Explore

Search

February 28, 2026 10:12 pm

ଚର୍ଚ୍ଚାରେ ରଶ୍ମିକା-ବିଜୟଙ୍କ ବିବାହ : କ୍ୟାପ୍ସନ ଦେଇ ପ୍ରଶଂସକ କହିଲେ ଏମିତି କଥା

ଗତକାଲି ଅର୍ଥାତ ଫେବୃଆରୀ ୨୬ ତାରିଖରେ ଦକ୍ଷିଣ ଭାରତର ଲୋକପ୍ରିୟ ଅଭିନେତ୍ରୀ ରଶ୍ମିକା ମନ୍ଦାନା ଓ ଅଭିନେତା ବିଜୟ ଦେବରକୋଣ୍ଡା ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ତେବେ ଏହି ବିବାହକୁ ବର୍ଷର ସବୁଠାରୁ ଅଧିକ ଚର୍ଚ୍ଚିତ ସେଲିବ୍ରିଟି ବିବାହ ମଧ୍ୟରୁ ଗୋଟିଏ ବୋଲି କୁହାଯାଉଛି । ଦମ୍ପତି ତାଙ୍କ ବିବାହକୁ “ବିରୋଶ” ନାମ ଦେଇଥିବା କଥା ମଧ୍ୟ ଚର୍ଚ୍ଚାରେ ରହିଛି। ଉଭୟଙ୍କ ବିବାହ ମଧ୍ୟ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଏପରିକି ଅନେକ ୟୁଜର୍ସ ରଶ୍ମିକା ଓ ବିଜୟଙ୍କ ବିବାହର ଫଟୋକୁ ସୋସିଆଲ ମିଡିଆରେ ନାନା ପ୍ରକାର କ୍ୟାପ୍ସନ ଦେଇ ପୋଷ୍ଟ ବି କରିଛନ୍ତି । ଏହାସହ ଉଭୟ ଦମ୍ପତିଙ୍କୁ ଶୁଭେଚ୍ଛା ମଧ୍ୟ ଜଣେଇଛନ୍ତି ।

ବିବାହ ସହ ଏବେ ସେମାନଙ୍କର ସମ୍ପତ୍ତି ନେଇ ମଧ୍ୟ ଆଲୋଚନା ବଢ଼ିଛି। ତେଲୁଗୁ, କନ୍ନଡ ଓ ହିନ୍ଦୀ ସିନେମାରେ ଅନେକ ହିଟ ଫିଲ୍ମ ଦେଇ ଉଭୟେ ଭଲ ସଫଳତା ସାଉଣ୍ଟିଛନ୍ତି । ଦୁହେଁ ନିଜ ଶ୍ରମରେ ଦୃଢ଼ କ୍ୟାରିଅର ଓ ଭଲ ଆର୍ଥିକ ସ୍ଥିତି ଗଢ଼ିଛନ୍ତି।

ରଶ୍ମିକାଙ୍କ ଇନଷ୍ଟାଗ୍ରାମରେ ୪୮ ମିଲିୟନରୁ ଅଧିକ ଫଲୋଅର ଅଛନ୍ତି । କେବଳ ସେତିକି ନୁହେଁ ତାଙ୍କୁ ଅନେକେ “ନ୍ୟାସନାଲ କ୍ରସ” ବୋଲି କହନ୍ତି । ସେ ଦକ୍ଷିଣ ଭାରତର ସର୍ବାଧିକ ଦରମା ନେଉଥିବା ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ । ତାଙ୍କର ମୋଟ ସମ୍ପତ୍ତି ପ୍ରାୟ ୬୬ କୋଟି ଟଙ୍କା । ସେ ଗୋଟିଏ ଫିଲ୍ମ ପାଇଁ ପ୍ରାୟ ୪ କୋଟି ଟଙ୍କା ନେଇଥାନ୍ତି। ଫିଲ୍ମ, ବିଜ୍ଞାପନ ଓ ନିଜସ୍ୱ ପରଫ୍ୟୁମ ବ୍ରାଣ୍ଡ “ଡିଅର ଡାଏରୀ”ରୁ ଆସେ ତାଙ୍କ ଆୟ ।

ସେହିପରି ବିଜୟ ଦେବରକୋଣ୍ଡାଙ୍କର ସମ୍ପତ୍ତି ପ୍ରାୟ ୬୬ ରୁ ୭୦ କୋଟି ଟଙ୍କା ମଧ୍ୟରେ ଥିବା କୁହାଯାଉଛି । ଅଭିନୟ ସହିତ ସେ ଫ୍ୟାଶନ, କ୍ରୀଡା ଓ ରିଅଲ ଇଷ୍ଟେଟରେ ମଧ୍ୟ ନିବେଶ କରିଛନ୍ତି । ଏହା ତାଙ୍କ ଆୟକୁ ଆଉ ବଢ଼ାଇବା ସହ କୋଟିପତି ତାଲିକା ପାଖରେ ପହଞ୍ଚିଛନ୍ତି । ଏହିପରି ଭାବେ, ଏହି ନୂତନ ଦମ୍ପତି ନାମ ଓ ସମ୍ପତ୍ତି ଦୁଇଟି ମାମଲାରେ ମଧ୍ୟ ଭଲ ସ୍ଥାନରେ ଅଛନ୍ତି।

ଲୋକପ୍ରିୟ ଅଭିନେତ୍ରୀ ରଶ୍ମିକା ମନ୍ଦାନା ଓ ଅଭିନେତା ବିଜୟ ଦେବରକୋଣ୍ଡାଙ୍କ ମିଶ୍ରିତ ସମ୍ପତ୍ତି ୧୩୦ କୋଟି ଟଙ୍କାରୁ ଅଧିକ ହେବ ବୋଲି ଆନୁମାନ କରାଯାଉଛି। ବିବାହ ପ୍ରସ୍ତୁତି ଚାଲିଥିବା ସମୟରେ ଏହି ଯୁଗଳ ନେଇ ଚର୍ଚ୍ଚା ବଢ଼ିଛି । ସେମାନେ କେବଳ ଭାରତୀୟ ସିନେମା ଜଗତର ଚର୍ଚ୍ଚିତ ଜୋଡି ନୁହେଁ, ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରିର ସବୁଠାରୁ ଧନୀ ଓ ପ୍ରଭାବଶାଳୀ ଯୁବ ତାରକାମାନଙ୍କ ମଧ୍ୟରେ ମଧ୍ୟ ଗଣାଯାନ୍ତି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score