Explore

Search

March 18, 2026 11:58 pm

କଂଗ୍ରେସରୁ ନିଲମ୍ବନ ପରେ କେଉଁ ଦଳକୁ ଯିବେ ରମେଶ ?

ବ୍ରହ୍ମପୁର : ରାଜ୍ୟସଭା ନିର୍ବାଚନକୁ କେନ୍ଦ୍ର କରି ଓଡ଼ିଶା ରାଜନୀତିରେ ନୂଆ ଟ୍ୱିଷ୍ଟ ଦେଖିବାକୁ ମିଳିଛି । ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କୁ ଦଳବିରୋଧୀ କାର୍ଯ୍ୟ ଅଭିଯୋଗରେ କଂଗ୍ରେସ ଦଳ ପକ୍ଷରୁ ନିଲମ୍ବନ କରାଯାଇଛି । ଏହି ପଦକ୍ଷେପ ପରେ ଗଞ୍ଜାମ ଜିଲ୍ଲାରେ ରାଜନୈତିକ ପରିସ୍ଥିତି ଗରମ ହୋଇଯାଇଛି।

ଦୀର୍ଘ ସମୟ ଧରି ଜିଲ୍ଲାରେ ନିଜ ଦବଦବା ରଖିଆସୁଥିବା ରମେଶ ଜେନାଙ୍କ ପାଇଁ ଏହି ନିଲମ୍ବନ ଏକ ବଡ଼ ଚ୍ୟାଲେଞ୍ଜ ଭାବେ ଦେଖାଯାଉଛି। ସମିତି ସଭ୍ୟରୁ ଆରମ୍ଭ କରି ବ୍ଲକ ଅଧ୍ୟକ୍ଷ, ତିନିଥର ବିଧାୟକ ଓ ଜିଲ୍ଲା ସଭାପତି ଭଳି ପଦବୀରେ ବସିଥିବା ରମେଶ ଜେନା ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ ଘଟଣାକୁ ନେଇ ତାଙ୍କ ବିରୋଧରେ କଠୋର ମନୋଭାବ ନେଇଛି କଂଗ୍ରେସ । ଆଗାମୀ ଦିନରେ ଦଳକୁ ଫେରିବା ପଥ ମଧ୍ୟ ସହଜ ହେବ ନାହିଁ ବୋଲି ମନ୍ତବ୍ୟ ଆସୁଛି । ଏବେ କେଉଁ ଦଳକୁ ଯିବେ ରମେଶ ଜେନା ବୋଲି ଆଲୋଚନା ହେଉଛି ।

ବିଜେଡି ସହ ତାଙ୍କ ପୂର୍ବତନ ଦ୍ୱନ୍ଦ୍ୱ ଓ ଗିରଫ ଘଟଣାକୁ ଦୃଷ୍ଟିରେ ରଖିଲେ, ସେହି ଦଳରେ ସାମିଲ ହେବାର ସମ୍ଭାବନା କମ ବୋଲି ଆକଳନ କରାଯାଉଛି । ଅନ୍ୟପଟେ ବିଜେପି ପ୍ରତି ତାଙ୍କ ମନ ଝୁରୁଥିବା ନେଇ ମଧ୍ୟ ଚର୍ଚ୍ଚା ଚାଲିଛି । କିନ୍ତୁ ସେଠାରେ ସ୍ଥାନ ସୁଦୃଢ଼ କରିବା ମଧ୍ୟ ସହଜ ହେବ ନାହିଁ ବୋଲି ରାଜନୀତି ବିଶ୍ଳେଷକମାନେ ମତ ଦେଇଥିବା ଚର୍ଚ୍ଚା ହେଉଛି ।

ଏହି ଘଟଣା ପରେ ଗଞ୍ଜାମ ଜିଲ୍ଲାରେ କଂଗ୍ରେସ ସଂଗଠନ ଉପରେ ମଧ୍ୟ ପ୍ରଭାବ ପଡ଼ିଛି । ଜିଲ୍ଲାରେ ଦଳର ଏକମାତ୍ର ବିଧାୟକ ନିଲମ୍ବିତ ହେବାରୁ ସଂଗଠନକୁ ପୁନଃ ସକ୍ରିୟ କରିବା ଏକ ବଡ଼ ଚ୍ୟାଲେଞ୍ଜ ହୋଇ ପଡ଼ିଛି ।

କଂଗ୍ରେସ ନେତାମାନେ ଏହି ପଦକ୍ଷେପକୁ ସମର୍ଥନ କରିଥିବା ବେଳେ, ଦଳୀୟ ଶୃଙ୍ଖଳା ରକ୍ଷା ପାଇଁ ଏପରି କାର୍ଯ୍ୟାନୁଷ୍ଠାନ ଆବଶ୍ୟକ ବୋଲି ମତ ପ୍ରକାଶ କରିଛନ୍ତି । ଆଗାମୀ ଦିନରେ ରମେଶ ଜେନା କେମିତି ରାଜନୈତିକ ଚାଲ ଚଲେଇବେ, ସେଥିପାଇଁ ରହିଛି ସମସ୍ତଙ୍କର ଦୃଷ୍ଟି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score