ରାଜ୍ଯରେ ମହିଳାଙ୍କୁ ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ଭେଟି l ଓଡିଶା ସରକାରଙ୍କ ପକ୍ଷରୁ ଯୋଗ୍ୟ ବିବେଚିତ ହିତାଧିକାରୀଙ୍କୁ ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ‘ସୁଭଦ୍ରା’ର ତୃତୀୟ କିସ୍ତି ଟଙ୍କା l
ଅଗଷ୍ଟ ୯ ତାରିଖରେ ଡିବିଟି ଦ୍ଵାରା ଟଙ୍କା ପଠାଇବେ ମୋହନ ସରକାର l ଚତୁର୍ଥ ପରିଚାଳନା ପରିଷଦ ବୈଠକରେ ପ୍ରସ୍ତାବ ଗୃହୀତ ହୋଇଥିବା ବେଳେ ସମସ୍ତ ଜିଲ୍ଲାଗୁଡ଼ିକରେ ସୁଭଦ୍ରାର ପ୍ରଭାବ ନେଇ ହେବ ଅଧ୍ୟୟନ l ଅଧ୍ୟୟନ କରିବ ଭାରତୀୟ ସାଧାରଣ ପ୍ରଶାସନ ସଂସ୍ଥାନ ଏବଂ ଜୁଲାଇରୁ କଲେଜ ଛାତ୍ରୀଙ୍କ ଦ୍ବାରା ହେବ କ୍ଷେତ୍ର ସର୍ବେକ୍ଷଣ l
ଏହାକୁ ନେଇ ମିଶନ ଶକ୍ତି ବିଭାଗ ବୁଧବାର ଦିନ ଅନୁଷ୍ଠିତ ଏହାର ଏକ ପରିଚାଳନା ପରିଷଦ ବୈଠକରେ ଏହାକୁ ଅନୁମୋଦନ କରିଛି, ଯେଉଁଥିରେ ଉନ୍ନୟନ କମିଶନର ଏବଂ ଅତିରିକ୍ତ ମୁଖ୍ୟ ସଚିବ ଅନୁ ଗର୍ଗ ଅଧ୍ୟକ୍ଷତା କରିଥିଲେ l

Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |