Explore

Search

February 22, 2026 12:58 am

ପୂରଣ ହେଲା ସ୍ବପ୍ନ : ଆଲେକ୍ସ ଫେରେଇରାଙ୍କ ହାତରେ ସ୍ବର୍ଣ୍ଣପଦକ

ଆମେରିକା : ଆମେରିକାର ପ୍ରସିଦ୍ଧ ଫ୍ରିଷ୍ଟାଇଲ ସ୍କିଅର ଆଲେକ୍ସ ଫେରେଇରା ଅବଶେଷରେ ଓଲିମ୍ପିକରେ ସ୍ବର୍ଣ୍ଣପଦକ ଜିତି ଚ୍ୟାମ୍ପିୟନ ହୋଇଛନ୍ତି। ୩୧ ବର୍ଷୀୟ ଏହି ଖେଳାଳି ପୂର୍ବରୁ ଦୁଇଟି ଓଲିମ୍ପିକ କ୍ରୀଡାରେ ରୌପ୍ୟ ଓ କାଂସ୍ୟ ପଦକ ଜିତିଥିଲେ। କିନ୍ତୁ ସ୍ବର୍ଣ୍ଣପଦକ ଜିତିବା ସ୍ୱପ୍ନ ସେତେବେଳେ ପୂରଣ ହୋଇନଥିଲା। ଏଥର ସେ ଦୃଢ଼ ସଙ୍କଳ୍ପ ଓ କଠିନ ପରିଶ୍ରମ ସହିତ ଉତ୍ତୀର୍ଣ୍ଣ ହେଲେ। ଶ୍ରେଷ୍ଠ ପ୍ରଦର୍ଶନ କରି ସେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଲେ। ଶେଷରେ ସ୍ବର୍ଣ୍ଣପଦକ ଜିତି ସେ ନିଜ ସ୍ୱପ୍ନକୁ ସାର୍ଥକ କରିପାରିଲେ।

ଫେରେଇରା କହିଛନ୍ତି, ଓଲିମ୍ପିକର ସର୍ବୋଚ୍ଚ ସ୍ଥାନକୁ ପହଞ୍ଚିବା ପାଇଁ ସେ ବହୁଦିନ ଧରି ପ୍ରେରିତ ଓ ପ୍ରସ୍ତୁତ ହେଉ ଥିଲେ। ଏହି ସଫଳତା ପାଇଁ ସେ ତାଙ୍କ ପରିବାର, କୋଚ ଓ ସମର୍ଥକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ତାଙ୍କର ଏହି ସଫଳତା ଯୁବ ଖେଳାଳିମାନଙ୍କ ପାଇଁ ଏକ ବଡ଼ ପ୍ରେରଣା ହେବ।

ଲକ୍ଷ୍ୟକୁ ସଦା ସ୍ମରଣରେ ରଖିବା ପାଇଁ ସେ ନିଜ ମୋବାଇଲର ଲକ ସ୍କ୍ରିନ ପରିବର୍ତ୍ତନ କରିଥିଲେ। ଫୋନ ଖୋଲିବା ପ୍ରତିଥରେ ତାଙ୍କ ଆଖିଆଗରେ ଦିଶୁଥଲା ତାଙ୍କ ସ୍ୱପ୍ନ ଓଲିମ୍ପିକ ସୁବର୍ଣ୍ଣ ପଦକ। ଏହି ସ୍ୱପ୍ନକୁ ସତ କରିବା ପାଇଁ ସେ ଦିନରାତି କଠିନ ଅଭ୍ୟାସ କରିଥିଲେ। ଅନେକ ପରୀକ୍ଷା-ନିର୍ବାହ ମଧ୍ୟରେ ସେ ନିଜକୁ ପ୍ରସ୍ତୁତ କରିଥିଲେ। ବିଫଳତାକୁ ପଛେଇ ରଖି ସେ ଆଗକୁ ବଢ଼ିଥିଲେ।

ଶେଷରେ ତାଙ୍କ ଦୀର୍ଘଦିନର ପ୍ରତୀକ୍ଷିତ ସୁବର୍ଣ୍ଣ ପଦକ ଏବେ ତାଙ୍କ ହାତରେ। ଏହି ସଫଳତା ପ୍ରମାଣ କରିଦେଇଛି ଯେ ଦୃଢ଼ ସଙ୍କଳ୍ପ ଓ ଅନବରତ ପରିଶ୍ରମ ଥିଲେ ସ୍ୱପ୍ନ ନିଶ୍ଚୟ ସାର୍ଥକ ହୁଏ । ପ୍ରତିଯୋଗିତାର ଶେଷ ମୁହୂର୍ତ୍ତରେ ବ୍ରେଣ୍ଡନ ମ୍ୟାକେ ରୋମାଞ୍ଚ ବଢ଼ାଇଦେଲେ। ସେ ଶେଷ ରନରେ ଅସାଧାରଣ ଓ ଜବରଦସ୍ତ ପ୍ରଦର୍ଶନ କରି ଦର୍ଶକମାନଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଲେ ।

ଶେଷରେ ନିର୍ଣ୍ଣୟ ହେଲା ଯେ କାନାଡାର ମ୍ୟାକେ ତୃତୀୟ ସ୍ଥାନରେ ରହିବେ। ଏହା ସହିତ ହେନ୍ରି ସିଲଦାରୁ ରୌପ୍ୟ ପଦକ ଜିତିଲେ। ଅନ୍ୟପଟେ ନିକ ଗୋପର ପୋଡିୟମରୁ ବାହାରିଗଲେ। ଶେଷ ମୁହୂର୍ତ୍ତର ଏହି ରୋମାଞ୍ଚକର ପରିଣତି ପ୍ରତିଯୋଗିତାକୁ ଆହୁରି ଆକର୍ଷଣୀୟ କରିଦେଲା ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score