Explore

Search

March 1, 2026 6:32 pm

କୋରାପୁଟରେ ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଉଦ୍‌ଘାଟିତ

Odia Breaking News

କୋରାପୁଟ: କୋରାପୁଟ ଜିଲ୍ଲାରେ ରାଜ୍ଯ ସରକାରଙ୍କ ପକ୍ଷରୁ ସ୍ଥାନୀୟ ସରକାରୀ ହାଇସ୍କୁଲ ପଡ଼ିଆରେ ଜିଲ୍ଲାସ୍ତରୀୟ ଦୁଇଦିନିଆ ମତ୍ସ୍ୟ ପ୍ରାଣୀ ସମ୍ପଦ ମେଳା ଉଦଘାଟିତ ହୋଇଯାଇଛି। ଏହି ଅବସରରେ କୋରାପୁଟ ବିଧାୟକ ରଘୁରାମ ମାଛ ମୁଖ୍ୟଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଏହାକୁ ଉଦ୍‌ଘାଟନ କରିଥିଲେ । କୋଟପାଡ଼ ବିଧାଯକ ରୂପୁ ଭତ୍ରା, ଜିଲ୍ଲା ପରିଷଦ ଅଧ୍ଯକ୍ଷା ସସ୍ମିତା ମେଲେକା, ଜିଲ୍ଲାପାଳ ଭି.କୀର୍ତ୍ତି ଭାସନ ସମ୍ମାନିତ ଅତିଥି ଭାବେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ l ଏଥିସହିତ ପ୍ରଦର୍ଶନୀ ଷ୍ଟଲ ଗୁଡ଼ିକୁ ଅତିଥିମାନଙ୍କ ଦ୍ବାରା ଉଦଘାଟନ କରାଯାଇଥିଲା। ପ୍ରାରମ୍ଭରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡା.ଲକ୍ଷ୍ମୀଧର ବେହେରା କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ। ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଲୋକମାନଙ୍କୁ ଅବଗତ କରାଇବା ନିମନ୍ତେ ମେଳା ଆୟୋଜନ କରାଯାଇଥିବା ବୋଲି ଜିଲ୍ଲାପାଳ ଭି.କୀର୍ତ୍ତି ଭାସନ କହିଛନ୍ତି l ରାଜ୍ୟ ସରକାରଙ୍କ ନୂତନ କାମଧେନୁ ଯୋଜନାରେ ଏ ପର୍ଯ୍ୟନ୍ତ ୧୦୦ ଗୋଟି ଆବେଦନ ପତ୍ର ଅନୁମୋଦନ କରାଯାଇଥିବା ସେ କହିଛନ୍ତି । ଚାଷୀମାନଙ୍କର ଆୟ କିପରି ଦ୍ଵିଗୁଣିତ ହେବ ସେଥି ନିମନ୍ତେ କେନ୍ଦ୍ର ତଥା ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି।

ଏହି ଯୋଜନା କିପରି ଚାଷୀଙ୍କ ପାଖରେ ପହଞ୍ଚିବ ସେଥି ‌ ନିମନ୍ତେ ଜିଲ୍ଲାସ୍ତରୀୟ ମେଳା ଆୟୋଜନ କରାଯାଉଛି ବୋଲି କୋରାପୁଟ

ବିଧାୟକ ରଘୁରାମ ମାଛ ବକ୍ତବ୍ୟ ରଖୁଥିଲେ। ତିନି ଜଣ ଚାଷୀଙ୍କୁ ସମ୍ବନ୍ଧିତ କରାଯାଇଥିଲା | ଜୈବପୁଞ୍ଜ ମହିଳା ମାଛ ଚାଷୀ ଫୁଲମତି ଭୁମିଆ, କୁକୁଡ଼ା ଚାଷୀ ପର୍ଶୁରାମ ମୁଦୁଲି ଏବଂ ଗୋ ପାଳକ ରମେଶ ନାଗ ପ୍ରମୁଖଙ୍କୁ ଚେକ୍ ଜରିଆରେ ୫ ହଜାର ଟଙ୍କା ଲେଖାଏଁ ଅତିଥିମାନଙ୍କ ଦ୍ବାରା ପ୍ରଦାନ କରାଯାଇଥିଲା | ଜିଲ୍ଲା ମତ୍ସ୍ୟ ଅଧିକାରୀ ଭରତ ଭୁଷଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score