କୋରାପୁଟ : ଉତ୍ତମ ଜଳବାୟୁ ଓ ଭଲ ଚାଷ କାମ ପାଇଁ ବେଶ ଉପଯୋଗୀ କୋରାପୁଟ ଜିଲ୍ଲା । କୃଷି ପ୍ରାଧାନ୍ୟ ଏହି ଜିଲ୍ଲାରେ ଚଳିତ ବର୍ଷ ଏଠାକାର ଚାଷ ଜମିରେ କଳା ହଳଦୀ ଚାଷ କାମ ଆରମ୍ଭ ହୋଇଛି । ଏହି ଚାଷ ଦ୍ୱାରା ଚାଷୀମାନେ ବେଶ ଲାଭବାନ ହେବାସହ ରୋଜଗାରକ୍ଷମ ହୋଇପାରିଛନ୍ତି । ଏହା ଅତ୍ୟନ୍ତ ଦୁର୍ଲଭ୍ୟ ଓ ମୂଲ୍ୟବାନ । କାରଣ ଏଇ କଳା ହଳଦୀ ଚାଷରେ ଭରି ରହିଛି ବହୁ ଔଷଧୀୟ ଗୁଣ । କ୍ୟାନସର ଭଳି ଅସାଧ୍ୟ ରୋଗର ଚିକିତ୍ସାରେ ବ୍ୟବହାର ହୁଏ କଳା ହଳଦୀ । ଏହି ଦୁର୍ଲଭ ଔଷଧୀୟ ବୃକ୍ଷ ଓଡିଶା, ଆସାମ ଓ ପଶ୍ଚିମବଙ୍ଗରେ ଦେଖିବାକୁ ମିଳେ । ଦେଖିବାକୁ ସାଧାରଣ ହଳଦୀ ଠାରୁ ଏହା ସମ୍ପୂର୍ଣ୍ଣ ଭିନ୍ନ । ଏହି ହଳଦୀକୁ କାଟିଲେ ନୀଳ ଓ ବାଇଗଣୀ ରଙ୍ଗର ଦେଖାଯାଉଥିବା ଏହି ହଳଦୀର ଅନେକ ଦୁର୍ଲଭ ଗୁଣ ରହିଛି । ଖାସ ଏଥିପାଇଁ ୭ ବର୍ଷ ଧରି ରାଜସ୍ଥାନରେ କଳା ହଳଦୀ ଚାଷ ହେଉଛି । ଭାରତରେ ଆୟୁର୍ବେଦ ଓ ପ୍ରାକୃତିକ ଚିକିତ୍ସା ପ୍ରତି ଲୋକଙ୍କ ଇଚ୍ଛାଶକ୍ତି ବଢିବାରେ ଲାଗିଛି । ଯେଉଁଥି ପାଇଁ କଳା ହଳଦୀର ବଜାର ବିକଶିତ ହେଉଛି । ଫଳରେ ଚାଷୀମାନଙ୍କ ପାଇଁ ଲାଭପ୍ରଦ ହେଉଛି କଳା ହଳଦୀ ଚାଷ ।
କେବଳ ପଶ୍ଚିମବଙ୍ଗ ଓ ଆସାମ ମାଟିରେ କଳା ହଳଦୀ ହେଉଥିଲା । ଏବେ ରାଜସ୍ଥାନର ଜୟପୁର, ଦୋସା, ସୀକର ସହ ରାଜସ୍ଥାନର ଅନେକ ଅଞ୍ଚଳରେ କଳା ହଳଦୀ ଚାଷ କରାଯାଉଛି । ଏନେଇ କୃଷି ବିଶେଷଜ୍ଞ କହିଛନ୍ତି ଯେ କଳା ହଳଦୀ ଏକ ଔଷଧୀୟ ଉତ୍ପାଦ ଅଟେ । ସର୍ବପ୍ରଥମେ କାମାକ୍ଷା ମନ୍ଦିରର ପାର୍ବତୀୟ ଅଞ୍ଚଳରେ କଳା ହଳଦୀ ମିଳିଥିଲା । ପଶ୍ଚିମବଙ୍ଗ ଓ ଆସାମରେ ଆଜିବି ପୂଜା ଓ ମାଙ୍ଗଳିକ କାର୍ଯ୍ୟରେ ଏହି ହଳଦୀର ବ୍ୟବହାର ହୋଇଥାଏ । ଗତ ୭ ବର୍ଷ ମଧ୍ୟରେ ଭାରତର ତଟୀୟ ଅଞ୍ଚଳରେ କଳା ହଳଦୀ ଚାଷ କରିବା ପାଇଁ ପ୍ରୟାସ କରାଯାଉଛି । ଗତ ୨ ବର୍ଷ ମଧ୍ୟରେ ବହୁତ ଭଲ ସଫଳତା ମିଳିଛି । ଜୟପୁର ଓ ସିକର ଭଳି ସ୍ଥାନରେ କଳା ହଳଦୀ ଚାଷ ହୋଇ ଏହା ପ୍ରମାଣିତ ହୋଇସାରିଛି ।
ସେହିପରି କଳା ହଳଦୀ କ୍ୟାନସର ଭଳି ଅସାଧ୍ୟ ରୋଗର ଚିକିତ୍ସା ପାଇଁ ଭଲ ବିକଳ୍ପ ଅଟେ । ଏହି କାରଣରୁ ଚୀନ ଭଳି ଦେଶ କଳା ହଳଦୀର ଆମଦାନୀ କରୁଛନ୍ତି । ଭାରତର ଅନେକ ଫାର୍ମାସୀ କମ୍ପାନୀ କଳା ହଳଦୀ ଯୋଗାଇ ଦେଉଛନ୍ତି । ଏହି ମାର୍କେଟ ବହୁତ ଭଲ ଭାବେ ବିକଶିତ ହେଉଛି । ଏହା ନାଚୁରାଲ ବାମ୍ ଭଳି କାମ ଦେଇଥାଏ । ଏହା ଖାଇବା ଦ୍ବାରା କ୍ୟାନସର ଭଳି ଜୀବାଣୁ ନଷ୍ଟ ହୋଇଥାନ୍ତି । ଏବେ ସ୍ଥିତି ଏଭଳି ଯେ ଯଦି କୌଣସି ଚାଷୀ କଳା ହଳଦୀ ଚାଷ କରନ୍ତି ତେବେ ଏକର ପିଛା 7ରୁ 8 ଲକ୍ଷ ରୋଜଗାର କରିପାରିବେ । କଳା ହଳଦୀ ଚାଷ ପାଇଁ ଏକ ଏକର ଜମିରେ 400 କିଲୋଗ୍ରାମ ରାଇଜୋମ ବ୍ୟବହାର ହୋଇଥାଏ । ସବୁଠୁ ବଡ କଥା ହେଉଛି ଜଣେ ଚାଷୀ ନିଜ ଜମିରେ କଳା ହଳଦୀ ସହ ଅନ୍ୟ ଔଷଧୀୟ ଗଛ ଲଗାଇପାରିବେ । ଏହାଦ୍ବାରା କଳା ହଳଦୀ ଫସଲରେ କୌଣସି ପ୍ରଭାବ ପଡିନଥାଏ ।
ସମଗ୍ର ଭାରତରେ କଳା ହଳଦୀର ଚାହିଦା ରହିଛି । ଏହାକୁ ସେମି ପ୍ରୋସେସିଂ କରି ସ୍ଲାଇସ କରି ବିକ୍ରି କରାଯାଇପାରିବ। କିନ୍ତୁ ପ୍ରଥମଥର ଚାଷ କଲେ ନିଜ ପକେଟରୁ ପଇସା ଖର୍ଚ୍ଚ କରିବାକୁ ପଡିବ । କାରଣ ଏହାର ଫଳ ହି ଏହାର ମଞ୍ଜି । ଏଭଳି କ୍ଷେତ୍ରରେ ଯେଉଁ କଳା ହଳଦୀ ଚାଷ କରାଯାଉଛି ତାକୁ ଆଗାମୀ ଚାଷରେ ବ୍ୟବହାର କରାଯାଇଥାଏ । ଏହାକୁ ବିକିବା ପାଇଁ କୌଣସି ପ୍ରୋସେସିଂର ଆବଶ୍ୟକତା ପଡେ ନାହିଁ । ଏହା ବଜାରରେ ଓଦା ହିଁ ବିକ୍ରି ହୋଇଥାଏ । ଏହାକୁ ଶୁଖାଇବା ଆବଶ୍ୟକ ପଡେ ନାହିଁ ।
କଳା ହଳଦୀ ନିଜ ଔଷଧୀୟ ଗୁଣ ଓ ଆର୍ଥିକ ସମ୍ଭାବନା କାରଣରୁ ଚାଷୀଙ୍କ ପାଇଁ ଲାଭଦାୟକ ଫସଲ ପ୍ରମାଣିତ ହୋଇପାରେ । ଏହି ଚାଷ କଲେ କମ ଖର୍ଚ୍ଚରେ ଚାଷ କରି ଅଧିକ ଲାଭ ମିଳିଥାଏ । ଏହା ସହ ଔଷଧୀୟ ଓ ଆୟୁର୍ବେଦ ମହତ୍ତ୍ବ କାରଣରୁ ଏହାର ଚାହିଦା ବଢିବାରେ ଲାଗିଛି । ଯେଉଁଥିରୁ ଚାଷୀଙ୍କୁ ଘରୋଇ ବଜାର ଓ ରପ୍ତାନୀରୁ ଭଲ ଦାମ ମିଳିପାରିବ ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
