ଏବେ ଡ୍ରାଇଭର ବିନା ଚାଲିବ ଟ୍ୟାକ୍ସି । ଗାଡ଼ି ଚଲାଇବ ଏଆଇ। ଦେଶରେ ପ୍ରଥମଥର ପାଇଁ ଏପରି ଆଧୁନିକ ପଡ୍ ଟ୍ୟାକ୍ସି ସେବା ଆରମ୍ଭ ହେବାକୁ ଯାଉଛି। ଏନେଇ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି।ମୁମ୍ବାଇରେ ଏହି ଡ୍ରାଇଭରବିହୀନ ପଡ୍ ଟ୍ୟାକ୍ସି ବ୍ୟବସ୍ଥା ଶୀଘ୍ର ଆରମ୍ଭ ହେବ। ଏହା ସହରର ଟ୍ରାଫିକ ସମସ୍ୟା କମାଇବା ସହିତ ଯାତ୍ରୀମାନଙ୍କୁ ସୁବିଧାଜନକ ଯାତ୍ରା ଦେବ ।
ଏହି ପୂରା ସିଷ୍ଟମଟି ଏଆଇ ଟେକ୍ନୋଲୋଜି ଉପରେ ଚାଲିବ । ଯେଉଁଠାରେ କୌଣସି ଡ୍ରାଇଭର ଦରକାର ପଡିବେନି। ଯାତ୍ରୀମାନେ କେବଳ ନିଜର ଗନ୍ତବ୍ୟସ୍ଥଳ ବାଛିବେ । ପଡ ଟ୍ୟାକ୍ସି ସୁରକ୍ଷିତ ଭାବେ ସେମାନଙ୍କୁ ଲକ୍ଷ୍ୟସ୍ଥାନକୁ ପହଞ୍ଚାଇଦେବ ।
ଏଆଇ ଅର୍ଥାତ କୃତ୍ରିମ ବୁଦ୍ଧିମତା । ଯାହା ମେସିନ କିମ୍ବା କମ୍ପ୍ୟୁଟରକୁ ମଣିଷଙ୍କ ଭଳି ଭାବିବା, ବୁଝିବା ଓ ନିଷ୍ପତ୍ତି ନେବାର କ୍ଷମତା ଦେଇଥାଏ। ସରଳ ଭାଷାରେ କହିଲେ, ଏଆଇ ହେଉଛି ଏମିତି ଏକ ପ୍ରଯୁକ୍ତି ଯାହା ମେସିନକୁ ସ୍ମାର୍ଟ କରେ । ଏଆଇ ଆମର କାମକୁ ସହଜ ଓ ଦ୍ରୁତ କରେ। ଏହା ସମୟ ବଞ୍ଚାଏ, ଭୁଲ କମାଏ, ଜଟିଳ କାମକୁ ସହଜ କରେ, ଡାକ୍ତରୀ, ଶିକ୍ଷା, ଯାତାୟାତ ଇତ୍ୟାଦି କ୍ଷେତ୍ରରେ ଉନ୍ନତି ଆଣେ। ଏବେ ଯୁଗ ବଦଳିବା ସହ ସମୟ ବି ବଦଳିଛି । ଏହାରି ଭିତରେ ଏଆଇ ସବୁଠି ଏବେ ବ୍ୟବହାର ହେଉଛି । ଏହି କ୍ରମରେ ଏବେ ଯାନବାହାନ ମଧ୍ୟ ଚଲେଇବ ଏଆଇ ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
