Explore

Search

January 14, 2026 2:03 am

କ୍ୟାପିଟାଲ୍ ହସ୍ପିଟାଲରୁ କଟକର ଏସସିବି ମେଡିକାଲକୁ ଯୋଡ଼ିବ : ଆମ ବସ୍

ରୋଗୀଙ୍କୁ ସମସ୍ତ ପ୍ରକାର ଆନୁଷଙ୍ଗିକ ସୁବିଧା ଯୋଗାଇବା ପାଇଁ ଅଣ୍ଟା ଭିଡିଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ l ଦୈତ ନଗରୀର ଦୁଇ ପ୍ରମୁଖ ହସ୍ପିଟାଲ ଦୂରତାକୁ ଯୋଡ଼ିବ “ଆମ ବସ୍ ” l ଫଳସ୍ଵରୂପ ଓଡ଼ିଶାକୁ ୪୦୦ ଇ-ବସ୍ ଯୋଗାଇବେ କେନ୍ଦ୍ର ସରକାର l ‘ଆମ ବସ’ ଯୋଜନାରେ ପୁଣି ଯୋଡ଼ି ହୋଇଛି ୪୦ଟି ଇ-ବସ୍‌। ଏବେ ଭୁବନେଶ୍ବରର କ୍ୟାପିଟାଲ୍ ହସ୍ପିଟାଲରୁ କଟକର ଏସସିବି ମେଡିକାଲକୁ ଆମ ବସ୍ ଗଡ଼ିବ। ରୋଗୀ କିମ୍ବା ରୋଗୀଙ୍କ ସମ୍ପର୍କୀୟଙ୍କ ପାଇଁ ସହାୟକ ହେବ ‘ଆମ ବସ୍’ ର ନୂଆରୁଟ୍। ଆଉ ଯାତାୟତ ପାଇଁ ହଇରାଣ ହେବେନାହିଁ ରୋଗୀଙ୍କ ପରିବାର। ଏହି ରୁଟ୍ ସମେତ ଅନ୍ୟ ନୂଆ ରୁଟରେ ମଧ୍ୟ ଇ-ବସ୍ ଚାଲିବ। ଭୁବନେଶ୍ବର ଗାଢ଼କଣସ୍ଥିତ ଆମ ବସ୍ ଡିପୋରେ ୪୦ଟି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ନୂଆ ଇ-ବସର ଉଦଘାଟନ କରିଛନ୍ତି। ଖୁବଶୀଘ୍ର ରାଜ୍ୟର ୮ଟି ସହରରେ ଆମ ବସ୍ ସେବା ଆରମ୍ଭ ହେବ ଏବଂ ବସ୍ ଦୁର୍ଘଟଣାକୁ ପ୍ରତିହତ କରିବା ପାଇଁ ଅନେକ ପଦକ୍ଷେପ ନିଆଯିବା ସହ ଆମ ବସ୍ ଭିତରେ ଦୁଇଟି ସିସିଟିଭି କ୍ୟାମେରା ଲଗାଯାଇଥିବା କଥା କହିଛନ୍ତି ମନ୍ତ୍ରୀ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score