Explore

Search

December 29, 2025 11:18 pm

ଗଞ୍ଜାମ ଜିଲ୍ଲା ପ୍ରଶାସନର ନୂଆ ପ୍ରତିଜ୍ଞା : ନୂଆବର୍ଷରେ ଫୁଲତୋଡ଼ା ମନା

ଗଞ୍ଜାମ : ଆଗକୁ ଆସୁଛି ନୂଆବର୍ଷ-୨୦୨୬ । ତେବେ ନୂଆବର୍ଷରେ ସମସ୍ତ ଗଞ୍ଜାମ ଜିଲ୍ଲା କାର୍ଯ୍ୟାଳୟରେ ଫୁଲତୋଡ଼ା ଓ ଉପହାରକୁ ମନା କରାଯାଇଛି । ଏନେଇ ଗଞ୍ଜାମ ଜିଲ୍ଲାପାଳ ଶ୍ରୀଯୁକ୍ତ ଭି.କିର୍ତ୍ତୀ ଭାସନ ଏକ ନିର୍ଦ୍ଦେଶନାମା ଜାରି କରି ସମସ୍ତ ଅଧିକାରୀଙ୍କ ସହଯୋଗ କାମନା କରିଛନ୍ତି । ଏଥିସହିତ ଗଣମାଧ୍ୟମରେ ସୂଚନା ଦେଇ ଜିଲ୍ଲାପାଳ ସମସ୍ତ ଜନସାଧାରଣଙ୍କୁ ସଚେତନ କରାଇବା ସହ ଏହି ପ୍ରତିଜ୍ଞାରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି ।

ସୂଚନା ଅନୁସାରେ ନୂଆବର୍ଷ ପାଳନ ଉପଲକ୍ଷେ ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ଭେଟିବା ପାଇଁ ଆସୁଥିବା ବ୍ୟକ୍ତି ଫୁଲତୋଡ଼ା, ଉପହାର ବ୍ୟାଗ ଆଦି ଜିନିଷ ପ୍ଲାଷ୍ଟିକର ବ୍ୟବହାର କରିଥାନ୍ତି । ଏସବୁ ଯୋଗୁଁ ପରିବେଶ ପ୍ରଦୂଷିତ ହେଉଥିବାରୁ ଜିଲ୍ଲାର ସମସ୍ତ କାର୍ଯ୍ୟାଳୟରେ ଉପହାରକୁ ବାରଣ କରାଯାଇଛି । ଏଥିସହିତ ପରିବେଶ ସୁରକ୍ଷା ପାଇଁ ପୁରା ଧରିତ୍ରୀ ମା’ ପାଇଁ ‘ପ୍ରଗତି ପାଇଁ ପ୍ରତିଜ୍ଞା’ ଶୀର୍ଷକ ଏକ ସଙ୍କଳ୍ପନାମା ଜାରି କରାଯାଇଛି । ଏହାସହ ଜିଲ୍ଲାର ସମସ୍ତ କାର୍ଯ୍ୟାଳୟରେ ସବୁଜିମା ଉପରେ ମଧ୍ୟ ଗୁରୁତ୍ୱ ଦେବାକୁ କୁହାଯାଇଛି । ସେହିପରି ଜିଲ୍ଲାର ବିଭିନ୍ନ ସମ୍ମିଳନୀ ବୈଠକରେ ପ୍ଲାଷ୍ଟିକ ପାଣି ବୋତଲକୁ ମନା କରାଯାଇଛି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score