Explore

Search

February 23, 2026 11:09 am

ନୂଆ ରୂପ ନେବ ‘ସିଏମ ଟ୍ରଫି’ : ଆରମ୍ଭ ହେଲା ପଞ୍ଜୀକରଣ

ଭୁବନେଶ୍ୱର: ରାଜ୍ୟର କ୍ରୀଡ଼ା ପ୍ରତିଭାକୁ ତୃଣମୂଳସ୍ତରରୁ ଆଗେଇ ନେବା ଲକ୍ଷ୍ୟରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଏବେ ନୂଆ ଆକୃତିରେ ‘ସିଏମ ଟ୍ରଫି’ ଚାମ୍ପିୟନସିପ ଆୟୋଜନ କରାଯାଉଛି। ଏହି ପ୍ରତିଯୋଗିତା ପାଇଁ ଆଜିଠାରୁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଏହା ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ।

ରାଜ୍ୟସ୍ତରରେ କ୍ରୀଡ଼ାର ମୂଳଦୁଆକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଏହି ‘ସିଏମ ଟ୍ରଫି’ ପ୍ରତିଯୋଗିତାକୁ ଦୁଇଟି ପର୍ଯ୍ୟାୟରେ ଆୟୋଜନ କରାଯିବ। ପ୍ରଥମ ପର୍ଯ୍ୟାୟ ଜାନୁଆରୀ ଓ ଫେବୃଆରୀ ମାସ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ବେଳେ, ଦ୍ୱିତୀୟ ପର୍ଯ୍ୟାୟ ଆସନ୍ତା ମେ’ ମାସରୁ ଆରମ୍ଭ ହେବ। ଏହି ପ୍ରତିଯୋଗିତା ସମଗ୍ର ରାଜ୍ୟର ସମସ୍ତ ଜିଲ୍ଲାରେ ଆୟୋଜିତ ହେବ।

ସୂଚନା ଅନୁଯାୟୀ, ଏଥିରେ ଫୁଟବଲ, ଭଲିବଲ, କବାଡି ଓ ଖୋଖୋ ଏହି ୪ଟି ଖେଳ ବିଭାଗରେ ପ୍ରତିଯୋଗିତା ହେବ । ଫୁଟବଲ ପାଇଁ ୧୫ ବର୍ଷରୁ କମ, ଭଲିବଲ ଓ ଖୋଖୋ ପାଇଁ ୧୪ ବର୍ଷରୁ କମ ଏବଂ କବାଡି ପାଇଁ ୧୬ ବର୍ଷରୁ କମ ବୟସର ଖେଳାଳି ଭାଗ ନେଇପାରିବେ। ଉଭୟ ବାଳକ ଓ ବାଳିକା ବିଭାଗରେ ମୁକାବିଲା ହେବ।

ସମଗ୍ର ରାଜ୍ୟରୁ ପ୍ରାୟ ୫୦୦ରୁ ଅଧିକ ଦଳ ଓ ୩୨ ହଜାରରୁ ଅଧିକ ଯୁବ କ୍ରୀଡ଼ାବିତ ଏହି ଟୁର୍ଣ୍ଣାମେଣ୍ଟରେ ସାମିଲ ହେବେ ବୋଲି ଆଶା କରାଯାଉଛି। ଏହି ଅଭିନବ ପଦକ୍ଷେପ ମାଧ୍ୟମରେ ତୃଣମୂଳସ୍ତରରୁ ପ୍ରତିଭାଶାଳୀ ଖେଳାଳିଙ୍କୁ ଚିହ୍ନଟ କରି ସେମାନଙ୍କୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବା ହେଉଛି ମୂଳ ଲକ୍ଷ୍ୟ।

‘ସିଏମ ଟ୍ରଫି’ ରାଜ୍ୟର ଯୁବ କ୍ରୀଡ଼ାବିତମାନଙ୍କ ପାଇଁ ନିଜ ପ୍ରତିଭା ପ୍ରଦର୍ଶନର ଏକ ସୁଦୃଢ଼ ମଞ୍ଚ ସୃଷ୍ଟି କରିବା ସହ ‘ପଡ଼ିଆରୁ ପୋଡିୟମ’ ପର୍ଯ୍ୟନ୍ତ ସଫଳତାର ପଥ ଖୋଲିଦେବ ବୋଲି ଆଶା ପ୍ରକାଶ ପାଇଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score