Explore

Search

March 25, 2026 1:32 am

ଗୁଗୁଲର ନୂତନ ପଦକ୍ଷେପ : ୟୁଜର୍ସମାନଙ୍କ ପାଇଁ ଆସିଲା ଆଧୁନିକ AI ସୁବିଧା

ଡିଜିଟାଲ ଦୁନିଆରେ ଇଣ୍ଟରନେଟ ବ୍ୟବହାର ପ୍ରଣାଳୀରେ ବଡ଼ ପରିବର୍ତ୍ତନ ଆସୁଛି । ପାରମ୍ପରିକ ବ୍ରାଉଜିଂ ପଦ୍ଧତିକୁ ଛାଡ଼ି ଏବେ “ଏଜେଣ୍ଟିକ ଏଆଇ” ଭିତ୍ତିକ ବ୍ରାଉଜର ଟେକ୍ନୋଲୋଜି ଦିନକୁ ଦିନ ଲୋକପ୍ରିୟ ହେଉଛି । ଏହି ନୂତନ ବୈଶିଷ୍ଟ୍ୟ ଦ୍ୱାରା ବ୍ରାଉଜର ମାତ୍ର ସର୍ଚ୍ଚ ଟୁଲରେ ନରହି ବ୍ୟବହାରକାରୀଙ୍କ ପକ୍ଷରୁ ଅନେକ କାମ ସ୍ୱୟଂଚାଳିତ ଭାବେ କରିପାରୁଛି ।

ବର୍ତ୍ତମାନ ବିଭିନ୍ନ ଏଆଇ ପ୍ଲାଟଫର୍ମ ଏହି ପ୍ରକାର ସୁବିଧା ନେଇ ଆସୁଛନ୍ତି । ପରଫ୍ଲେକ୍ସିଟିର ନୂଆ ଏଆଇ ଆପ ‘କୋମେଟ’ ହେଉ କିମ୍ବା ଓପନଏଆଇର ନୂତନ ବ୍ରାଉଜର ପ୍ରୟାସ ସମସ୍ତେ ଏଜେଣ୍ଟିକ ଏଆଇ ଭିତ୍ତିକ ସେବାକୁ ଗୁରୁତ୍ୱ ଦେଉଛନ୍ତି । ଏଥିରେ ବ୍ରାଉଜର ବ୍ୟବହାରକାରୀଙ୍କ ନିର୍ଦ୍ଦେଶ ବୁଝି ସୂଚନା ଖୋଜିବା, ସାରାଂଶ ପ୍ରସ୍ତୁତ କରିବା ଓ ଅନ୍ୟାନ୍ୟ କାମ ସହଜରେ କରିପାରେ ।

ଏହି ପରିପ୍ରେକ୍ଷୀରେ ବିଶ୍ୱର ସର୍ବାଧିକ ପ୍ରଚଳିତ ସର୍ଚ୍ଚ ଇଞ୍ଜିନ ଗୁଗୁଲ ମଧ୍ୟ ନୂତନ ପଦକ୍ଷେପ ନେଇଛି । ଗୁଗୁଲ ତାହାର କ୍ରୋମ ବ୍ରାଉଜରରେ “ଜେମିନି ଏଆଇ” ବୈଶିଷ୍ଟ୍ୟକୁ ଭାରତରେ ଆରମ୍ଭ କରିଛି। ଏହି ସେବା ମାଧ୍ୟମରେ ବ୍ୟବହାରକାରୀମାନେ ଆହୁରି ସ୍ମାର୍ଟ ଓ ଦ୍ରୁତ ବ୍ରାଉଜିଂ ଅନୁଭବ ପାଇପାରିବେ।

ଗୁଗୁଲ ପୂର୍ବରୁ ଏହି ଫିଚର ସମ୍ପର୍କରେ ଘୋଷଣା କରିଥିଲା ଏବଂ ଏହା ଲଞ୍ଚ ହେବାକୁ ବ୍ୟବହାରକାରୀମାନେ ବହୁଦିନ ଧରି ଅପେକ୍ଷା କରୁଥିଲେ। ଏବେ ଏହା ଆରମ୍ଭ ହେବା ସହିତ ଭାରତରେ ଏଆଇ-ଭିତ୍ତିକ ବ୍ରାଉଜିଂର ନୂଆ ଅଧ୍ୟାୟ ଆରମ୍ଭ ହୋଇଛି ।

ଏପର୍ଯ୍ୟନ୍ତ ୟୁଜର୍ସମାନେ ଜେମିନି AI ସେବାକୁ ଅଲଗା ଆପ କିମ୍ବା ୱେବସାଇଟ ମାଧ୍ୟମରେ ବ୍ୟବହାର କରୁଥିଲେ, କିନ୍ତୁ ନୂତନ ଅପଡେଟ ପରେ ଏହା ସିଧାସଳଖ କ୍ରୋମ ବ୍ରାଉଜର ମଧ୍ୟରେ ଉପଲବ୍ଧ ହୋଇଛି।

ଏହି ନୂତନ ସୁବିଧା ଦ୍ୱାରା ୟୁଜର୍ସମାନେ ଏବେ ବ୍ରାଉଜିଂ କରୁଥିବା ସମୟରେ ହିଁ ଜେମିନି AI ସହ ଆଲୋଚନା କରିପାରିବେ। ଆପଣ କୌଣସି ଖବର ପଢ଼ୁଛନ୍ତି କିମ୍ବା ଅନଲାଇନରେ କୌଣସି ପ୍ରୋଡକ୍ଟ ବିଷୟରେ ତଥ୍ୟ ଖୋଜୁଛନ୍ତି ସେହି ବିଷୟରେ ଆପଣ ସିଧାସଳଖ ଜେମିନିଙ୍କୁ ପ୍ରଶ୍ନ କରି ତୁରନ୍ତ ଉତ୍ତର ପାଇପାରିବେ।

ଏହାର ଫଳରେ ଆଉ ଅଲଗା ଟ୍ୟାବ ଖୋଲିବା କିମ୍ବା ଅନ୍ୟ ଆପକୁ ଯିବାର ଆବଶ୍ୟକତା ନଥାଏ । ଯାହା ବ୍ରାଉଜିଂକୁ ଅଧିକ ଦ୍ରୁତ ଓ ସହଜ କରିଦେଇଛି । ଗୁଗୁଲର ଏହି ପଦକ୍ଷେପ ଏଆଇ-ଆଧାରିତ ସର୍ଚ୍ଚ ଏବଂ ବ୍ରାଉଜିଂକୁ ଆଉ ଏକ ପଦକ୍ଷେପ ଆଗକୁ ନେଇଛି।

ଏହି ନୂଆ ବୈଶିଷ୍ଟ୍ୟ ଆସିବା ସହିତ ଭବିଷ୍ୟତରେ ୟୁଜର୍ସ ଅଧିକ ସ୍ମାର୍ଟ ହେବାସହ ସୁବିଧାଜନକ ହେବ ବୋଲି ଆଶା କରାଯାଉଛି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score