Explore

Search

April 7, 2026 10:41 am

ଜିଲ୍ଲା ଯୋଜନା ବୋର୍ଡ ପୁନର୍ଗଠନ: ୩୦ ଜିଲ୍ଲା ପାଇଁ ଅଧ୍ୟକ୍ଷ ଘୋଷଣା

ଭୁବନେଶ୍ୱର : ରାଜ୍ୟର ସମସ୍ତ ୩୦ଟି ଜିଲ୍ଲା ପାଇଁ ଜିଲ୍ଲା ଯୋଜନା ବୋର୍ଡ (ଡିପିସି) ପୁନର୍ଗଠନ କରାଯାଇ ଏହାର ଅଧ୍ୟକ୍ଷମାନଙ୍କ ନାମ ଘୋଷଣା କରାଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ନିଯୁକ୍ତି ସମ୍ପର୍କରେ ସୂଚନା ଜାରି ହୋଇଛି। ଏଥିରେ କିଛି ଜିଲ୍ଲାରେ ମନ୍ତ୍ରୀମାନଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ଅଧିକାଂଶ ଜିଲ୍ଲାରେ ସ୍ଥାନୀୟ ବିଧାୟକମାନଙ୍କୁ ଅଧ୍ୟକ୍ଷ କରାଯାଇଛି।

୪ ମନ୍ତ୍ରୀଙ୍କୁ ମୁଖ୍ୟ ଦାୟିତ୍ୱ

ପୂର୍ବରୁ ଭଙ୍ଗ ହୋଇଥିବା ଡିପିସିକୁ ବର୍ତ୍ତମାନ ସରକାର ପୁନର୍ଗଠନ କରିଛି । ୪ ଜଣ ମନ୍ତ୍ରୀଙ୍କୁ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି । ସେମାନେ ହେଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏବଂ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।

ବାକି ଜିଲ୍ଲାରେ ବିଧାୟକଙ୍କୁ ଦାୟିତ୍ୱ

ଅନ୍ୟାନ୍ୟ ଜିଲ୍ଲାଗୁଡିକରେ ସ୍ଥାନୀୟ ବିଧାୟକମାନଙ୍କୁ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ବରଗଡ଼ରେ ଅଶ୍ୱିନୀ ଷଡଙ୍ଗୀ, ଝାରସୁଗୁଡାରେ ଟଙ୍କଧର ତ୍ରିପାଠୀ, ଭଦ୍ରକରେ ସିତାଂଶୁ ଶେଖର ମହାପାତ୍ର, ଅନୁଗୋଳରେ ଅଶୋକ ମହାନ୍ତି, କୋରାପୁଟରେ ରଘୁରାମ ମାଛ, ବଲାଙ୍ଗୀରରେ ଲକ୍ଷ୍ମଣ ବାଗ ଓ ବାଲେଶ୍ୱରରେ ପ୍ରଦ୍ମଲୋଚନ ପଣ୍ଡାଙ୍କୁ ଏହି ଦାୟିତ୍ୱ ମିଳିଛି।

ସେହିପରି ବୌଦ୍ଧ, ଢେଙ୍କାନାଳ, କଟକ, ଗଞ୍ଜାମ, ଜଗତସିଂହପୁର, ଯାଜପୁର, କଳାହାଣ୍ଡି, କନ୍ଧମାଳ, କେନ୍ଦ୍ରାପଡା, କେନ୍ଦୁଝର, ନବରଙ୍ଗପୁର, ମାଲକାନଗିରି, ଖୋର୍ଦ୍ଧା, ମୟୂରଭଞ୍ଜ, ନୟାଗଡ଼, ନୂଆପଡା, ପୁରୀ, ସୁବର୍ଣ୍ଣପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟ ବିଭିନ୍ନ ବିଧାୟକଙ୍କୁ ଅଧ୍ୟକ୍ଷ ପଦ ଦିଆଯାଇଛି।

ବିକାଶ କାର୍ଯ୍ୟରେ ତେଜିବ ଗତି

ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ଫଳରେ ଜିଲ୍ଲାସ୍ତରରେ ଯୋଜନା ପ୍ରସ୍ତୁତି ଓ ରୂପାୟଣ କାର୍ଯ୍ୟରେ ଆହୁରି ଗତି ଆସିବ ବୋଲି ଆଶା କରାଯାଉଛି। ନୂତନ ଅଧ୍ୟକ୍ଷମାନେ ନିଜ ନିଜ ଜିଲ୍ଲାର ସମଗ୍ର ବିକାଶ ପାଇଁ ଯୋଜନାକୁ ଅଗ୍ରସର କରିବେ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score