ଦର୍ଶନ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ୨୧ ତାରିଖରେ ଇଂରାଜୀ ଓ ୨୩ରେ ସଂସ୍କୃତ ଭାଷା ପରୀକ୍ଷା ହେବ । ୨୪ ତାରିଖରେ ପ୍ରୟୋଗାତ୍ମକ ସଂସ୍କୃତ ଏବଂ ୨୫ରେ ବିଜ୍ଞାନ ପରୀକ୍ଷା ହେବ । ଫେବୃଆରୀ ୨୭ ତାରିଖରେ ସମାଜ ବିଜ୍ଞାନ ଓ ମାର୍ଚ୍ଚ ୨ ତାରିଖରେ ଗଣିତ ପରୀକ୍ଷା ହେବ । ପ୍ରତ୍ୟେକ ବିଷୟରେ ୫୦ ମାର୍କ ର ସବଜେକଟିଭି ପ୍ରଶ୍ନ ଓ ୫୦ ମାର୍କର ଅବଜେକଟିଭ ପ୍ରଶ୍ନର ଉତ୍ତର ଦେବେ ପରୀକ୍ଷାର୍ଥୀ । ଗଣିତ, ସାଧାରଣ ବିଜ୍ଞାନ, ବିଜ୍ଞାନ ଏବଂ ଇଂରାଜୀ ବିଷୟ ଗୁଡ଼ିକରେ ୩୫ ମାର୍କର ସବଜେକଟିଭ ପ୍ରଶ୍ନ ଏବଂ ୪୦ ମାର୍କ ର ଅବଜେକଟିଭ ପ୍ରଶ୍ନ ଆସିବ। ପରୀକ୍ଷାର୍ଥୀମାନେ ଅବଜେକଟିଭ ପ୍ରଶ୍ନର ଉତ୍ତର ଓଏମଆର ସିଟ ରେ ଏବଂ ସବଜେକଟିଭ ପ୍ରଶ୍ନର ଉତ୍ତର ପ୍ରଶ୍ନ ସଂଲଗ୍ନ ଉତ୍ତର ଖାତାରେ ଦେବେ। ଏନେଇ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
