ସାଧାରଣତଃ ଦେଖିଥିବେ ଔଷଧ କେବେ ବି ଗୋଟିଏ ରଙ୍ଗର ହୋଇ ନଥାଏ । ଏହାର ଭିନ୍ନ ଭିନ୍ନ ରଙ୍ଗ ଥାଏ। ଏହା ଧଳା, ଲାଲ, ସବୁଜ, ହଳଦିଆ ଥାଏ । ଏଭଳି ଭିନ୍ନ ଭିନ୍ନ ରଙ୍ଗର ଔଷଧ ରହିଛି । ଏପରିକି କଳା ରଙ୍ଗର ମଧ୍ୟ ଔଷଧ ରହିଛି । ତେବେ କାହିଁକ ହୋଇଥାଏ ଔଷଧର ଭିନ୍ନ ରଙ୍ଗ ଜାଣିଛନ୍ତି କି ? ଏହା ପଛର କାରଣ କ’ଣ କେବେ ଭାବିଛନ୍ତି କି ? ତାହାଲେ ଆମର ଏହି ତଥ୍ୟ ଉପରେ ନଜର ପକାନ୍ତୁ
ଔଷଧର ଭିନ୍ନ ଭିନ୍ନ ରଙ୍ଗ ଥାଏ। ହେଲେ ଏହି ରଙ୍ଗ ଗୁଡ଼ିକ କେବଳ ଆକର୍ଷଣ ପାଇଁ ନୁହେଁ । ଏହା ପଛରେ ରହିଛି ଅନେକ ବୈଜ୍ଞାନିକ କାରଣ । ଆଜିକା ସମୟରେ ଘରେ ଘରେ ରୋଗୀ ଅଛନ୍ତି । ତେବେ ଏହି ରୋଗୀମାନେ ଏକରୁ ଅଧିକ ବିଭିନ୍ନ ଔଷଧ ଖାଉଥିବା ରୋଗୀଙ୍କ ପାଇଁ ରଙ୍ଗ ବିଶେଷ ଭାବରେ ସହାୟକ ହୋଇଥାଏ । ଯଦି ସବୁ ଔଷଧ ଧଳା ହୋଇଥାନ୍ତା, ତେବେ ସକାଳେ କେଉଁ ଔଷଧ ଏବଂ ରାତି ପାଇଁ କେଉଁ ଔଷଧ ଉଚିତ୍ ତାହା ମନେ ରଖିବା କଷ୍ଟକର ହୋଇଥାନ୍ତା ।
ଖାଲି ସେତିକି ନୁହେଁ ଯେଉଁମାନେ ଔଷଧର ନାଁ ପଢ଼ି ପାରନ୍ତି ନାହିଁ କିମ୍ବା ଅଧିକ ବୟସ୍କ ରୋଗୀ ହୋଇଥିବେ ଅଥବା ଦୃଷ୍ଟିଶକ୍ତି ଦୁର୍ବଳ ଥିବା ରୋଗୀଙ୍କ ପାଇଁ ରଙ୍ଗଦିଆ ଔଷଧ ବିଶେଷ ଭାବରେ ସହାୟକ ହୋଇଥାଏ । ସେହିପରି ଡାକ୍ତର ଏବଂ ଚିକିତ୍ସା କର୍ମଚାରୀମାନେ ରଙ୍ଗ ଦ୍ୱାରା ଔଷଧ ଗୁଡ଼ିକୁ ମଧ୍ୟ ଶୀଘ୍ର ଚିହ୍ନଟ କରିପାରିବେ । ଏହା ରୋଗୀଙ୍କୁ ଠିକ୍ ଔଷଧ ଚିହ୍ନିବାରେ ସାହାଯ୍ୟ କରେ । ଯେମିତି କି ନୀଳ ରଙ୍ଗର ଔଷଧ । ଏହା ଶାନ୍ତିର ପ୍ରତୀକ । ତେଣୁ ଏହାକୁ ପ୍ରାୟତଃ ନିଦ ଆଣିବା କିମ୍ବା ବିପି ମେଡିସିନରେ ବ୍ୟବହାର କରାଯାଏ । ଲାଲ୍ କିମ୍ବା କମଳା ରଙ୍ଗ ଆବେଗ ଏବଂ ଶକ୍ତିକୁ ସୂଚିତ କରେ । ତେଣୁ ଏଗୁଡ଼ିକୁ ଶରୀରର ଶକ୍ତି ପାଇଁ କିମ୍ବା ଯନ୍ତ୍ରଣା ନିବାରକରେ ବ୍ୟବହାର କରାଯାଏ ।
ସବୁଜ ରଙ୍ଗ ପ୍ରକୃତିର ପ୍ରତୀକ । ଯାହା ପାଚନ ଔଷଧରେ ବ୍ୟବହାର ହୁଏ । ସେହିପରି କଳା କିମ୍ବା ବାଦାମୀ ରଙ୍ଗର ଟାବଲେଟ ପ୍ରାୟତଃ ଆଇରନ ଏବଂ ଭିଟାମିନ ଔଷଧ ହୋଇଥାଏ । ସେହିପରି ଛୋଟ ଛୁଆଙ୍କୁ ଔଷଧ ଖୁଆଇବାରେ ଅନେକ ସମସ୍ୟା ହୋଇଥାଏ । ତେଣୁ ସେମାନଙ୍କ ପାଇଁ ଷ୍ଟ୍ରବେରୀ, ଚକୋଲେଟ କିମ୍ବା କମଳା ସ୍ୱାଦ ସହିତ ରଙ୍ଗୀନ ସିରପ ଏବଂ ଟାବଲେଟ ତିଆରି କରାଯାଏ ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
