Explore

Search

March 2, 2026 11:17 pm

ଖାମନେଇଙ୍କ ମୃତ୍ୟୁରେ ଦୋକାନ ବଜାର ବନ୍ଦ : ୟୁପିରେ ୪୦ ଦିନିଆ ଶୋକ

ଲକ୍ଷ୍ନୌ : ଇରାନର ସର୍ବୋଚ୍ଚ ଧାର୍ମିକ ଓ ରାଜନୈତିକ ନେତା ଅୟାତୁଲ୍ଲା ଖାମେନେଇଙ୍କ ଦେହାନ୍ତ ଖବର ପରେ ଭାରତର କିଛି ଅଞ୍ଚଳରେ ଶୋକର ପରିବେଶ ଦେଖାଯାଇଛି । ବିଶେଷ କରି ଶିଆ ସମୁଦାୟ ମଧ୍ୟରେ ଏହାକୁ ନେଇ ଗଭୀର ଦୁଃଖ ପ୍ରକାଶ ପାଇଛି ।

ଉତ୍ତରପ୍ରଦେଶର ଲକ୍ଷ୍ନୌ ଓ ଅମେଠି ସହିତ କିଛି ସ୍ଥାନରେ ଲୋକମାନେ ଶୋକ ଜଣାଇଛନ୍ତି । କେତେକ ସ୍ଥାନରେ ପ୍ରାର୍ଥନା ସଭା ଓ ଶାନ୍ତି ପଦଯାତ୍ରା ଆୟୋଜନ କରାଯାଇଥିବା ଖବର ମିଳିଛି । ଅମେଠିରେ ଶିଆ ସମୁଦାୟ ପକ୍ଷରୁ ୪୦ ଦିନିଆ ଶୋକ ପାଳନ କରିବାକୁ ଘୋଷଣା କରାଯାଇଛି । ଏହି ସମୟ ସୀମାରେ କେତେକ ବ୍ୟବସାୟୀ ସ୍ୱଇଚ୍ଛାରେ ଦୋକାନ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି । ସମୁଦାୟର କିଛି ସଦସ୍ୟ ଖାମେନେଇଙ୍କ ମୃତ୍ୟୁକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଏହାସହିତ କେତେକ ଲୋକ ଅଭିଯୋଗ କରିଛନ୍ତି ଯେ ଆମେରିକା ଓ ଇସ୍ରାଏଲ ଏହି ଘଟଣାର ପଛରେ ଥାଇପାରନ୍ତି । ସ୍ଥାନୀୟ ପ୍ରଶାସନ ପକ୍ଷରୁ ଶାନ୍ତି ଓ ଶୃଙ୍ଖଳା ବଜାୟ ରଖିବାକୁ ଅନୁରୋଧ କରାଯାଇଛି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score