Explore

Search

March 24, 2026 3:25 am

କେଉଁ କାରଣ ପାଇଁ ଜନ୍ମ ହୁଅନ୍ତି ଅଟିଜିମ ପିଲା

ଆଜିକା ସମୟରେ ଯୁବପୀଢ଼ି ଆଉ ଚାଁହୁନାହାଁନ୍ତି ଶୀଘ୍ର ସନ୍ତାନ ଜନ୍ମ କରିବାକୁ । ତେଣୁ ପ୍ରାୟତଃ ୩୫ ପରେ ଛୁଆ ଜନ୍ମ କରୁଛନ୍ତି । ତେବେ ଏହାର ପ୍ରଭାବ ଛୁଆ ଉପରେ କେତେ ପଡେ କେବେ ଜାଣିଛନ୍ତି କି ? ଜାଣନ୍ତୁ ଡେରିରେ ଛୁଆ ଜନ୍ମ କରିଲେ କ’ଣ ଅସୁବିଧା ହୋଇଥାଏ ।

ଅଟିଜିମ ସ୍ପେକ୍ଟ୍ରମ ଡିସଅର୍ଡର (ASD) ହେଉଛି ଏକ ସ୍ନାୟୁ ବିକାଶ ସମ୍ବନ୍ଧୀୟ ଅବସ୍ଥା। ଯାହା ଛୋଟ ପିଲାମାନଙ୍କର ବ୍ୟବହାର, ଯୋଗାଯୋଗ ଓ ଶିଖିବାର ପ୍ରକ୍ରିୟାକୁ ପ୍ରଭାବିତ କରେ । ଏହାର ଲକ୍ଷଣ ସାଧାରଣତଃ ୩ ବର୍ଷ ବୟସ ପୂର୍ବରୁ ଦେଖାଯାଇଥାଏ । ଚିକିତ୍ସକମାନଙ୍କ ମତାନୁସାରେ, ଏହାର ଆରମ୍ଭ ଗର୍ଭାବସ୍ଥାରେ ଶିଶୁର ମସ୍ତିଷ୍କ ବିକାଶ ସମୟରୁ ହୋଇପାରେ ।

ଏହି ଅବସ୍ଥା ପଛରେ ଜେନେଟିକ ଓ ପରିବେଶଗତ ଦୁଇଟି କାରଣ ଜଡିତ ରହିଥାଏ । ଗର୍ଭାବସ୍ଥାରେ ଶିଶୁର ମସ୍ତିଷ୍କ ଓ ସ୍ନାୟୁପଥ ଗଠନ ଦିନକୁ ଦିନ ଗଢ଼ି ଉଠୁଥିବା ବେଳେ କିଛି ବାହ୍ୟ ପ୍ରଭାବ ଏହାକୁ ପ୍ରଭାବିତ କରିପାରେ ।

ବିଶେଷଜ୍ଞମାନଙ୍କ କହିବା ଅନୁସାରେ, ମା’ଙ୍କ ମାନସିକ ସ୍ଥିତି ଓ ଭାବନାତ୍ମକ ସନ୍ତୁଳନ ଗର୍ଭସ୍ଥ ଶିଶୁ ଉପରେ ପ୍ରଭାବ ପକାଏ। ଦୀର୍ଘ ସମୟ ଧରି ଚାପରେ ରହିଲେ ଶରୀରରେ ନିଷ୍ପାଦିତ ହରମୋନ ଶିଶୁର ମସ୍ତିଷ୍କ ବିକାଶକୁ ବାଧା ଦେଇପାରେ ।

ଗର୍ଭାବସ୍ଥାରେ ମା’ଙ୍କ ସ୍ୱାସ୍ଥ୍ୟ ସ୍ଥିତି ଖୁବ ଗୁରୁତ୍ୱପୂର୍ଣ୍ଣ । ଯଦି ମଧୁମେହ କିମ୍ବା ରକ୍ତଚାପ ନିୟନ୍ତ୍ରଣରେ ନଥାଏ, ତେବେ ଏହା ଗର୍ଭସ୍ଥ ଶିଶୁର ସ୍ନାୟୁ ବିକାଶକୁ ପ୍ରଭାବିତ କରିପାରେ । ଚିକିତ୍ସକମାନଙ୍କ ମତରେ, ବିଳମ୍ବରେ ଗର୍ଭଧାରଣ କରିବା ମଧ୍ୟ କେତେକ ସମୟରେ ଅଟିଜିମ ଶିଶୁ ଜନ୍ମ ହୋଇଥାନ୍ତି । ଏଥିପାଇଁ ଜୈବିକ ପରିବର୍ତ୍ତନ ଓ ଅନ୍ୟ ଶାରୀରିକ କାରଣ ଦାୟୀ ହୋଇପାରେ । ଏହାସହ ଅସନ୍ତୁଳିତ ଖାଦ୍ୟ ଓ ମୋଟାପଣ ମଧ୍ୟ ବିପଦକୁ ବଢ଼ାଇଥାଏ ।

ଅଟିଜିମ କେବଳ ଗୋଟିଏ କାରଣରୁ ହୁଏନାହିଁ, ବରଂ ଅନେକ କାରଣର ସଂଯୋଗରେ ଏହା ଦେଖାଯାଏ । ତେଣୁ ଏହାକୁ ନେଇ ଭ୍ରମ ତ୍ୟାଗ କରି ସଠିକ ତଥ୍ୟ ଜାଣିବା ଆବଶ୍ୟକ । ଗର୍ଭାବସ୍ଥାରେ ମା’ଙ୍କୁ ନିଜର ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟ ଉପରେ ଭଲଭାବେ ଧ୍ୟାନ ଦେବା ଦରକାର । ଏହାସହ ଏହି ସମୟରେ ଯୋଗ, ଧ୍ୟାନ, ପର୍ଯ୍ୟାପ୍ତ ବିଶ୍ରାମ ଓ ସକାରାତ୍ମକ ପରିବେଶ ଏଥିରେ ଉପକାରୀ ହୋଇପାରେ ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score