Explore

Search

January 14, 2026 11:22 am

ଦର୍ଶକଙ୍କୁ ଆକୃଷ୍ଟ କରୁଛି ପଲ୍ଲୀଶ୍ରୀ ମେଳା : ୨ ଦିନ ଭିତରେ ୪ କୋଟି ଟଙ୍କା ରୋଜଗାର !

ଗୋପାଳପୁର: ଦୁଲକୁଛି ଗୋପାଳପୁର ବେଳାଭୂମିରେ ଚାଲୁଥିବା ବୋଇତ ବନ୍ଦାଣ ମହୋତ୍ସବ । ତେବେ ଏହାରି ଭିତରେ ଦର୍ଶକଙ୍କୁ ବେଶ ଆକୃଷ୍ଟ କରିଛି ପଲ୍ଲୀଶ୍ରୀ ମେଳା। ଗତ 2 ଦିନ ଧରି ଚାଲୁଥିବା ଏହି ପଲ୍ଲୀଶ୍ରୀ ମେଳାର ଆଜି ହେଉଛି ଶେଷ ଦିନ । ଆଜି ସରିବ ପଲ୍ଲୀଶ୍ରୀ ମେଳା । ଗୋପାଳପୁର ବେଳାଭୂମିରେ ଚାଲୁଥିବା ବୋଇତ ବନ୍ଦାଣ ମହୋତ୍ସବରେ ଗତ ୫ ତାରିଖରୁ ପଡିଥିବା ଏହି ପଲ୍ଲୀଶ୍ରୀ ମେଳାରେ ଲାଗିଥିଲା ଅନେକ ଲୋକଙ୍କ ଗହଳି। କାରଣ ଲୋକଙ୍କ ହାତ ପାହାନ୍ତାରେ ଥିଲା ସମସ୍ତ ଘରୋଇ ସାମଗ୍ରୀ। ଝାଡୁ, ବିରି, ସୁଆଁ ପ୍ରଭୃତି ଏଠି ଆକର୍ଷଣ ସାଜିଥିବା ବେଳେ ହାତ ତିଆରି ପୋଷାକ ଓ ମସଲା ସାମଗ୍ରୀ ବେଶୀ ଲୋଭନୀୟ କରିଥିଲା ଲୋକଙ୍କୁ। ଭଳିକି ଭଳିକି ରଙ୍ଗବେରଙ୍ଗର ପୋଷାକ,ବିଭିନ୍ନ ସୁଆଦିଆ ଆଚାର, ଘରୋଇ ମସଲା ପାଖରେ ଜମିଥିଲା ଲୋକଙ୍କ ଭିଡ । ସେହିପରି ହାତ ତିଆରି ଘରକରଣା ସାଜସଜା ମଧ୍ୟ ବେଶ ଆଖିଦୃଶିଆ ଥିଲା । ସେହିପରି ବ୍ରହ୍ମପୁରର ଆଚାର, ପାମ୍ଫଡ କିଣିବାକୁ ଲାଗିଥିଲା ଲୋକଙ୍କ ଭିଡ ।

ତେବେ ଏହି ମେଳା ଗତ ୨ ଦିନ ଭିତରେ ପାଖାପାଖି ୪ କୋଟି ଟଙ୍କା ରୋଜଗାର କରିଛି । ପଲ୍ଲିଶ୍ରୀ ମେଳାରେ ଆମ ଜିଲ୍ଲା ସହିତ ବାହାର ଜିଲ୍ଲାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ମଧ୍ୟ ଆସିଛନ୍ତି । ଆଜି ଏହି ମହୋତ୍ସବର ଶେଷ ଦିନ ଥିବାରୁ ଦେଖଣାହାରୀଙ୍କୁ ହାତଠାରି ଡାକୁଛି ଏହି ପଲ୍ଲିଶ୍ରୀ ମେଳା ।

ଖାଲି ସେତିକିନୁହେଁ ଠୁଙ୍କା ପୁରୀ, ଆଳୁଦମ ଦହିବରା, ମଥୁରାକେକ, ଗୁପଚୁପ ସାଙ୍ଗକୁ ରକମ ରକମର ସୁସ୍ୱାଦୁ ଖାଦ୍ୟ ଭଳିକି ଭଳି ଦୋଳି ଆଉ ଓରମାସର ପଲିଶ୍ରୀ ମେଳା ହାତଠାରି ଡାକୁଛି ଦର୍ଶକଙ୍କୁ । ଏହି ଯାତ୍ରାକୁ ପ୍ରତିଥର ପରି ଏଥର ଆସିଛି ବିଭିନ୍ନ ରକମର ସୁସ୍ୱାଦୁ ଖାଦ୍ୟ, ଭଳିକି ଭଳି ଦୋଳି, ସାଂସ୍କୃତିକ ବିଚିତ୍ରା ସାଙ୍ଗକୁ ଓରମାସ ବଜାର । ଯାହାକୁ ଉପଭୋଗ କରିବା ପାଇଁ ଏବେଠୁ ଆରମ୍ଭ ହେଲାଣି ଦର୍ଶକଙ୍କ ଭିଡ଼ । ବୁଲା ବୁଲି ସାଙ୍ଗକୁ କିଣାକିଣି ଆରମ୍ଭ କରିଦେଲେଣି ଲୋକ । କାରଣ ଆଜି ହେଉଛି ପଲ୍ଲୀଶ୍ରୀ ମେଳାର ଶେଷ ଦିନ ।

ପଲ୍ଲିଶ୍ରୀ ମେଳା ହେଉଛି ଭାରତର ଓଡ଼ିଶାରେ ଏକ ବାର୍ଷିକ ପ୍ରଦର୍ଶନୀ ଏବଂ ବଜାର । ଯାହା ଗ୍ରାମୀଣ ଉତ୍ପାଦକ, କାରିଗର ଏବଂ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ସେମାନଙ୍କର ଉତ୍ପାଦ ପ୍ରଦର୍ଶନ ଏବଂ ବିକ୍ରୟ କରିବା ପାଇଁ ଏକ ସିଧାସଳଖ ବିକ୍ରୟ ପ୍ଲାଟଫର୍ମ ପ୍ରଦାନ କରିବା ପାଇଁ ORMAS ଦ୍ୱାରା ଆୟୋଜିତ ହୁଏ, ଯାହା ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ ​​କରିଥାଏ । ଏଥିରେ ବିଭିନ୍ନ ଗ୍ରାମୀଣ ହସ୍ତଶିଳ୍ପ, କୃଷିଜାତ ତାଜା ଉତ୍ପାଦ ଏବଂ ଅନ୍ୟାନ୍ୟ ସ୍ୱଦେଶୀ ଉତ୍ପାଦ ପ୍ରଦର୍ଶିତ ହୁଏ ଏବଂ ସାଂସ୍କୃତିକ ପ୍ରଦର୍ଶନ ମଧ୍ୟ ଅନ୍ତର୍ଭୁକ୍ତ । ଏହି ମେଳାର ଲକ୍ଷ୍ୟ ହେଉଛି କାରିଗରମାନଙ୍କୁ ସହରାଞ୍ଚଳ ବଜାରରେ ସିଧାସଳଖ ପ୍ରବେଶ ଦେବା, ସେମାନଙ୍କର ସୌଦା କରିବାର କ୍ଷମତା ବୃଦ୍ଧି କରିବା ଏବଂ ଅଞ୍ଚଳର ସାଂସ୍କୃତିକ ଐତିହ୍ୟର ପ୍ରଚାର କରିବା । ଏହି ମେଳା କାରିଗର ଏବଂ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ମଧ୍ୟସ୍ଥି ବିନା ସେମାନଙ୍କର ଉତ୍ପାଦ ପ୍ରଦର୍ଶନ ଏବଂ ବିକ୍ରୟ କରିବା ପାଇଁ ଏକ ସିଧାସଳଖ ବିକ୍ରୟ ପ୍ଲାଟଫର୍ମ ପ୍ରଦାନ କରେ। ଏଥିରେ ବିଭିନ୍ନ ପ୍ରକାରର ଗ୍ରାମୀଣ ଉତ୍ପାଦ ପ୍ରଦର୍ଶିତ ହୁଏ, ଯେଉଁଥିରେ ବିଭିନ୍ନ ହସ୍ତଶିଳ୍ପ, ହସ୍ତତନ୍ତ, ପାରମ୍ପରିକ କଳା ଏବଂ କୃଷି-ତାଜା ଉତ୍ପାଦ ଅନ୍ତର୍ଭୁକ୍ତ। ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ହେଉଛି ଗ୍ରାମୀଣ ଉତ୍ପାଦକମାନଙ୍କର ସୌଦା କରିବାର ଶକ୍ତି ବୃଦ୍ଧି କରି ଏବଂ ସେମାନଙ୍କୁ ସେମାନଙ୍କ ସାମଗ୍ରୀର ଭଲ ମୂଲ୍ୟ ପାଇବାରେ ସକ୍ଷମ କରି ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ ​​କରିବା। ଏହି ମେଳାଟି ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ଅଧୀନରେ ଥିବା ORMAS (ଓଡ଼ିଶା ଗ୍ରାମୀଣ ମାର୍କେଟିଂ ସୋସାଇଟି)ର ଏକ ପ୍ରମୁଖ ପଦକ୍ଷେପ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score