Explore

Search

July 31, 2025 12:57 am

Genres

ରଥଯାତ୍ରାକୁ ସୁରକ୍ଷିତ ରଖିବ ଇଣ୍ଟିଗ୍ରେଟେଡ କଣ୍ଟ୍ରୋଲ ରୁମ୍ : ଡିଜିପି

ଆସନ୍ତା ଜୁନ ୨୭ ତାରିଖରେ ହେଉଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ଵପ୍ରସିଦ୍ଧ ରଥଯାତ୍ରାକୁ ତ୍ରୁଟି ଶୂନ୍ୟ, ଶୃଙ୍ଖଳିତ ଏବଂ ସୁପରିଚାଳନା ଭାବେ ସମ୍ପନ୍ନ କରିବା ନିମନ୍ତେ ମଙ୍ଗଳବାର ଅପରାହ୍ନରେ ପୁରୀସ୍ଥିତ ଟାଉନ୍‌ହଲ୍ ପରିସରରେ ଡିଜିପି ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି l ଚଳିତବର୍ଷ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବାକୁ ପୋଲିସ୍ ପ୍ରଶାସନ ସମ୍ପୂର୍ଣ୍ଣ ଭାବେ ସଜାଗ ରହିଛି ବୋଲି ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ମତବ୍ୟକ୍ତ କରିଛନ୍ତି l

ପ୍ରଥମ ଥର ପାଇଁ ଇଣ୍ଟିଗ୍ରେଟେଡ କଣ୍ଟ୍ରୋଲ ରୁମ୍ ଟାଉନ ଥାନାରେ ସ୍ଥାପନ କରାଯିବ । ଏହା ସହ ଏ.ଆଇ କ୍ୟାମେରା ସହରର ବିଭିନ୍ନ ସ୍ଥାନରେ ଲଗାଯିବ।

ଜନସାଧାରଣଙ୍କ ଯାତାୟାତର ସୁବିଧା ନିମନ୍ତେ ଏକ ବିଶେଷ ମୋବାଇଲ ଆପ ପ୍ରସ୍ତୁତ କରାଯାଇଛି ଯାହା କି ଟ୍ରାଫିକ ଉପଦେଶ, ପାର୍କିଂ ସ୍ଥାନ, ଟ୍ରାଫିକ ଜାମ ଓ ବିକଳ୍ପ ରାସ୍ତା ସମ୍ବନ୍ଧରେ ତ୍ୱରିତ ସୂଚନା ପ୍ରଦାନ କରିବ ବୋଲି ଡିଜିପି କହିଛନ୍ତି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score