ବେସାମରିକ ପ୍ରତିରକ୍ଷା ସ୍ବେଚ୍ଛାସେବୀଙ୍କ ଭତ୍ତା ବୃଦ୍ଧି ହୋଇଛି l ୩୧ରୁ ୧୫୦ ଟଙ୍କାକୁ ବଢ଼ିଲା ଦୈନିକ ଡ୍ୟୁଟି ଭତ୍ତା ଏଥିସହ ଟ୍ରେନିଙ୍ଗ ଭତ୍ତା ୨୮ରୁ ୧୪୦ଟଙ୍କାକୁ ବୃଦ୍ଧି ହୋଇଛି ଯାହା ମେ’ ପହିଲାରୁ ପିଛିଲା ଭାବେ ଲାଗୁ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସୂଚନା ଦେଇଛନ୍ତି l ଏଥିସହ ଏଣିକି ପ୍ରତି ପଞ୍ଚାୟତରେ ଖୋଲିବ ଜନପୋଷଣ କେନ୍ଦ୍ର l ରିହାତି ଦରରେ ଯୋଗାଇ ଦିଆଯିବ ରାସନ ସାମଗ୍ରୀ ଯଥା -ଚାଉଳ, ଅଟା, ଚିନି, ଲୁଣ ଡାଲି ଆଦି ଯୋଗାଇ ଦିଆଯିବ l ପାଇଲଟ୍ ପ୍ରକଳ୍ପ ଭାବେ ୫ କେନ୍ଦ୍ର ଖୋଲିବାକୁ ଯୋଜନା କରାଯାଇଥିବା ବେଳେ ଯୋଗ୍ୟତା ମାପଦଣ୍ଡ ନେଇ ଆସିବ ଗାଇଡଲାଇନ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ରଙ୍କ ସୂଚନା ଦେଇଛନ୍ତି l

Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |