Explore

Search

January 15, 2026 11:05 am

ଓଡିଶୀ ନୃତ୍ୟର ଗୁଞ୍ଜରଣରେ ଉଦଯାପିତ ହେଲା କୋଣାର୍କ ଉତ୍ସବ

konark mahotsav 2024

କୋଣାର୍କ: ଗୁରୁବାର ଦିନ ଉଦଯାପିତ ହୋଇଯାଇଛି କୋଣାର୍କ ଉତ୍ସବ l ଏହାର ଶେଷ ଦିନରେ ମୁଖ୍ୟ ଅତିଥି ଭାବେ ଓଡ଼ିଶାର ପ୍ରମୁଖ ଆୟକାର ଆଯୁକ୍ତ ରାହୁଲ କରନ୍, ପର୍ଯ୍ୟଟନ ବିଭାଗର ଅତିରିକ୍ତ ନିର୍ଦେଶକ ବିଶ୍ବଜିତ ରାଉତରାୟ, ପର୍ଯ୍ୟଟନ ନିଗମ ପରିଚାଳକ ଲଲାଟେନ୍ଦୁ ସାହୁ, ଓଡ଼ିଶା ସଂଗୀତ ନାଟକ ଏକାଡେମୀ ସଚିବ ଭାଗ୍ୟଲିପି ମଲ୍ଲ ଯୋଗଦେଇ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଅନ୍ତିମ ଦିନର ପ୍ରଥମ ପର୍ଯ୍ୟାୟରେ କୋଲକାତାରୁ ଆସିଥିବା ଓଡ଼ିଶା ନୃତ୍ୟଶିଳ୍ପୀ ଡ଼ୋନା ଗାଙ୍ଗୁଲି ଓ ତାଙ୍କ ‘ଦୀକ୍ଷା ମଞ୍ଜରୀ’ ଅନୁଷ୍ଠାନର ଶିଳ୍ପୀବୃନ୍ଦଙ୍କ ଦ୍ଵାରା ଓଡିଶୀ ନୃତ୍ୟ ପରିବେଷିତ ହୋଇଥିଲା । ଡ଼ୋନା ତାଙ୍କ ଓଡ଼ିଶୀ ନୃତ୍ୟ ଶୈଳୀକୁ ‘ସୂର୍ଯ୍ୟବନ୍ଦନା’, ମଙ୍ଗଳା ଚରଣ – ଶାନ୍ତାକାରମ, ପଲ୍ଲବୀ- ଶବେରୀ ଏବଂ ଦୁର୍ଗା ନୃତ୍ୟ ଶୈଳୀରେ ପରିବେଷଣ କରିଥିଲେ । ଅନ୍ତିମ ପର୍ଯ୍ୟାୟରେ ଦିଲ୍ଲୀରୁ ଆସିଥିବା ଗୁରୁ ଗୀତା ଚନ୍ଦ୍ରନ ଓ ତାଙ୍କ ନାଟ୍ୟ ବୃକ୍ଷ ଡ୍ୟାନ୍ସ କଲେକ୍ଟଟିଭ ଅନୁଷ୍ଠାନର ଶିଳ୍ପୀ ବୃନ୍ଦଙ୍କ ଦ୍ୱାରା ଭାରତନାଟ୍ୟମ୍ ନୃତ୍ୟ ପରିବେଷିତ ହୋଇଥିଲା। ପର୍ଯ୍ୟଟନ ବିଭାଗର ଅଧିକାରୀଗଣ, ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଓ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀର ଅଧିକାରୀଗଣ ଏହି ଉତ୍ସବ ପରିଚାଳନା କରିବାରେ ସାହାଯ୍ୟ କରିଥିଲେ । ତେବେ ଏହି ଉତ୍ସବକୁ ସଂଯୋଜନା କରିଥିଲେ ମୃତ୍ୟୁଞ୍ଜୟ ରଥ ଓ ଶୋଭନା ମିଶ୍ର I

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score