Explore

Search

March 28, 2026 12:56 am

କାହିଁକି ପୁରୁଷଙ୍କ ଅପେକ୍ଷା ମହିଳାଙ୍କୁ ଅଧିକ ନିଦ ଦରକାର ?

ନିଦ ବା ନିଦ୍ରା ମାନବ ଜୀବନର ଏକ ମୌଳିକ ଆବଶ୍ୟକତା। ସୁସ୍ଥ ଶରୀର ଓ ସ୍ଥିର ମନ ପାଇଁ ପର୍ଯ୍ୟାପ୍ତ ପରିମାଣରେ ଶୋଇବା ଅତ୍ୟନ୍ତ ଜରୁରୀ। ତଥାପି ନୂତନ ଅଧ୍ୟୟନରୁ ପ୍ରକାଶ ପାଇଛି ଯେ, ପୁରୁଷମାନଙ୍କ ତୁଳନାରେ ମହିଳାମାନଙ୍କୁ ଅଧିକ ସମୟ ନିଦ ଦରକାର ହୁଏ । ଯାହା ସେମାନଙ୍କ ଶାରୀରିକ ଓ ମାନସିକ ସୁସ୍ଥତା ପାଇଁ ଉପକାରୀ।

ବିଶେଷଜ୍ଞମାନଙ୍କ ମତାନୁସାରେ, ମହିଳାଙ୍କ ଶରୀରରେ ହରମୋନ ବାରମ୍ବାର ପରିବର୍ତ୍ତନ ହେବାରୁ ତାଙ୍କର ନିଦର ଚକ୍ର ପ୍ରଭାବିତ ହୁଏ । ଯେପରିକି ଋତୁସ୍ରାବ, ଗର୍ଭାବସ୍ଥା ଓ ମେନୋପଜ୍‌ ପର୍ଯ୍ୟାୟରେ ଏହି ପରିବର୍ତ୍ତନ ଅଧିକ ଦେଖାଯାଏ । ଯାହା ନିଦର ଗୁଣବତ୍ତା କମାଇଦିଏ । ଫଳରେ ମହିଳାମାନେ ପ୍ରାୟତଃ ଅନିଦ୍ରା କିମ୍ବା ଅସ୍ୱସ୍ଥ ନିଦର ସମସ୍ୟାର ସମ୍ମୁଖୀନ ହୁଅନ୍ତି ।

ବିଶେଷଜ୍ଞଙ୍କ ମତ ଅନୁସାରେ, ମହିଳାମାନଙ୍କୁ ଦିନକୁ ୮ ଘଣ୍ଟାରୁ ସାଢେ ୮ ଘଣ୍ଟା ଶୋଇବା ଆବଶ୍ୟକ। ଏହା ଶରୀରର ଶକ୍ତି ପୁନରୁଦ୍ଧାର କରିବାସହ ହରମୋନ କ୍ଷମତାକୁ ରକ୍ଷା କରିଥାଏ।

ଭାରତୀୟ ପରିବେଶରେ ମହିଳାମାନେ ଘର ଓ କାର୍ଯ୍ୟକ୍ଷେତ୍ରର ଦାୟିତ୍ୱ ନେଇ ଚାପରେ ରହୁଥିବାରୁ ନିଦରେ ବ୍ୟାପକ ପ୍ରଭାବ ପଡ଼େ । ସକାଳୁ ଶୀଘ୍ର ଉଠିବା ଓ ରାତିରେ ବିଳମ୍ବରେ ଶୋଇବା ଅଭ୍ୟାସ ଯୋଗୁଁ ନିଦର ଗୁଣବତ୍ତା କମିଯାଏ। ଆଉ ଯେଉଁଥିପାଇଁ ସେମାନଙ୍କୁ ଥକା ଲାଗିବା ସହ ମନ ମଧ୍ୟ ଦୁର୍ବଳ ହୁଏ ।

ବିଶେଷଜ୍ଞମାନଙ୍କ ପରାମର୍ଶ ଅନୁଯାୟୀ, ନିଦକୁ ଅଗ୍ରାଧିକାର ଦେବା ଆବଶ୍ୟକ। ଯଦି ରାତିରେ ପର୍ଯ୍ୟାପ୍ତ ନିଦ ମିଳୁନାହିଁ, ତେବେ ଦିନରେ କିଛି ସମୟ ବିଶ୍ରାମ ନେବା ଉପକାରୀ । ଶୋଇବା ପୂର୍ବରୁ ହାଲୁକା ବ୍ୟାୟାମ, ଧ୍ୟାନ କିମ୍ବା ଗରମ ପାଣିରେ ସ୍ନାନ କରିବା ଭଳି ଅଭ୍ୟାସ ନିଦକୁ ଉନ୍ନତ କରିପାରେ। ସେହିପରି ମୋବାଇଲ ଓ ଟିଭି ପରି ଇଲେକ୍ଟ୍ରୋନିକ ଉପକରଣରୁ ଦୂରେଇ ରହିବା ମଧ୍ୟ ଜରୁରୀ।

ମହିଳାମାନେ ନିଜ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଇ ପର୍ଯ୍ୟାପ୍ତ ନିଦ ନେବା ଅଭ୍ୟାସ କରିବା ଆବଶ୍ୟକ। ଭଲ ନିଦ ତାଙ୍କୁ ସୁସ୍ଥ ଓ ସକ୍ରିୟ ଜୀବନ ପାଇଁ ପ୍ରେରଣା ଦେଇଥାଏ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score