ନୂଆ ଓ ଦମଦାର ଫିଚର ଆଣିଲା ଇନଷ୍ଟାଗ୍ରାମ । ଏହି ସୋସିଆଲ ମିଡିଆ ପ୍ଲାଟଫର୍ମର ନୂଆ ଫିଚର ୟୁଜରଙ୍କୁ ନୂଆ ଅଭିଜ୍ଞତା ପ୍ରଦାନ କରିଛି । ସରି ସରି ଆସୁଛି ୨୦୨୫ ବର୍ଷ । ଆଉ ଦିନ କେଇଟା ପରେ ପାଦ ଥାପିବ ନୂଆବର୍ଷ । ତେବେ ଏହାରି ଭିତରେ ସବୁ କିଛି ବଦଳିବା ସହ ସୋସିଆଲ ମିଡିଆରେ ମଧ୍ୟ ବଦଳିଛି ପ୍ଲାଟଫର୍ମ । ଆଉ ଯାହାକୁ ନେଇ ଏବେ ଅନେକ ଫିଚର୍ସ ବଦଳୁଛି । ଆଉ ଯାହାକୁ ନେଇ ଏବେ ବେଶ ଉତ୍ସାହ ଅଛନ୍ତି ୟୁଜର୍ସ ।
ଲୋକପ୍ରିୟ ସୋସିଆଲ ମିଡ଼ିଆ, ଫଟୋ ଓ ଭିଡିଓ ସେୟାରିଂ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଏବେ ଅନେକ ପରିବର୍ତ୍ତନ ହୋଇଛି । ମେଟାର ଏହି ସୋସିଆଲ ମିଡିଆ ପ୍ଲାଟଫର୍ମ ନୂଆ ଫିଚର ଆଣି ନିଜ ୟୁଜରଙ୍କୁ ଖୁସି କରାଇଛି । ଅନେକ କ୍ଷେତ୍ରରେ ଏହି ଆପକୁ ବ୍ୟବହାର କରି ୟୁଜର ବହୁ ସୁବିଧା ପାଇଛନ୍ତି । ବର୍ଷ ସାରା ଇନଷ୍ଟାଗ୍ରାମ ନିଜ ୟୁଜରଙ୍କୁ ପ୍ଲାଟଫର୍ମ ପ୍ରତି ଆକର୍ଷିତ ରଖିବା ଲାଗି ବିଭିନ୍ନ ପ୍ରକାର ଫିଚର ଲଞ୍ଚ କରିଛି ।
୨୦୨୫ରେ ଇନଷ୍ଟାଗ୍ରାମ ଏପରି ଅନେକ ଫିଚର ଆଣିଥିଲା, ଯାହାକି କଣ୍ଟେଣ୍ଟକୁ ଅଧିକ ବ୍ୟକ୍ତିଗତ, ନିୟନ୍ତ୍ରଣ ଓ ଇଣ୍ଟରଆକ୍ଟିଭ କରିପାରିଥିଲା । ଆଉ ଏବେ ଯେଉଁ ନୂଆ ଫିଚର ଆଣିଛି ତାହାକୁ ନେଇ ୟୁଜର୍ସ ଆହୁରି କୁସିଂ ଅଛନ୍ତି । ଏବେ ସୋସିଆଲ ମିଡ଼ିଆ ଇନଷ୍ଟାଗ୍ରାମ ମେସେଜ ପଠାଇବାର ଅପସନରେ ନୂଆ କିଛି ପ୍ରଦାନ କରିଛି । ବ୍ୟବହାରକାରୀମାନେ ଏକ ନିର୍ଦ୍ଦିଷ୍ଟ ତାରିଖ ଏବଂ ସମୟ ପାଇଁ ତାଙ୍କର ବ୍ୟକ୍ତିଗତ ମେସେଜ ସିଡ୍ୟୁଲ କରିପାରିବେ ।
ଏବେ ଇନଷ୍ଟାଗ୍ରାମରେ ପୂର୍ବରୁ ଦେଖିଥିବା ରିଲ ଖୋଜିବା ସହଜ ହୋଇଛି । ୱାଚ ହିଷ୍ଟ୍ରି ଫିଚରକୁ ଯାଇ ଆପଣ ପୂର୍ବରୁ ଦେଖିଥିବା ରିଲ ଆକ୍ସେସ କରିପାରିବେ ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
