Explore

Search

February 11, 2026 10:38 am

ଛତ୍ରପୁରରେ ମିଶ୍ରଣ ପର୍ବ, ବ୍ଲକ ଅଧ୍ଯକ୍ଷାଙ୍କ ସମେତ ସରପଞ୍ଚ ଓ ସମିତି ସଭ୍ୟ ବିଜେପିରେ ମିଶିଲେ

ସରକାରଙ୍କ ଏକବର୍ଷ ପୁର୍ତ୍ତି ସହିତ ଛତ୍ରପୁରରେ ଦୀର୍ଘ ଦୁଇ ମାସ ଧରି ଚାଲିଥିବା କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ଶେଷରେ ଶୁକ୍ରବାର ଭାରତୀୟ ଜନତା ପାର୍ଟିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି ମିଶ୍ରଣ ପର୍ବରେ ଗଞ୍ଜାମ ବ୍ଲକ ଅଧ୍ୟକ୍ଷା ଶଙ୍ଖ ଛାଡି ପଦ୍ମ ଧରିଛନ୍ତି। ଗଞ୍ଜାମ ସହରସ୍ଥିତ ଭାରତୀ ବିଦ୍ୟାପୀଠ ମିନି ଷ୍ଟାଡିୟମ ଠାରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକଙ୍କ ନେତୃତ୍ବରେ ଆୟୋଜିତ ମିଶ୍ରଣ ପର୍ବକୁ ପୂର୍ବତନ ଗଞ୍ଜାମ ବ୍ଲକ ଅଧ୍ୟକ୍ଷ ତଥା ଭାଜପା ଜିଲ୍ଲା ସମ୍ପାଦକ ପ୍ରଶାନ୍ତ କୁମାର ନାୟକ ସଂଯୋଜନା କରିଥିଲେ । ଗଞ୍ଜାମ ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଟା ପ୍ରଧାନ, ତାଙ୍କ ସ୍ବାମୀ ପୂର୍ବତନ ବ୍ଲକ ଅଧ୍ୟକ୍ଷ ସୁରଥ ପାହାନଙ୍କ ସହ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟଙ୍କୁ ବିଜେପି ଟୋପି ଓ ଉତ୍ତରୀୟ ଦେଇ ଦଳରେ ସାମିଲ କରାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ କାଇଁଚପୁର ସରପଞ୍ଚ ଆର. ଚନ୍ଦାନା ରେଡି, ସମିତିସଭ୍ୟ ଜୟକୃଷ୍ଣ ରେଡି, ପୂର୍ବତନ ବ୍ଲକ ଉପାଧ୍ଯକ୍ଷ ଆର ଭାଗିରଥି ରେଡ୍ଡି, ପାଳିବନ୍ଧ ସରପଞ୍ଚ ସଂଯୁକ୍ତା ପ୍ରଧାନ, ନାଏବ ସରପଞ୍ଚ କୃଷ୍ଣ ଚନ୍ଦ୍ର ପ୍ରଧାନ, ସନ୍ତୋଷପୁର ସରପଞ୍ଚ କବିତା ସାହୁ, ସମିତିସଭ୍ୟା କବିତା ରେନ୍ଥି,ମଲାଡ଼ ସରପଞ୍ଚ ମମତା ବେହେରା,ସମିତି ସଭ୍ୟ ବିଷ୍ଣୁପ୍ରିୟା ମହାପାତ୍ର,ପାଲଙ୍ଗ ସରପଞ୍ଚ ରାଜଶ୍ରୀ ଗୌଡ଼, ଯୁବନେତା ଲିଙ୍ଗରାଜ ମହାପାତ୍ର, ପାଲଙ୍ଗ ସରପଞ୍ଚ ରାଜଶ୍ରୀ ଗୌଡ଼ ପ୍ରମୁଖଙ୍କ ସହ ଅନ୍ୟମାନେ ବିଜେପିରେ ସାମିଲ ହୋଇଥିଲେ ।ମିଶ୍ରଣ ପର୍ବରେ ଜିଲା ସଭାପତି ସରୋଜ ସାବତ, ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା, ପଦ୍ମ ଚରଣ ସାହୁ, ଛତ୍ରପୁର, ଗଞ୍ଜାମ ଓ ରମ୍ଭା ଏନଏସି ଅଧ୍ଯକ୍ଷା, ଆତ୍ମାର ଅଧ୍ଯକ୍ଷ ରଘୁନାଥ ସାହୁ, ରାଜ୍ୟ ଓବିଶି ମୋର୍ଜା କୋଷାଧ୍ଯକ୍ଷ ସନ୍ତୋଷ ମାହାପାତ୍ର, ଜିଲ୍ଲା ଅନୁସୂଚିତ ଜାତି ମୋର୍ଜା ସଭାପତି କୀର୍ତ୍ତନ ଦାସ, ବାର ଆସୋସିଏସନ ସଭାପତି ପ୍ରଦୀପ କୁମାର ପାଢ଼ୀ, ହୁମ୍ମା ସମିତିସଭ୍ୟ ଧ୍ରୁବ ଚରଣ ପଲାଇ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ରଶ୍ମିରାଣୀ ମହାପାତ୍ର, ପୂର୍ବତନ ମଣ୍ଡଳ ସଭାପତି କାନ୍ତାରୀ ଦଳାଇଙ୍କ ସହ ବହୁ ଦଳୀୟ ନେତୃବୃନ୍ଦଙ୍କ ଉପସ୍ଥିତିରେ ସମସ୍ତଙ୍କୁ ବିଜେପିକୁ ସ୍ବାଗତ କରାଯାଇଥିଲା । କର୍ମୀ ମାନେ ତ୍ରିବେଣୀ ମଠ ଛକରୁ ଏକ ଶୋଭାଯାତ୍ରାରେ ବାହାରି ମିଶ୍ରଣ ପର୍ବ ସ୍ଥଳରେ ପହଞ୍ଚି ଥିଲେ ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score