Explore

Search

March 28, 2026 12:34 am

ଗଞ୍ଜାମର ଗୌରବ ଦୀପା ରାଣୀ ମଲ୍ଲିକ

ରାଇପୁର : ପୁଣି ଦେଶରେ ଚମକିଲେ ଓଡ଼ିଆ ଝିଅ । ଜାତୀୟସ୍ତରୀୟ କ୍ରୀଡା ପ୍ରତିଯୋଗିତାରେ ସଫଳତା ଅର୍ଜନ କରି ଗଞ୍ଜାମ ପାଇଁ ଗୌରବ ପାଲଟିଛନ୍ତି ଓଡିଶା ଝିଅ। ଆଉ ଏହାକୁ ନେଇ ସବୁ ଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ । କୁହାଯାଏ ମନରେ ଇଛା ଓ ସାହସ ଥିଲେ ଯେ କେହି ମଣିଷ ସବୁ କିଛି କାମ କରିପାରିବ। ଆଉ ଯାହାର ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି ଗଞ୍ଜାମ ଜିଲ୍ଲାର ଓଡ଼ିଆ ଝିଅ ଦୀପା ରାଣୀ ମଲ୍ଲିକ। ନିକଟରେ ଆୟୋଜିତ ହୋଇଥିବା ଜାତୀୟସ୍ତରୀୟ କ୍ରୀଡା ପ୍ରତିଯୋଗିତାରେ ସବୁ ଖେଳାଳିଙ୍କୁ ପଛରେ ପକାଇ ଆଗରେ ଅଛନ୍ତି ଦୀପା ରାଣୀ ।

ଛତିଶଗଡର ରାଜଧାନୀରେ ଥିବା ପଣ୍ଡିତ ରବି ଶଙ୍କର ବିଶ୍ୱବିଦ୍ୟାଳୟର ଖେଳ ପରିସରରେ ଜାତୀୟସ୍ତରୀୟ କ୍ରୀଡା ପ୍ରତିଯୋଗିତା ଚାଲିଛି । ଏହି ଆୟୋଜନ ଆଗାମୀ ୩ଦିନ ଧରି ଚାଲିବ ବୋଲି ଆୟୋଜକମାନେ ସୂଚନା ଦେଇଛନ୍ତି । ପ୍ରତିଯୋଗିତାର ପ୍ରଥମ ଦିନରେ ଭାରତ୍ତୋଳନ ଖେଳରେ ଓଡ଼ିଶାର ଖେଳାଳି ଦୀପା ରାଣୀ ମଲ୍ଲିକ ଦୃଢ଼ ପ୍ରଦର୍ଶନ କରି ୪୮ କିଲୋଗ୍ରାମ ବର୍ଗରେ ରୌପ୍ୟ ପଦକ ଅର୍ଜନ କରିଛନ୍ତି । ତାଙ୍କ ଏହି ସଫଳତା ରାଜ୍ୟ ପାଇଁ ଗର୍ବର ବିଷୟ ହୋଇଛି ।

ସୂଚନା ଅନୁଯାୟୀ, ଦୀପା ରାଣୀ ଚିକିଟିଗଡ଼ର ରାଜଲକ୍ଷ୍ମୀ ବାଳିକା ବିଦ୍ୟାପୀଠର ଦଶମ ଶ୍ରେଣୀର ଛାତ୍ରୀ। ସେ ଚିକିଟି ପେଣ୍ଠ ଅବସ୍ଥିତ ଇଣ୍ଡୋ ଷ୍ଟାଡିୟମରେ ପ୍ରଶିକ୍ଷଣ ଗ୍ରହଣ କରୁଥିବା ବେଳେ ପ୍ରଶିକ୍ଷକ ଦାମିନୀ ସାହୁଙ୍କ ନିର୍ଦ୍ଦେଶନୁସାରେ ଏହି ପ୍ରତିଯୋଗିତାରେ ଯୋଗଦେଇଥିଲେ । ଦୀପାଙ୍କ ଏହି ଉପଲବ୍ଧି ତାଙ୍କର କଠିନ ପରିଶ୍ରମ ଓ ନିଷ୍ଠାର ପ୍ରତିଫଳ ବୋଲି କ୍ରୀଡା ମଣ୍ଡଳୀରେ ମତ ପ୍ରକାଶ ପାଇଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score